ଆତଙ୍କବାଦୀ କିଏ?!…

ଆତଙ୍କବାଦୀ କିଏ?! ଆତଙ୍କ ମଣିଷ ସମାଜର ଏକ ଅସ୍ଥିର ପ୍ରବଣ ଭାବନା ଯାହାର ଭୟାବହତା ସହଜରେ ଅନୁମେୟ ନୁହେଁ ! ରାଷ୍ଟ୍ରୀୟ ଅମର୍ଯ୍ୟାଦା, ଭ୍ରଷ୍ଟାଚାର, କୁସଂସ୍କରୀ ଦଳକୁରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରାଯିବା ବିଧେୟ !! ଆତଙ୍କବାଦୀ ସାଧାରଣ ସଭ୍ୟ ସମାଜର ଏକ ଭୟାବହ ଚରିତ୍ରା ଆତଙ୍କବାଦୀ ନାଁ ଶୁଣିଲେ ଏକ ପ୍ରକାର ଲୋମ ଟାଙ୍କୁରୀ ଉଠେ ସାଧାରଣ ଲୋକଙ୍କ । କାରଣ ଆତଙ୍କବାଦୀ ଏକ ମଣିଷ ଆକୃତି ଭିତରେ ଭୟଙ୍କର ପଶୁ ପ୍ରକୃତିର ନମୁନା ଭଳି ସର୍ବତ୍ର ପରିଚିତ । ଆତଙ୍କବାଦୀ ମାନଙ୍କୁ ସମାଜର ସବୁ ମଣିଷ ଦେଖି ନାହାଁନ୍ତି । କିନ୍ତୁ ସେମାନଙ୍କ ଚରିତ୍ର ବର୍ଣ୍ଣନା ସର୍ବବ୍ୟାପି ଏମିତି ପ୍ରଚାରିତ ହୋଇଥାଏ ଯେ ନଦେଖିବା ଲୋକ ମଧ୍ୟ ତାଙ୍କ ନା ଶୁଣି ଆତଙ୍କିତ ହୋଇ ଯାଆନ୍ତି । ସମାଜରେ ୨ପ୍ରକାର ଆତଙ୍କବାଦୀ ଦେଖିବାକୁ ମିଳନ୍ତି । ଗୋଟିଏ ଆଭ୍ୟନ୍ତରୀଣ ଏବଂ ଆଉ ଗୋଟିଏ ସୀମାରେଖା ପାର୍ଶ୍ଵବର୍ତ୍ତୀ । ସୀମାରେଖା ପାର୍ଶ୍ଵବର୍ତ୍ତୀ ଅର୍ଥାତ ଭିନ୍ନ ଏକ ମୁଲକର ଆତଙ୍କବାଦୀ ସାଧାରଣତଃ ଅନ୍ୟ ଏକ ଦେଶର ସୀମାରେଖା ମଧ୍ୟରେ ନିଜର କାୟା ବିସ୍ତାର କରି ଲୋକଙ୍କୁ ଆତଙ୍କିତ କରି ନିଜ କବଳରେ ଅକ୍ତିଆର କରିବା ୮ ରଖି ଧନ, ଜୀବନ ନଷ୍ଟ କରିବା ସହିତ ସାଧାରଣ ଲୋକଙ୍କୁ ଅତ୍ୟାଚାର କରଥା’ନ୍ତି । ସାଧାରଣ ଲୋକଙ୍କ ନୈତିକ ଓ ସାମାଜିକ ଅଧିକାରକୁ ପ୍ରଭାବିତ କରି ସେମାନଙ୍କର ରାଜ୍ୟ ଚଳାଇ ନିଜ ଅଧୀନରେ ଇଛା ମୁତାବକ ଭୃତ୍ୟଭଳି ରଖିବା ପାଇଁ ୮ରଖିଥା’ନ୍ତି । କିନ୍ତୁ ଆଭ୍ୟନ୍ତରୀଣ ଆତଙ୍କବାଦୀ ମାନଙ୍କଭିନ୍ନ ଏକ ଚରିତ୍ର ଶୁଣିବାକୁ ମିଳେ ! ସେମାନେ ସାଧାରଣତଃ ପ୍ରଚଳିତ ଶାସନ ବ୍ୟବସ୍ଥାରେ ଅସନ୍ତୁଷ୍ଟ ହୋଇ ସାଧାରଣ ଲୋକଙ୍କ ଅଧିକାର ପାଇଁ ବିଭିନ୍ନ ଆତଙ୍କିତକୌଶଳ ଅବଲମ୍ବନ କରୁଥିବା ଶୁଣିବାକୁ ମିଳେ । ସେମାନେ ସାଧାରଣତଃ ଶାସନ ବ୍ୟବସ୍ଥାରେ ଥିବା ଅନୈତିକ ଅତ୍ୟାଚାର ବିରୁଦ୍ଧରେ ଆଇନ ସହାୟକ ହେଉନଥିବା ହେତୁ ସାମାଜିକ ବ୍ୟବସ୍ଥାର ପଥ ବିଚ୍ୟୁତି ଉପରେ ଆଧାର କରି ସମାଜ ପାଇଁ ଆଇନକୁ ହାତକୁ ନେଇ କିଛି କ୍ଷୟ କ୍ଷତି କରୁଥିବା ଚର୍ଚ୍ଚା ସାଧାରଣରେ ହୁଏ । ସେମାନଙ୍କ ବାସ୍ତବ ଉଦେଶ୍ୟ ଏବଂ ଚରିତ୍ର ଉପରେ ସାଧାରଣଲୋକଙ୍କ ଅନୁଭୂତି ନଥିବା ବେଳେ ଲୋକ ଚର୍ଚ୍ଚାରେ ଯାହାସବୁ ଶୁଣିବାକୁ ମିଳେ ତାହା ଉପରେ ଆଧାର କରି ପ୍ରାୟତଃ ଆକଳନ କରାଯାଏ ଯେ ସେମାନେ ସାଧାରଣ ଲୋକଙ୍କ କ୍ଷତି କରିବା ଉଦେଶ୍ୟ ନଥାଇ ବିଭିନ୍ନ ପରିସ୍ଥିତି ହେତୁ ବେଳେ ବେଳେ କେତେକ ବିପରୀତ ମୁଖି କାର୍ଯ୍ୟ କରିଥା’ନ୍ତି । ତଥାପି ଯେହେତୁ ସେମାନେ ଆଇନକୁ ଭୂକ୍ଷେପ ନକରି ଅନେକ ଅସାମାଜିକ କାଣ୍ଡ କରୁଥିବା ହେତୁ ସରକାରଙ୍କ ଦ୍ୱାରା ସେମାନଙ୍କ ଏକଛତ୍ରବାଦ ବିଚାରଧାରାର ବିରୋଧ କରାଯାଇତାଙ୍କ ପ୍ରକୋପକୁ ଦମନ କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ କେବଳ ଏହି ୨ପ୍ରକାର ଆତଙ୍କବାଦୀ ସମାଜରୁ ମୁଳୋତ୍ପାଟନ ହୋଇଗଲେ ସାଧାରଣ ମଣିଷ ନିରୋଳାରେ ଶାନ୍ତି ଜୀବନ ଯାପନ କରି ପାରିବେ କି? ଯେଉଁ ସ୍ଥାନ ମାନଙ୍କରେ ଏହି ୨ପ୍ରକାର ଆତଙ୍କବାଦୀ ନାହାଁନ୍ତି ସେହି ସ୍ଥାନ ଗୁଡିକରେ ବସବାସ କରୁଥିବା ସମସ୍ତ ମଣିଷ କୌଣସି ପ୍ରକାର ଆତଙ୍କିତ ନହୋଇ କ’ଣ ଅତ୍ୟନ୍ତ ଶାନ୍ତିପୁର୍ଣ ଜୀବନ ଯାପନ କରୁଛନ୍ତି ? ଏମିତି ଅନେକ ପ୍ରଶ୍ନ ଉଠେ ମନରେ, ଯାହାର ବିସ୍ତୃତ ବ୍ୟାଖ୍ୟା କରାଗଲା ଯେ ପ୍ରକୃତ ଆତଙ୍କବାଦ କ’ଣ, ଆତଙ୍କବାଦୀ କିଏ ଏବଂ ଏହି ମାନସିକତା କାହା ମନରେ କେବେ କେଁଉ କାରଣରୁ ଆସିଥାଏ ଏବଂ ତାହାର ସାଧାରଣ ନିରୋଳା ନିରୀହ ମଣିଷ ମାନଙ୍କ ଉପରେ ପ୍ରଭାବ କ’ଣ ପଡିଥାଏ ବିଚାର କରିବା…… ଯେକୌଣସି ପ୍ରକାର ସାମାଜିକ ବିଭୀଷିକା ସୃଷ୍ଟିକାରୀ ଚିନ୍ତନ ଏବଂ ତାହାର ବ୍ୟବହାରକୁ ଆତଙ୍କବାଦ କୁହାଯାଇ ପାରେ ! ଏହି ଦୁଇ ଗୋଷ୍ଠୀ ବ୍ୟତୀତ ଯେଉଁମାନେ ବିଭିନ୍ନ ରାଷ୍ଟ୍ରୀୟ ପଦ ପଦବୀରେ ନିୟୋଜିତ ହୋଇ ଅସାମାଜିକ କୁସଂସ୍କାର, ଭ୍ରଷ୍ଟାଚାରରେ ଲିପ୍ତ ରହି ରାଷ୍ଟ୍ରୀୟ ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛନ୍ତି ସେମାନଙ୍କୁ ସବୁଠାରୁ ବଡ଼ ଆତଙ୍କବାଦୀ ବୋଲି ଘୋଷଣା କରାଯିବା କଥା । କାରଣ ଆତଙ୍କବାଦୀ ବୋଲି ଘୋଷଣା କରାଯାଉଥିବା ମଣିଷ ଗୁଡିକ ଲୁଚି ଛପି ସେମାନଙ୍କ କାର୍ଯ୍ୟ କରୁଥିବା ବେଳେ ଏହିମାନେ ସ୍ପଷ୍ଟ ଦିବାଲୋକରେ ସାଧାରଣ ମଣିଷଙ୍କୁ ଯୋର ଧମକ ଦେଖାଇ ଲୁଟି ଚାଲିଥିବା ଦେଶର ସମ୍ପତ୍ତି ରାଷ୍ଟ୍ରକୁ କ୍ଷୀଣ କରି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଅଧିକାର ସାବ୍ୟସ୍ତ କରି ସେମାନଙ୍କୁ ଦୁର୍ବଳ ଅବସ୍ଥାରେ ରଖିବାକୁ ପ୍ରୟାସ କରୁଥିବା ସାମାଜିକ କ୍ଷେତ୍ରର ସମସ୍ତ ଶାସକ, ପ୍ରଶାସକ ମାନଙ୍କୁ ସବୁଠାରୁ ବଡ଼ ଆତଙ୍କବାଦୀ ଘୋଷଣା କରାଯିବା ଅନିବାର୍ଯ୍ୟ । ଏହି ଭ୍ରଷ୍ଟାଚାରୀ ମଣିଷ ଗୁଡିକ ସାମାଜିକ ଶୀର୍ଷ କ୍ଷେତ୍ରରେ ରହି ବିଭିନ୍ନ ଅନୈତିକ କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରବାହରେ ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି କରିବା ସହିତ ସେମାନଙ୍କୁ ଦମନ କରି ରଖି ସେମାନଙ୍କ ଆୟରୁ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଦିଗରେ ବ୍ରତୀ ହୋଇଥା’ନ୍ତି । ଅଧିକନ୍ତୁ ସେମାନେ ସମାଜର ମର୍ଯ୍ୟାଦାପୂର୍ଣ୍ଣ କ୍ଷେତ୍ର ଗୁଡିକରେ ରହି ବିଭିନ୍ନ ଅନୈତିକ କାର୍ଯ୍ୟ କରି ସମ୍ବିଧାନର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବେଳେ ସାଧାରଣ ଲୋକଙ୍କ ପାଖରେ ନିଜର ବଡ଼ିମା ଦେଖାଇ ଅଯୌକ୍ତିକ କ୍ଷମତା ବ୍ୟବହାର କରି ଲୋକଙ୍କ ଜୀବନ ବିପନ୍ନ କରିବା ପାଇଁ ପଛଘୁଞ୍ଚା ଦେଇନଥା’ନ୍ତି । ରାଷ୍ଟ୍ରୀୟ ସମ୍ପତ୍ତିକୁ ନିଜ କରାୟତ କରିବା ଦିଗରେ ନିଗୁଢ଼ ନିପୁଣ ଏହି କେଳେଙ୍କାରୀ ମଣିଷ ଗୁଡିକ ନିଶ୍ଚିତ ଭାବେ ପରୋକ୍ଷରେ ଭୟାବହ ଆତଙ୍କରାଜ କରୁଛନ୍ତି ଯାହା ସାଧାରଣ ଲୋକଙ୍କ ନିୟନ୍ତ୍ରଣ କ୍ଷମତା ବହିର୍ଭୁତ ! ତଥାପି ସେମାନଙ୍କ ଭୟାବହତାକୁ ସାଧାରଣ ଲୋକେ ଅନୁଭବ କରୁଥଲେ ମଧ୍ୟ କୌଣସି ପ୍ରତିବାଦ କରି ପାରୁନଥିବା ଦେଖିବାକୁ ମିଳୁଛି ଅନେକ କ୍ଷେତ୍ରରେ । କାରଣ ସାଧାରଣ ନାଗରିକ ମାନଙ୍କ ପାଇଁ ନିୟୋଜିତ ଦେଶର ସୁରକ୍ଷା ବ୍ୟବସ୍ଥାକୁ ସେମାନେ ନିଜ ସୁରକ୍ଷା ପାଇଁ ବ୍ୟବହାର ପୂର୍ବକ ଲୋକଙ୍କୁ ସୁରକ୍ଷା ବାହିନୀଙ୍କ ଦ୍ୱାରା ଭୟଭୀତ ଅବସ୍ଥାରେ ରଖିଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ଅତଏବ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ସୁରକ୍ଷାବାହିନୀ ବ୩ର୍ମାନ ଲୋକଙ୍କ ପାଇଁ ଏକ ଭୟର କାରଣ ସଦୃଶ୍ୟ ଦଣ୍ଡାୟମାନ ଯାହାସେମାନଙ୍କ ମନକୁ ତଥା ସାମାଜିକ ଅଧିକାରକୁ ସଙ୍କୁଚିତ କରି ରଖିଥିବା ସମସ୍ତେ ଜାଣନ୍ତି । ଏହି ସୁରକ୍ଷା ବାହିନୀ କେବଳ ସରକାରୀ କଳର ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଦମନ କରାଯିବା ଉଦେଶ୍ୟରେ ନିୟୋଜିତ ବୋଲି ଭାବନା ଜଣେ ସାଧାରଣ ନାଗରିକର ବାଲ୍ୟ କାଳରୁ ମୃତ୍ୟୁ ପର୍ଯ୍ୟନ୍ତ ମନ ମାନସରେ ରହିଥିବା ଦେଖିବାକୁ ମିଳୁଛି ଆମ ଦେଶରେ ଯାହା ଏହି ସରକାରୀ କଳର ଆତଙ୍କବାଦୀ ମାନଙ୍କ କଳା କାର୍ନାମାର ପ୍ରତିଫଳନ ମାତ୍ର । ତେଣୁ ସରକାରୀ କଳ ତଥା ଦେଶର ଗୁରୁଦାଇତ୍ୱରେ ରହିଥିବା ଏହିଭଳି ଭ୍ରଷ୍ଟାଚାରୀ ମାନଙ୍କୁ ରାଷ୍ଟ୍ରୀୟ ଆତଙ୍କବାଦୀର ଆଖ୍ୟା ଦେଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ ଆଭ୍ୟନ୍ତରୀଣ ଆତଙ୍କବାଦ ଆପେ ନିର୍ମୁଳ ହୋଇଯିବ ବୋଲି ଆମ ବିଚାର । କାରଣ ସାଧାରଣତଃ ଶୁଣିବାକୁ ମିଳୁଛି ଯେ ଆଭ୍ୟନ୍ତରୀଣ ଆତଙ୍କବାଦୀ ଏହି ଭ୍ରଷ୍ଟାଚାରୀ ସରକାରୀ ଅଧିକାରୀ, ନେତା ମାନଙ୍କୁ ହିଁ ବିରୋଧ କରି ସାମାଜିକ ବ୍ୟବସ୍ଥାରେ ସୁଧାର ଆଣିବା ୮ ରଖି ଆଇନକୁ ହାତକୁ ନେଇ ବିଭିନ୍ନ ଆତଙ୍କରାଜ ସୃଷ୍ଟି କରିଥା’ନ୍ତି । ସରକାରୀ ବ୍ୟବସ୍ଥାରେ ନିୟୋଜିତ ସମସ୍ତ ମଣିଷ ଭ୍ରଷ୍ଟାଚାରରେ ଲିପ୍ତ ନଥିବା ବେଳେ କେତେକଙ୍କ ଯୋଗୁଁ ସମସ୍ତେ ଲଜ୍ଜିତ ହେଉଥିବା ବିଷୟକୁ ଆଖିଆଗରେ ରଖି ବିଧିବଦ୍ଧ ଭାବେ ଏହାର ମୁଳୋତ୍ପାଟନ କରାଯିବା ୮ ରଖି ଆଗକୁ କାର୍ଯ୍ୟ କରାଗଲେ ହୁଏତ ଦେଶର ଉନ୍ନ୩ି ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାପନ ସରଳ, ସୁଖମୟ ହୋଇପାରିବ ବୋଲି ଆମ ବିଚାରଧାରାରେ ଆପଣଙ୍କ ମତବ୍ୟକ୍ତ କରିବେ ବୋଲି ଆଶା ।

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.