ଆଉ ମିଳିବ ନାହିଁ ଫ୍ରି ଇଂକମିଙ୍ଗ କଲର ସୁବିଧା, ଜାଣନ୍ତୁ ମାସକୁ କେତେ କରିବେ ରିଚାର୍ଜ ?

କେଉଁଝର :ନୂଆ ନିୟମଯୋଗୁଁ  ଆଉ ମିଳିବ ନାହିଁ ଫ୍ରି ଇଂକମିଙ୍ଗ କଲର ସୁବିଧା, ଜାଣନ୍ତୁ ମାସକୁ କେତେ କରିବେ ରିଚାର୍ଜ ।ସୂଚନା ପ୍ରକାରେ ଜନସାଧାରଣଙ୍କୁ ଲୁଟିଲେ ଟେଲିଫୋନ କମ୍ପାନୀ । କୁଆଡେ ଗଲା 999 ପ୍ଲାନ ଓ ଅଲ ଟାଇମ ଇନକମିଙ୍ଗ ଫ୍ରି ବୋଲି ପ୍ରଶ୍ନ କରିଛନ୍ତି । ଟେଲିକମ କମ୍ପାନୀମାନେ ମୋବାଇଲ ବ୍ୟବହାରକାରୀ ଉପଭୋକ୍ତାଙ୍କୁ ଏକ ବଡ ଝଟକା ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ଧୀରେ ଧୀରେ ଫ୍ରି ଇଂକମିଙ୍ଗ କଲର ସୁବିଧା ବନ୍ଦ  କରିବାରେ ଲାଗିଛନ୍ତି। ଦୀର୍ଘ ବର୍ଷ ହେଲା ଉପଭୋକ୍ତାଙ୍କୁ ଦିଆଯାଇଥିବା ଫ୍ରି ଇଂକମିଙ୍ଗ କଲ ସୁବିଧା ଏବେ ସବୁ ଟେଲିକମ କମ୍ପାନୀ ଏକାଠି ହୋଇ ବନ୍ଦ କରିବାକୁ ଲାଗିଛନ୍ତି। ଏବେ ଉପଭୋକ୍ତାମାନେ ଇଂକମିଙ୍ଗ କଲ କାର୍ଯ୍ୟକୁ ପ୍ରତି ମାସ(୨୮ଦିନ) ଅତି କମରେ ୩୫ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହା ନକଲରେ ଆଉଟ ଗୋଇଙ୍ଗ ଓ ଇଂକମିଙ୍ଗ କଲ ଉଭୟ ବନ୍ଦ ହୋଇଯିବ।ସୂଚନାଯୋଗ୍ୟ ଯେ,ସମୟ ଥିଲା ଯେତେବେଳେ ଟେଲିକମ କମ୍ପାନୀମାନେ ଇଂକମିଙ୍ଗ କଲ ପାଇଁ ପ୍ରତି ମିନିଟ ପିଛା ଚାର୍ଜ ନେଉଥିଲା। ସେହିଭଳି ଇଣ୍ଟରନେଟ ଚାର୍ଜ ମଧ୍ୟ ମହଙ୍ଗା ଥିଲା। ପ୍ରତିଯୋଗିତା ବଢିବା ଫଳରେ ଟେଲିକମ କମ୍ପାନୀମାନେ ଇଂକମିଙ୍ଗ କଲ ସମ୍ପୂର୍ଣ ମାଗଣା ବୋଲି ଘୋଷଣା କରିବା ସହ ଇଣ୍ଟରନେଟ ପ୍ୟାକର ଦାମ ମଧ୍ୟ ହ୍ରାସ ପାଇକରିଦେଇଥିଲେ । ଇଣ୍ଟରନେଟ ପ୍ୟାକର ଦାମ କମିବା ଫଳରେ ଏବେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବ୍ୟାପକଭାବେ ବୃଦ୍ଧି ପାଉଛି। ସାଧାରଣ ଉପଭୋକ୍ତାଙ୍କ ପାଇଁ ଭଏସ କଲ ମଧ୍ୟ ଏକ ପ୍ରକାର ମାଗଣା ହୋଇଯାଇଥିଲା କହିଲେ ଚଳେ। ୩୦-୪୦ ବର୍ଷ ବୈଧତା ସମ୍ପନ୍ନ ସିମ ମଧ୍ୟ ବଜାରରେ ଉପଲବ୍ଧ ହୋଇଥିଲା।ଏବେ ଏମିତି ବହୁ ଉପଭୋକ୍ତା ଅଛନ୍ତି ଯେଉଁମାନେ କେବଳ ଇଂକମିଙ୍ଗ କଲ ପାଇଁ ମୋବାଇଲ ରଖୁଛନ୍ତି। ପ୍ରଥମଥର ୧୦ରୁ ୨୦ ଟଙ୍କାର ରିଚାର୍ଜ କରିଦେଇ ମୋବାଇଲକୁ ସୋ ପିସ ଭଳି ରଖିଛନ୍ତି। ତେବେ ବର୍ତ୍ତମାନ ଏଭଳି ସୁବିଧା ସବୁ କମ୍ପାନୀ ବନ୍ଦ କରିବାକୁ ଲାଗିଛନ୍ତି। ଦୋକାନକୁ ଯିବାରୁ ଜଣାପଡିଛି ଯେ, ଏବେ ଇଂକମିଙ୍ଗ କଲ ପାଇଁ ପ୍ରତି ମାସ ୩୫ ଟଙ୍କା ରିଚାର୍ଜ କରିବାକୁ ହେବ। ଆଜି ପର୍ଯ୍ୟନ୍ତ ଇଂକମିଙ୍ଗ କଲ ମାଗଣା ହୋଇଥିବାରୁ ଉପଭୋକ୍ତା ବହୁ ସିମ ବ୍ୟବହାର କରୁଥିବା ଜଣାପଡିଛି। ଇଂକମିଙ୍ଗ କଲ ଚର୍ଜା ଲାଗୁ ହେବାଫଳରେ ଉପଭୋକ୍ତାମାନେ ଅଧିକ ସିମ ରଖିବେ ନାହିଁ ।ଏହା ଦ୍ୱାରା ବିଭିନ୍ନ ଟେଲିକମ କମ୍ପାନୀର ଗ୍ରାହକ ସଂଖ୍ୟା ହ୍ରାସ ପାଇବା ଆଶଙ୍କା ମଧ୍ୟ ରହିଛି ।

ରିପୋର୍ଟ : ଜିତେନ୍ଦ୍ର ସାହୁ