ଆନ୍ଧ୍ର ରାଜଭବନରେ କରୋନା ପାଇଁ ପ୍ରତିଶେଧକ ଔଷଧ ଡ୍ରୋନ ମାଧ୍ୟମରେ ସିଞ୍ଚନ ହେଉଛି…

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ବିଜୟୱାଡାରେ ଥିବା ରାଜ ଭବନକୁ ଡ୍ରୋନ ମାଧ୍ୟମରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ରୂପେ ସୋଡିୟମ ହାଇପୋକ୍ଲୋରାଇଡ଼ ଔଷଧ ଆଜି ସିଞ୍ଚନ କରାଯାଉଛି । ସାରା ରାଜ ଭବନକୁ ସଂକ୍ରମଣ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରି ଚନ୍ଦନ ଗତ ବର୍ଷ ଠାରୁ ଏଠାରେ ରାଜ୍ୟପାଳ ରୂପେ କାର୍ଯ୍ୟ କରୁଛନ୍ତି ।