ଆଜାଦି କା ଅମୃତ ମହୋତ୍ସବରେ ବିଜେପିର ବାଇକ ରାଲି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜାଦିର ଅମୃତ ମହୋତ୍ସବ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଶାଳ ବାଇକ ରାଲି  ହୋଇଯାଇଛି । ଏହି ରାଲି ସ୍ଥାନୀୟ ଗୋଲନ୍ଥରା ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଭାରତ ସ୍ୱାଧୀନତା ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ବା “ଆଜାଦି କା ଅମୃତ ମହୋତ୍ସବ”ରେ ଗୋଲନ୍ଥରାରୁ ବାହାରି ଗୋପାଳପୁର ଠାରେ ପହଞ୍ଚିଥିଲା । “ବନ୍ଦେ ମାତରଂ” ସଂଗୀତର ତାଳେ ତାଳେ ବିଜେପି କର୍ମୀମାନେ ଅନୁପ୍ରାଣିତ ହୋଇ ଭାରତ ମାତା କି ଜୟ ଜୟ କାର କରି ଏହି ଶୋଭାଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ପାଖାପାଖି ପାଞ୍ଚ ସହ ବାଇକ ସାମିଲ ହୋଇ ପରିକ୍ରମା କରିବା ସହ ସ୍ଥାନୀୟ ଗୋଲନ୍ଥରା ପୋଲିସ ଦ୍ୱାରା ଟ୍ରାଫିକ ପରିଚାଳନା କରିଥିଲେ । ଏହି ଶୋଭାଯାତ୍ରାକୁ ରାସ୍ତା କଡରେ ଦେଖୁଥିବା ସହ ସହ ସାଧାରଣ ଜନତା, ଯୁବକ, ଯୁବତୀ ଏପରିକି ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଦେଶ ପ୍ରେମର ଏହି ପରି ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ଦେଶ ମାତୃକାର ପ୍ରେମରେ ଭାବ ବିହ୍ଵଳ ହୋଇଥିବା ପରିଲିକ୍ଷିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ବରିଷ୍ଠ ନେତା ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କୃଷକ ମୋର୍ଚା ଉପ ସଭାପତି ରାଜେଶ କୁମାର ସାହୁ, ବରିଷ୍ଟ ନେତା ଡାକ୍ତର ସୁବାଷ ସାହୁ, ଯୁବ ନେତା ସୁଭାଶିଷ ସାହୁ, ଯୁବ ନେତା ସୁନୀଲ କୁମାର ପାତ୍ର, ବରିଷ୍ଠ ନେତା ଗଙ୍ଗାଧର ଶତପଥୀ, ମଣ୍ଡଳ ସଭାପତି ସନତ କୁମାର ନାୟକ, ରଜତ କୁମାର ପଣ୍ଡିତ, ଜଗମୋହନ ପାତ୍ର, ଦିଲୀ ଦଳାଇ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା