ଆଜି ସନ୍ଧ୍ୟାରେ ପହଞ୍ଚିବ GITAM ବିଶ୍ୱବିଦ୍ୟାଳୟ ମାଲିକଙ୍କ ମରଶରୀର ..

ବିଶାଖାପାଟଣା:ତେଲୁଗୁ ଦେଶମ ପାର୍ଟିର founder ସଭ୍ୟ ତଥା ଦକ୍ଷିଣଭାରତର ପ୍ରମୁଖ ଶିକ୍ଷ୍ୟନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟର ନିର୍ମାତା ଦୁଇ ଦୁଇ ଥର ବିଶାଖାପାଟଣାରୁ ବିଜୟୀ ହୋଇଥିବା ପୂର୍ବତନ ସାଂସଦ ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀର ଆମେରିକାରୁ ଆଜି ସନ୍ଧ୍ୟା କିମ୍ଵା ଆସନ୍ତା କାଲି ସକାଳ ସୁଦ୍ଧା ଏଠାରେ ତାଙ୍କ ବାସଭବନରେ ପହଞ୍ଚିବାନେଇ ଖବର ମିଳିଛି। ସେ ଏକ ସଡକ ଦୁର୍ଘଟଣାରେ ଗତ ବୁଧବାରଦିନ ଆମେରିକାରେ ମୃତ୍ୟୁବରଣ କରିଥିଲେ,ତାଙ୍କ ସହିତ ଯାଉଥିବା ଆଉ ତିନି ଜଣଙ୍କର ମଧ୍ୟ ମୃତ୍ୟଘାଟିଛି । ଆମେରିକାରୁ ଛାଡିବା ପାଇଁ କାଗଜ ପତ୍ର ପ୍ରସ୍ତୁତ ହୋଇପାରିନଥିବାରୁ ଡ଼େରି ହେଉଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁନାଇଡ଼ୁ ଓ ତାଙ୍କ ପୁତ୍ର ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଏନ ଲୋକେଶଙ୍କ ସମେତ ବହୁ ପୁରୁଖାନେତାମାନେ ଗଭୀରଶୋକ ପ୍ରକାଶ କରିଛନ୍ତି। 80ବର୍ଷୀୟ ମୂର୍ତ୍ତି ବିଶାଖାପାଟଣା ଲୋକସଭା ଆସନରୁ ବିଜୟୀ ହୋଇ 1991 ରୁ 1996 ଓ 1999 ରୁ 2004 ତେଲୁଗୁ ଦେଶମ ପାର୍ଟିର ସାଂସଦ ଥିଲେ ।