ଆଜି ଠାରୁ ଆରମ୍ଭ ହୋଇଛି ଗାଇଡଲାଇନ୍‌ ଅନୁଯାୟୀ ଟ୍ରେନ୍ ସେବା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ଠାରୁ ଆରମ୍ଭ ହୋଇଛି ଗାଇଡଲାଇନ୍‌ ଅନୁଯାୟୀ ଟ୍ରେନ୍ ସେବା । ସୂଚନା ଅନୁଯାୟୀ ଆଜି ପ୍ରଥମ ପର୍ଯ୍ୟାୟରେ ୨ ଶହ ଟ୍ରେନ୍ ଚଳାଚଳ କରିବାକୁ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚାଲୁଥିବା ଜଣାପଡିଛି । ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି । ଗାଇଡଲାଇନ୍‌ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ପାଇଁ ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି ଏବଂ କେବଳ ଲକ୍ଷଣ ବିହୀନ ଯାତ୍ରୀ ହିଁ ଟ୍ରେନରେ ଯାଇପାରିବ ବୋଲି କୁହାଯାଇଛି । ଜୁନ ୧ରୁ ୩୦ ତାରିଖ ମଧ୍ୟରେ ହାରାହାରି ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭସେନ କରିଛନ୍ତି । ପାସେଞ୍ଜରମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେବଳ ଟିକେଟ କନଫର୍ମ ହୋଇଥିବା ଯାତ୍ରୀ କିମ୍ବା ଆରଏସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦିଆଯିବ ବୋଲି  ଜଣାଯାଇଛି ।