ଆନନ୍ଦମୟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ପଂଚାୟତର ଦେବକୁମାର ଠାରେଥିବା ଆନନ୍ଦମୟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ସମାଜସେବୀ ରମେଶ ଚନ୍ଦ୍ର ପାତ୍ର ସଭାପତିତ୍ୱ କରିଥିବା ବେଳେ ରେବତିର ସଂପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ସଚେତନ ଓ ଦୃଢମୋନା ହୋଇ କର୍ତ୍ତବ୍ୟ ସଂପାଦନ କଲେ ସେମାନଙ୍କ ସଫଳତା ସହିତ ସାମାଜିକ ଓ ସାମଗ୍ରୀକ ବିକାଶ ହାଇ ପାରିବ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଓଷ୍ଟାର ନେତା ଅକ୍ଷୟ କୁମାର ମିଶ୍ର ଶିକ୍ଷା ନିତୀ ଓ ଶିକ୍ଷା ପଦ୍ଧତି ଏବେ ମଣିଷ ଗଢା କାରଖାନାରେ ମେଧା ସୃଷ୍ଟି କରୁଥିବା ବେଳେ ଭାରତୀୟ ସଂସ୍କୃତିରେ ସେବାମନୋବୃତ୍ତି ଜାଗ୍ରତ ହୋଇ ପାରୁନଥିବା ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଏବିଇଓ ମନବିହାରୀ ଦାସ ଅଧିକାରୀ ଓ ସୁଶାନ୍ତ କୁମାର ଜେନା, ଜିଲା ପରିଷଦ ସଦସ୍ୟ ସାବିତ୍ରୀ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସାମ୍ବାଦିକ ଭୂପତି ପରିଡା, ପ୍ରଧାନ ଶିକ୍ଷକ ସୁକୁମାର ମିଶ୍ର ମଂଚ ପରିଚାଳନା, ବାର୍ଷିକ ବିବରଣୀ ପାଠ, ରଂଜନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପୂର୍ବାହ୍ନରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଠଚକ୍ର ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ ବେଳେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ନନ୍ଦି ସଭାପତିତ୍ୱ କରିଥିଲେ । ଏଥିରେ ଓଷ୍ଟାର ସଭାପତି ସୁନିଲ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଚନ୍ଦ୍ରକାନ୍ତ ଅଣ୍ଡିଆ, ବିନୋଦ ବିହାରୀ ମହାପାତ୍ର, ରବିନ୍ଦ୍ର ନାଥ ରାୟ, ଶ୍ରୀମନ୍ତ ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଯଦୁମଣୀ ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ ଛାତ୍ର ନିହାର ରଂଜନ ଦାସମହାପାତ୍ର ଓ ଛାତ୍ରୀ ରଶ୍ମିତା ସାହୁ ମଂଚ ଆହ୍ୱାନ ଓ ବିଷ୍ଣୁପ୍ରିୟା ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଦ୍ୟାଳୟକୁ ସୁନିଲ କୁମାର ନାୟକ ୧୦ହଜାର ଟଙ୍କା ଦାନ ପ୍ରଦାନ କରିଛନ୍ତି । ଏହାପରେ ପୁରସ୍କାର ବିତରଣ ସଭା କରାଯିବା ସହିତ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା