ଆଗାମୀ ୧୦ ତାରିଖରେ ବାଣପୁର ଗସ୍ତ : ପାଣ୍ଡିଆନଙ୍କ ଗସ୍ତକୁ ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର(ସମୃଦ୍ଧଓଡିଶା) ବାଣପୁରରେ ଆସନ୍ତା ୧୦ ତାରିଖରେ ଆସିବେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ! ସେ ଖୋର୍ଦ୍ଧାର ହାବେଳୀ ପଡିଆ ଏବଂ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବାର ର କାର୍ଯ୍ୟକ୍ରମ ହେଵାକୁଅଛି। ଯାହା ଜଣାଯାଉଛି ଭି କେ ପାଣ୍ଡିଆନ ମା ଭଗବତୀଙ୍କ ହେବାକୁ ଥିବା ସୌନ୍ଦର୍ଜିକରଣ ଓ ଅନ୍ୟାନ ବିକାଶ ମୁଲକ କାର୍ଯ୍ୟର ତଦାରଖ କରିବେ. ଆଜି ଦିବା ୧ ଘାଣ୍ଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ, ବାଣପୁର ବିଜ୍ଞାପିତ ପରିଷଦ ର ଅଧକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପରିଷଦ ର ଉପାଦକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଦି ବାଣପୁର ପଲଟନ ପଡିଆ ଗସ୍ତ କରି ସମସ୍ତ ବ୍ୟବସ୍ଥା କୁ କିପରି ସୁଚାରୁ ରୁପେ ବ୍ୟବସ୍ଥା କରିବେ ଯଥା ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ.

ରିପୋର୍ଟ : ରଜତ ମହାପାତ୍ର