ଆଜି ପବିତ୍ର ବିଶ୍ୱକର୍ମା ପୂଜା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ବିଶ୍ୱକର୍ମା ପୂଜା ଦେବ ଶିଳ୍ପୀଙ୍କର ପୂଜାରେ ଆଜି ପୁରପଲ୍ଲୀ ଉତ୍ସବ ମୁଖର ହେବା କଥା । କିନ୍ତୁ ସରକାରଙ୍କର କୋଭିଡ ନିୟମ ପ୍ରତିବନ୍ଧକ କିଛି ଅନୁଷ୍ଠାନ କେବଳ ରୀତିନୀତି ମଧ୍ୟରେ ହିଁ ପାଳନ କରିଛନ୍ତି ବିଶ୍ୱକର୍ମା ପୂଜା । ସେଭଳି ଏକ ଅନୁଷ୍ଠାନ ହେଉଛି ଗଞ୍ଜାମ ଜିଲା ତଥା ସମ୍ପୂର୍ଣ୍ଣ ବ୍ରହ୍ମପୁରର ଏକ ମାତ୍ର ସର୍ବ ପୁରାତନ ବିଶ୍ୱକର୍ମା ମନ୍ଦିର ହରିଡାଖଣ୍ଡି ରୋଡ଼ ଠାରେ ଥିବା ଦେବଶିଳ୍ପୀ ଭଗବାନ ପରମପିତା ପ୍ରଜାପତି ବିଶ୍ୱକର୍ମାଙ୍କର ମନ୍ଦିରରେ ଚଳିତ ବର୍ଷ ନିରାଣ୍ଡବର ଭାବରେ ସମ୍ପୂର୍ଣ କୋଭିଡ ନିୟମ ପାଳନ ମୁତାବକ ମନ୍ଦିର ପରିଚାଳନା କମିଟି ତଥା ମହୁରୀ ତଲୁକାର ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ନେଇକି ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ଭଗବାନ ବିଶ୍ୱକର୍ମାଙ୍କର ପୂଜନ ଉତ୍ସବ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଦେବହରି ମହାରଣା, ଉପସଭାପତି ଏଙ୍କା ମହାରଣା, ସମ୍ପାଦକ ଶଙ୍କର ମହାରଣା, ଯୁଗ୍ମ ସମ୍ପାଦକ ଜୟ ମହାରଣା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ମହାରଣା । କାର୍ଯ୍ୟକାରୀ କମିଟିର ସଭାପତି ସଭାପତି ପ୍ରଭାକର ମହାରଣା, ରବୀନ୍ଦ୍ର ମହାରଣା, ପ୍ରଶାନ୍ତ ମହାରଣା, ରାଜୁ ମହାରଣା, ସୁଶାନ୍ତ ମହାରଣା, ସୁରେଶ ମହାରଣା, କାଳିଆ ମହାରଣା, ଉପଦେଷ୍ଟା ଭାଗବାନ ମହାରଣା, ଉଦୟ ମହାରଣା, ଭାସ୍କର ମହାରଣା, ତଲୁକାର ପ୍ରତିନିଧି ଗଙ୍ଗାଧର ମହାରଣା, ସମୀକ୍ଷକ ରାଜେନ୍ଦ୍ର ମହାରଣାଙ୍କର ସମେତ ମହୁରୀ ତାଲୁକାର ସଭାପତି ତ୍ରିପତି ମହାରଣା ଏବଂ କାର୍ଯ୍ୟକାରୀ ସଭାପତି ଭାଗିରଥି ମହାରଣା ପ୍ରମୁଖ ଉପସ୍ଥିତ ରହି । କରୋନା ମହାମାରୀ ଦେଶରୁ ଅପସରି ଯାଇ କିଭଳି ଭାବରେ ପୁନଃ ଏ ଧାରାଧାମରେ ଆରୋଗ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ହେଉ । ସାମୁହିକ ଭାବରେ ପ୍ରାର୍ଥନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା