ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡାପଡା(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୀୟ କେତନ ସ୍ୱାଇଁ ଙ୍କ କରକମଳରେ ଏହି ସଚେତନତା ଜନ ଜାଗରଣ ବାର୍ତ୍ତା ଅଭିଯାନକୁ ଫିତାକାଟି ଶୁଭ ଉଦଘାଟନ କରିଥିବା ବେଳେ ଅତିରିକ୍ତ ତହସିଲଦାର ଅଭିଯାନ ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ମାସ୍କ ଦେବା ସହିତ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧରେ ଲୋକମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ, ପରବର୍ତ୍ତୀ ସମୟରେ ହିନ୍ଦୋଳ ରୋଡ଼ ରେଳଷ୍ଟେସନ, ଗ୍ରାମ୍ୟ ବ୍ୟାଙ୍କ୍,ହିନ୍ଦୋଳ ରୋଡ ବଜାର, ପୋଲିସ୍ ଫାଣ୍ଡି, ଜାତୀୟ ରାଜପଥ ରେ ବିନା ହେଲମେଣ୍ଟରେ ଗାଡ଼ି ଚାଳନା କରୁଥିବା ଓ ଦୃତ ବେଗରେ ଗାଡ଼ି ଚାଳନା କରିବା, ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚାଳନା କରିବା ଇତ୍ୟାଦି ଫାଣ୍ଡି ଅଧିକାରୀ ଙ୍କ ଉପସ୍ଥିତିରେ ସଚେତନ କରାଯାଇଥିଲା। ଗୁଡିଆ କାଟେଣି ବଜାର, ନିମବାହାଳି ବଜାର, ନିମବାହାଳି ଷ୍ଟେଟ ବ୍ୟାଙ୍କ ଓ ପରି ଶେଷରେ କଣ୍ଟାବଣିଆ ସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ସମ୍ମୁଖରେ କଣ୍ଟାବଣିଆ ପୋଲିସ୍ ପ୍ରଶାସନ ଏବଂ ଟାଟାଷ୍ଟିଲ କର୍ପୋରେଟ୍ କତୃପକ୍ଷଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ର ସମସ୍ତ ସଦସ୍ୟ ମାନଙ୍କର ସୈଜନ୍ୟତାରେ ସଫଳ ହୋଇଥିଲା।

ରିପୋର୍ଟ : ରଜତ ମହାପାତ୍ର