ଆସନ୍ତା ୪ ମଇ ଶନିବାର ନାମାଙ୍କନ ଭରିବେ ରାଧାମୋହନ

ଡେଲାଙ୍ଗ(ସମୃଦ୍ଧଓଡିଶା)ପିପିଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଶନିବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚର ଆବାହକ ରାଧା ମୋହନ। ହାଟ ଡେଲାଙ୍ଗ ମେଳନ ପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ରାଧା ମୋହନ। ରାଲିରେ ଯୋଗଦେବେ ହଜାର ହଜାର କର୍ମୀ। ପିପିଲି ନିର୍ବାଚନମଣ୍ଡଳୀରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ, ବିଜେଡ଼ି ରୁ ରୁଦ୍ର ପ୍ରତାପ ମହାରଥୀ, ଓ କଂଗ୍ରେସରୁ ଜ୍ଞ୍ଯାନ ରଞ୍ଜନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ସେହିପରି ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚିତ ମଇଦାନକୁ ଓହ୍ଲାଇବେ ରାଧା ମୋହନ। ଡେଲାଙ୍ଗ ପିପିଲି ର ନିରନ୍ତର ବିକାଶ ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ। ରାଧା ମୋହନ ଙ୍କ ପ୍ରଚାର ଓ ସଭାରେ ହଜାର ହଜାର ଲୋକଙ୍କ ଉପସ୍ଥିତି ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚ ଙ୍କୁ ଆହୁରି ଶକ୍ତ କରିଛି।

ରିପୋର୍ଟ : ରଜତ ମହାପାତ୍ର