ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ହାଟପଦା ପରିସରରେ ଆଜି “ବିଶ୍ୱ ଆଦିବାସୀ ଦିବସ” କାର୍ଯ୍ୟକ୍ରମ ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ମାନଙ୍କ ପକ୍ଷ’ରୁ ପାରମ୍ପରିକ ନାଚ ଓ ଗୀତ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଆଦିବାସୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ତଥା ପାଳନ କମିଟିର ଶ୍ରୀମତୀ ସୁନେମି ମଣ୍ଡଳ ଓ ରାୟଗଡା ଜିଲ୍ଲା କଲ୍ୟାଣପୁର ବ୍ଲକ ବିଡ଼ିଓ ଶ୍ରୀ ସୁଧାକର ରଇତ ଅତିଥି ଭାବେ ଯୋଗଦେଇ ଆଦିବାସୀ ମାନଙ୍କ ସାମର୍ଥ୍ୟ, ନମନିୟତା, ଆତ୍ମାଭିମାନ, ଶାନ୍ତି ଓ ଆଡମ୍ବର ଜୀବନଶୈଳୀ’କୁ ସ୍ଵୀକୃତି ଓ ସମ୍ମାନ ଦେବା ସହିତ ଏହାର ନିୟନ୍ତ୍ରଣ ତଥା ସୁରକ୍ଷା’ର ବିକାଶ ଓ ଏହାର ପ୍ରୟୋଗ’କୁ ସୁନିଶ୍ଚିତ କରିବା ଦିଗରେ ସଚେତନ ଆଣିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲର ମେନେଜୀଙ୍ଗ ଡାଇରେକ୍ଟର ସୁରେଶ ପାଣିଗ୍ରାହୀ, ପ୍ରଫେସର ମାରୁତ୍ ପାଲ, ଗୁମ୍ମାବ୍ଲକ୍ ଉପାଧ୍ୟକ୍ଷ ଏସ ଶ୍ରୀନିବାସ ରାଓଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲାରାଜୁ ପ୍ରମୁଖ ମଞ୍ଚାଷୀନ ଅତିଥି ଭାବେ ଯୋଗଦେଇ ଭାଷା ଓ ସଂସ୍କୃତି ହେଉଛି ଆଦିବାସୀ ମାନଙ୍କ ନିଜସ୍ଵ ପରିଚୟ, ଯେଉଁ ଜାତିର ଭାଷା ଓ ସଂସ୍କୃତି ଯେତେ ସ୍ୱଚ୍ଛ, ପରିମାର୍ଜିତ୍ ଓ ସମୃଦ୍ଧି, ସେ ଜାତି ସେତେ ଉନ୍ନତ-ସମୃଦ୍ଧ ବୋଲି କହିଥିଲେ l ଏହି ଅବସର’ରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚ କରିବା ସହ ବିଶିଷ୍ଟ ଆଦିବାସୀ ସଙ୍ଗୀତ ଗାୟକ ଶ୍ରୀ ଷ୍ଟିଫେନ ରଇତ ଯୋଗଦେଇ ଆଦିବାସୀ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ସେବାକାର୍ଯ୍ୟ କରି ଆସୁଥିବା ଆଦିବାସୀ ଲୋକ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା