ଆଜି ଲେଡ଼ିଜ ଫୋରମର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡ଼ିଜଫୋରମ ଓ ଇନର ହୁଇଲ ତୋଶାଳୀ ଲେଡିସ କ୍ଲବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ୧୪ ଅକ୍ଟୋବର ଦିନ ବିଷ୍ଣୁ ମନ୍ଦିର ସାଂସ୍କୃତିକ ସମିତି, ଶହୀଦ ନଗରଠାରେ ମହିଳା ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଓ ତାଙ୍କ ସଦସ୍ୟଙ୍କ ସହଯୋଗରେ ମହିଳା ମାନଙ୍କ ହିମୋଗ୍ଲୋବିନ, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ଇ. ସି. ଜି. ପରୀକ୍ଷା କରାଯାଇଥିଲା l ଉକ୍ତ ଶିବିରରେ ସ୍ତନ କର୍କଟ ରୋଗ ବିଷୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା l ଏଥିରେ ଆପୋଲୋ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡ଼ ସ୍ଥିତି ଦାଶ ସହଯୋଗ କରିଥିଲେ l ସତ୍ୟନଗର ଲେଡିସ ଫୋରମର ସଦସ୍ୟା ଶୁଭେଦିତା ରାୟ, ଦୀପ୍ତି ବେହେରା, ସରିତା ପଟ୍ଟନାୟକ, ଦିପ୍ତୀପ୍ରଭା ରଥ, କାଜଲ ମହାପାତ୍ର, ରୀନା ନାଏକ ଆଦି ସହଯୋଗ କରିଥିଲେ l ଶହୀଦ ନଗରର ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାଶ, ସମାଜସେବୀ ଜଗନ୍ନାଥ ପ୍ରଧାନ, ଶଙ୍କର୍ଷଣ ପରିଡ଼ା, ଗୋଲକ ମହାପାତ୍ର, ଜିତୁ ମହାପାତ୍ର, ଶାଶ୍ଵତୀ ମିଶ୍ର ଏବଂ ଆହୁରି ଅନେକ ସମାଜସେବୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ନେଇଥିଲେ l ପ୍ରାୟ ୧oo ଜଣ ମହିଳା ଶିବରରେ ଭାଗ ନେଇଥିଲେ l ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା l ଆଗକୁ ଭୁବନେଶ୍ୱରର ସବୁ ୱାର୍ଡ଼ରେ ଏଭଳି ଅନେକ ଶିବିର ଆୟୋଜନ କରାଯିବ ବୋଲି ଶ୍ରୀମତୀ ଦାଶ କହିଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର