ଆଶନ୍ନ ଦୁର୍ଘଟଣାରୁ ବର୍ତ୍ତିତ ଆନ୍ତରାଜ୍ୟ ବସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଏକ ଆଶନ୍ନ ଦୁର୍ଘଟଣାରୁ କାନ୍ଥି ବାଳେଶ୍ୱର ଏକ ଆନ୍ତରାଜ୍ୟ ବସ୍ କାଶିଡିହାଠାରେ ଅଳ୍ପକେ ବର୍ତ୍ତିଯାଇଛି । ଘଟଣାରୁ ପ୍ରକାଶ ଡବ୍ଲୁବି୩୧-୩୨୫୦ ମା ଲକ୍ଷ୍ମୀ ବସ୍‌ଟି ଆମ୍ବଳିଅଠାଛକର ଅନତିଦୂର କାଶିଡିହାଠାରେ ଏକ ଡମ୍ପରକୁ ସାଇଡ୍ ଦେବାକୁ ଯାଇ ରାସ୍ତ ତଳକୁ ଓହ୍ଲାଇ ଯାଇଥିଲା । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତକଡ ନୟନଯୋଡିରେ ଥିବା ପାଣି ମଧ୍ୟକୁ ଖସିଯାଇନଥିଲା । ଫଳରେ ବସ୍ ମଧ୍ୟରେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି ।