ଆମ୍ବଳିଅଠା ସେବା ସମବାୟ ସମିତିରେ ଚାବି ପକାଇଲେ ଚାଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ଥିବା ୧୯ଟି ସମବାୟ ସମିତି ଚାଷୀଙ୍କ ଠାରୁ ସିଧାସଳଖ ସହାୟକ ମୂଲ୍ୟରେ ଧାନ କିଣିଥାଏ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମେ ମାସ ୧୦ତାରିଖରୁ ଧାନ କ୍ରୟ ଲାଗି ନିର୍ଦ୍ଦେଶ ଥିବା ବେଳେ ପ୍ରାୟ ବ୍ଲକର ସମସ୍ତ ସେବାସମବାୟ ସମିତି ୧୫ ତାରିଖ ପରଠାରୁ ଧାନକିଣା ଆରମ୍ଭ କରିଛନ୍ତି । ଆମ୍ବଳିଅଠା ସେବା ସମବାୟ ସମିତିରେ ଗତ ୧୭ ତାରିଖରୁ ଧାନ କିଣାଯାଉଥିବାର ସମ୍ପାଦକ ଦେବାଶିଷ ପାତ୍ର ସୂଚନା ଦେଇଛନ୍ତି । ୧୫ ତାରିଖରେ ଟୋକନ ପାଇଥିବା ୩୧ ଜଣ ଚାଷୀଙ୍କ ଟୋକନ୍ ସରକାରଙ୍କ ପକ୍ଷରୁ ଲେପ୍‌ସ ହୋଇଯାଇଥିବାରୁ ସେମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଏହାର ପ୍ରତିବାଦରେ ରବିବାର ମଧ୍ୟାହ୍ନରେ ବହୁ ଚାଷୀ ମଣ୍ଡି ନିକଟରେ ଏକତ୍ରିତ ହୋଇ ଧାନ ଗୋଦାମ୍‌କୁ ଚାବି ପକାଇ ସିଏସ୍‌ଓ, ଏମ୍‌ଆଇ, ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଆଜି ଅପରାହ୍ନରେ ଚାଷୀ କମିଟିର ଏକ ବୈଠକ ଆୟୋଜନ କରାଯାଇ ସମ୍ପାଦକଙ୍କ ଅନିୟମିତତା ସମ୍ପର୍କରେ ଆଲୋଚନା ହୋଇଥିଲା । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରି ଅଚଳ କରିବାର ନିଷ୍ପତ୍ତି ହୋଇଥିଲା । ଏଥିରେ ଶହ ଶହ ଚାଷୀ ଏକତ୍ରୀତ ହୋଇ ଉତ୍‌କ୍ଷ୍ରୀପ୍ତ ହୋଇ ଅଫିସ୍ ଗୃହକୁ ସମ୍ପାଦକଙ୍କ ସାମ୍ନାରେ ତାଲା ପକାଇଥିଲେ । ଫଳରେ ଏଥିରେ ଥିବା ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲା । ଏ ସମ୍ପର୍କରେ ଜିଲାପାଳ, ବିଧାୟକ, ବିଡିଓ ଓ ଆର୍‌ଏମ୍‌ସିଙ୍କୁ ଅବଗତ କରାଯାଇଛି । ଆଜିର ଏହି ଧର୍ମଘଟରେ ପୂର୍ବତନ ସଭାପତି ଅଶୋକ ଜେନା, ଗୋପବଂଧୁ ଜେନା, ସୁବିର ଜେନା, ହରିନାରାୟଣ ସେନାପତି, ସୁନିଲ ଜେନା, ରାଜେଶ ଜେନା, ବିଶ୍ୱତୋଷ ଜେନା, ସନ୍ତୋଷ କର, ସୁଜୟ ଦେ, ଅକ୍ଷୟ ସେନାପତି, ରଜନୀ କର, ରବିନ୍ଦ୍ର ପ୍ରଧାନ, ତନୁଜ କରା, ଦେବେନ୍ଦ୍ର ଜେନା ପ୍ରମୁଖ ବହୁ ଚାଷୀ ଯୋଗ ଦେଇଥିଲେ ।