ଆଉ ଏକ କାଶ୍ମୀର ମଣିପୁର-“ସମଝଦାର କୋ ଇସାରା କାଫି”

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ରାଜ୍ୟ ମଣିପୁର ୩ମାସହେଲା ଜଳୁଛି । ୩ ମେ,୨୦୨୩ ମଣିପୁର ଜାତି-ଜାତି ଦଙ୍ଗା ସୃଷ୍ଟି ହୋଇଥିଲା ସଂଖ୍ୟାଗରିଷ୍ଠ ମୈତେଇ(୬୦%)ଓ ସଂଖ୍ୟାଲଘୁ କୁକି (୨୫%) ମଧ୍ୟରେ,୪ ମେ ଖବର ଅନୁଯାୟୀ ୧୪୨ ଜଣ ନିହତ,୩୦୦ଜଣ ଆହତ ଓ ପ୍ରାୟ ୬୦,୦୦୦ ଜଣ ବେ-ଘର ହୋଇଥିଲେ ଏହି ଜାତିଆଣ ଦଙ୍ଗାରେ ।ପ୍ରତ୍ୟହ କୋଉଠି ନାଁ କୋଉଠି ହିଂସାକାଣ୍ଡ ଜଳାପୋଡ଼ା ଚାଲିଛି,କହିଲାଭଳି ମଣିପୁର ବାରୁଦଗଦା ଉପରେ ଅଛି,ଖାଲି ବିସ୍ଫୋରଣ ବାକି ।ପରିସ୍ଥିତି ସବୁ ସୀମା ଟପିଗଲା ଯେତେବେଳେ ୫ମେ’ରେ ୨ଜଣ ମହିଳା(କୁକି)ଙ୍କୁ ବିରୋଧୀ ଆନ୍ଦୋଳନକାରୀମାନେ ଉଲଗ୍ନକରି ରାଜରାସ୍ତାରେ ଚଲାଇ ଚଲାଇ ନେବା ସହିତ ଗଣଦୁଷ୍କର୍ମ କଲେ ଓ ତା’ର ଭିଡିଓକରି ଭାଇରାଲ କରି ଦେଲେ ।ମୈତେଇଙ୍କ କ୍ଷେତ୍ରରେ ମଧ୍ୟ ଏକାଭଳି ଅନେକ ଘଟଣା ଘଟିଛି ଯାହା ସେତେ ପଦାକୁ ଆସେନା।କାରଣ ସଂଖ୍ୟାଲଘୁ କୁକି(ଖ୍ରୀଷ୍ଟିଆନ)ଖୋଲାରେ ମୈତେଇ(ହିନ୍ଦୁ)ମାନଙ୍କ ଗଣହତ୍ୟା ସକାଶେ ଆହ୍ୱାନ ଦିଅନ୍ତି ଯାହାକୁ ତଥାକଥିତ ବିରୋଧୀ ପରୋକ୍ଷରେ ସମର୍ଥନ କରନ୍ତି ।ପ୍ରଣିଧାନର ବିଷୟ ମଣିପୁରର ୬୦ବିଧାୟକ ମଧ୍ୟରୁ ୪୦ଭାଜପାର ହେଲେ ମଧ୍ୟ କୁକିମାନେ ଭାଜପା ବିଧାୟକ,ମନ୍ତ୍ରୀ ଏପରିକି କେନ୍ଦ୍ରମନ୍ତ୍ରୀଙ୍କର ଘର ମଧ୍ୟ ଜାଳି ଦେଉ ଛନ୍ତି,ଏଥିପାଇଁ ସମ୍ବଳ ଓ ସାମର୍ଥ୍ୟ ସେମାନେ ପାଉଛନ୍ତି କୋଉଠୁ ?ଦୁଇମାସ ପର୍ଯ୍ୟନ୍ତ ଇଣ୍ଟରନେଟ ନିଷିଦ୍ଧ ଥିବାରୁ ଏଘଟଣା ପଦାକୁ ଆସିନଥିଲା,ନିଷିଦ୍ଧାବସ୍ଥା ଉଠିଗଲା ପରେ ଏଭିଡିଓ ଭାଇରାଲ ହୋଇଗଲା ।ପ୍ରକୃତରେ ଘଟଣା ଅତୀବ ଲୋମହର୍ଷକ,ଵର୍ଵରୋଚିତ ଓ ଦୁଃଖଦାୟକ ।ଘଟଣାରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,ଏହା ୧୪୦ କୋଟି ଭାରତୀୟଙ୍କ ମୁଣ୍ଡକୁ ଲଜ୍ଜାରେ ଅଵନତ କରିଦେଇଛି ଅବଶ୍ୟ ବିରୋଧୀ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ବହୁତ ବିଳମ୍ବ ହୋଇଗଲା,ସମସ୍ତଙ୍କର ନିଜସ୍ବ ବାଧ୍ୟବାଧକତା ରହିଛି !ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ,ଏ ବେଳା ପରସ୍ପର ଉପରେ ଦୋଷ ନଲଦି,ଅତି ଗୁରୁତ୍ୱର ସହିତ ପରିସ୍ଥିତିର ମୁକାବିଲା କରିବାର ସମୟ ।କେବଳ ଦେଶ ନୁହେଁ ବିଶ୍ଵରେ ଅନେକତ୍ର ଏଘଟଣାର ପ୍ରତିଵାଦ ଦେଖିବାକୁ ମିଳୁଛି, ଅବଶ୍ୟ ସବୁପ୍ରାକୃତିକ ନୁହେଁ,କିଛିଟା ପ୍ରାୟୋଜିତ !ଏଇ ମେ ମାସ ଶେଷ ବେଳକୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯହିଁରେ ମଣିପୁରରେ ଜନୈକା ମହିଳା(ସମ୍ଭବତଃ କୁକି) ସମ୍ପୂର୍ଣ୍ଣ ଉଲଗ୍ନହୋଇ ଏକ ବାଡି ଧରି କର୍ମରତ ସୈନିକ ଓ ପୋଲିସମାନଙ୍କୁ ଗୋଡାଉଥାନ୍ତି, ଯୋଉମାନେ ଲଜ୍ଜାବଶତଃ/ମିଛ ଅଭିଯୋଗରେ ଚାକିରୀ ଚାଲିଯିବା ଭୟରେ ଧାଉଁଥାନ୍ତି ।ଚର୍ଚ୍ଚିତ ଭିଡିଓଟି ବର୍ତ୍ତମାନର ପ୍ରସଙ୍ଗ ଭିଡିଓଟିର ବିପରୀତ ଧର୍ମୀ ନୁହେଁ କି ?ଅନ୍ୟ ଏକ ଭିଡ଼ିଓରେ କୁକି ମହିଳାମାନେ କୁକି ଦଙ୍ଗାକାରୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ କାର୍ଯ୍ୟରତ ସୈନ୍ୟମାନଙ୍କୁ ଧମକାଉଛନ୍ତି,ତମେ ଏ ସ୍ଥାନ ଛାଡି ନଗଲେ ଆମେ ନିବସ୍ତ୍ର ହେବାକୁ ବାଧ୍ୟ ହେବୁ ।ଠିକ୍ ଯେମିତି କାଶ୍ମୀରରେ ସୈନ୍ୟ ବାହିନୀ ଉପରକୁ ପଥର ଫିଙ୍ଗାଳିଙ୍କୁ ମହିଳାମାନେ ସୁରକ୍ଷା ଦେଉଥିଲେ ।କାଶ୍ମୀରରୁ ହିନ୍ଦୁମାନଙ୍କୁ ତଡିଲାଭଳି ମଣିପୁରରେ ମଧ୍ୟ ସଂଖ୍ୟାଗରିଷ୍ଠ ମୈତେଇମାନଙ୍କୁ ସଂଖ୍ୟାଲଘୁ କୁକିମାନେ ଜୋର ଜବରଦସ୍ତ ବିଦାକରୁଛନ୍ତି।କୋଉ କାଳୁ ଏପ୍ରକାର ଘଟଣାକୁ ସବୁ ସରକାର ନଜରଅନ୍ଦାଜ କରିଆସିଛନ୍ତି !ଠିକଣା ସମୟରେ ରୋଗର ଉପଚାର ନହେଲେ ଯାହା ହେବାକଥା ହେଉଛି ! ସର୍ବତ୍ର ଏହାବିରୁଦ୍ଧରେ ଆନ୍ଦୋଳନ, ଶୋଭାଯାତ୍ରା, ହରତାଳ, ଵିକ୍ଷୋଭ, ବିରୋଧୀଶାସିତ ରାଜ୍ୟରେ ଟିକେ ବେଶୀ । ଏବେ ମଧ୍ୟ ଏ ଘଟଣାର ଅପରାଧୀ ଖୋଲାରେ ବୁଲୁଛନ୍ତି, ପ୍ରକାଶ ଥାଉ ୬ଜଣ ଅଭିଯୁକ୍ତ ଏ ସମ୍ବନ୍ଧରେ ଗିରଫ ହୋଇଛନ୍ତି,ସେମାନଙ୍କୁ ଫାଶୀ ଦଣ୍ଡ ନିମନ୍ତେ ରାଜ୍ୟ ସରକାର ସୁପାରିଶ କରିଛନ୍ତି।ଭାରତର ମୁଖ୍ୟ ବିଚାରପତି ଏଘଟଣାରେ ଚିନ୍ତାବ୍ୟକ୍ତ କରି କହିଛନ୍ତି,ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ୍ ସେ ନିଜେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ।ମେ୩ତାରିଖର ଗଣ୍ଡଗୋଳପରେ ୧୦,୦୦୦ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ସୈନ୍ୟ ଵାହିନୀ,ରାଜ୍ୟ ପୋଲିସ ସମସ୍ତେ କାର୍ଯ୍ୟରତ,ମାତ୍ର ଘଟଣା ଆୟତାଧିନ ହେଉନାହିଁ।ବର୍ତ୍ତମାନ ଅବଶ୍ୟ ପରିସ୍ଥିତି କିଛିଟା ଭଲ ମାତ୍ର ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି ।ଏହାର ସମାଧାନ ପ୍ରଶାସନିକ ସ୍ତରରେ ଯେତେ ନୁହେଁ,ରାଜନୈତିକ ସ୍ତରର ଆବଶ୍ୟକତା ବେଶୀ ମନେହୁଏ।ଚଳିତ ଜୁଲାଇ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଓ ଦ୍ବିତୀୟଦିନ ଏହିଘଟଣା ର ଭୟାଵହତା ଓ ଆଶୁସମାଧାନଦାବିରେ ସ୍ବଳ୍ପସମୟର ଆଲୋଚନାପରେ ମୁଲତବୀ ଅଛି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂ ଏହି ଜାତିଆଣ ଦଙ୍ଗାରେ ଏକ ନିରପେକ୍ଷ ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରିବା ନିମନ୍ତେ ଘୋଷଣା କରି ସାରିଛନ୍ତି,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏଦିଗରେ ଯୋଉ ପ୍ରକାର ସାହାଯ୍ୟ,ଯେତେ ବେଳେ ଆବଶ୍ୟକ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସାରିଛନ୍ତି।ଉଭୟ,ରାଜ୍ୟ ଓ କେନ୍ଦ୍ର ସରକାର ଯେ ଯାହାସ୍ତରରେ ମଣିପୁରଘଟଣାର ଏକ ଆଶୁ/ଯଥାଯୋଗ୍ୟ ସମାଧାନରବାଟ ନିର୍ଣ୍ଣୟକରିବାରେ ଯଥାସାଧ୍ୟ ପ୍ରଚେଷ୍ଟାରତ,ମାତ୍ର ବିରୋଧୀଦଳ ଗୋଳିଆପାଣିରୁ କିପରି ସର୍ବାଧିକ ମାଛ ଧରିପାରିବେ ସେଦିଗରେ ଅହରହ ଉଦ୍ୟମରତ।କାହିଁକିନାଁ ସବୁଥରଭଳି ଏଥର ମଧ୍ୟ ଠିକ୍ ସଂସଦ ଅଧିବେଶନ ପୂର୍ବରୁ ଏକଥା ହଠାତ୍ ଆତ୍ମପ୍ରକାଶ କଲା ।ଆଜି ପର୍ଯ୍ୟନ୍ତ ଵିରୋଧୀଏ ଅଭିଯୋଗ କରୁଥିଲେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶଯିବାକୁ ବେଳ ହେଉଛି ସିନା ମଣିପୁର ସମ୍ପର୍କରେ ମନ୍ତବ୍ୟ ଦେବାକୁ ସମୟନାହିଁ,ମୌସୁମୀ ଅଧିବେଶନଆରମ୍ଭରେ ଯେତେବେଳେ ପ୍ରଧାନମନ୍ତ୍ରୀ ମଣିପୁର ସମ୍ବନ୍ଧରେ ଟିପ୍ପଣୀଦେବାକୁ ବାହାରିଲେ ବିରୋଧୀ ଦଳର ଦାବୀ ବଦଳିଗଲା,କେନ୍ଦ୍ର ଓ ରାଜ୍ୟରେ ଥିବା ସରକାର ଇସ୍ତଫା ଦିଅନ୍ତୁ ।ଵିରୋଧୀ ଙ୍କର ମୁଖ୍ୟ ଟାର୍ଗେଟ ବିରେନ ସିଂ,କାରଣ ଗତ ୨୦୧୮ଠାରୁ ଅଦ୍ୟାବଧି ଶ୍ରୀ ସିଂ ୧୮,୦୦୦ ଏକରରେ ହୋଇଥିବା ୧୫୭୬ କୋଟିର ଡ୍ରଗସ୍ ନଷ୍ଟକରାଇ ଡ୍ରଗସ୍ ମାଫିଆଙ୍କର ବଡ ଶତ୍ରୁହୋଇଛନ୍ତି,ନୀତିହେଲା ଘଇତା ମରୁପଛେ ସଉତୁଣୀ ରାଣ୍ଡହେଉ !ଜଣାଯାଏବିରୋଧୀ ଦଳର ଘଟଣାର ସମାଧାନରେ ମନ ନାହିଁ, ଇସ୍ତଫା କ’ଣ କେବଳ ଏକମାତ୍ର ସମାଧାନ ! ତା’ପରେ ଏସଵୁଥିରେ ରାଜନୀତି କାମକରୁଛି ବୋଲି ମୋର ବ୍ୟକ୍ତିଗତ ମତ,କାହିଁ ଦେଖୁନାହାନ୍ତି,ଏ ମଧ୍ୟରେ ରାଜସ୍ଥାନର ଯୋଧପୁରରେ ଏକ ବଳାତ୍କାର ଘଟଣା ଘଟିଗଲା, ୬ଜଣ ଲୋକ ପ୍ରାଣ ହରାଇଲେ,ଗେହେଲଟ୍ ସେ ବିଷୟରେ ମନ୍ତବ୍ୟ ଦେବେ କ’ଣ ମଣିପୁର ଘଟଣା ତାଙ୍କ ପାଇଁ ପ୍ରାଥମିକତା ପାଇଛି,ଗୋଦରୀଲୋ ଗୋଡ ତଳକୁ ଅନା ! ଛତିଶଗଡ଼ରେ କିଛି ଯୁବକ ବିଧାନସଭା ଗାଡିସମୁହ ଆଗରେ ଉଲଗ୍ନ ପ୍ରତିବାଦ କଲେ, କାହିଁ ବିରୋଧୀଦଳ ପାଟି ଫିଟାଇଲେ ନାହିଁ,ବିହାରରେ ସେମିତି ନାଁ ଆରଜେଡି/ଜେଡିୟୁ କେହି ଏମିତି ଘଟଣାରେ ପାଟି ଖୋଲୁନାହାନ୍ତି,ପଶ୍ଚିମବଙ୍ଗରେ ପଞ୍ଚାୟତନିର୍ବାଚନରେ ୪୫ ଲୋକ ମଲେ,କଂଗ୍ରେସର ନିଜ କର୍ମୀ ମଲେ ସିନା ତୃଣମୂଳ ବିରୁଦ୍ଧରେ ପାଟି ଦିଫାଳ କଲା ନାହିଁ,ତୁ ତ ମୁତୁରୀ………,ହଁ ଏବେ ତଥାକଥିତ “ଇଣ୍ଡିଆ”ର ଅଂଶୀଦାର ଦୁହେଁ,ପ୍ରତିବାଦ କଲେ ଇଣ୍ଡିଆ,”ଡିଆଁ”ହୋଇଯାଇପାରେ !ଗତଦିନରେ ସର୍ବସମକ୍ଷରେ ଜଣେ ଭାଜପା କର୍ମୀଙ୍କ ପତ୍ନୀଙ୍କୁ ତୃଣମୂଳ କର୍ମୀ ଦୁଷ୍କର୍ମକଲେ,ଏକ ୬୦ବର୍ଷିୟା ବୃଦ୍ଧାଙ୍କୁ ତାଙ୍କ ନାତି ସମ୍ମୁଖ ରେ ତୃଣମୂଳ କର୍ମୀ ଦୁଷ୍କର୍ମକଲେ,କୌଣସି ବିରୋଧୀ ଦଳ ପାଟି ଖୋଲିଲେନି କି କାହାର ଇସ୍ତଫା ମାଗିଲେନି,ତମେ କଲାବେଳକୁ ଖେଳ,ଅନ୍ୟ ବେଳକୁ କାଳ ! ଆଉ ଗୋଟିଏ କଥା ବିରୋଧୀଦଳ ଅଭିଯୋଗ କରୁଛନ୍ତି,ମଣିପୁର କଥା ଯାଇ ୟୁରୋପୀୟ ସଂଘରେ ଚର୍ଚ୍ଚାହେଲାଣି,ପ୍ରଧାନମନ୍ତ୍ରୀ କିଛିକରୁନାହାନ୍ତି?ୟୁରୋପୀୟ ସଂଘରେ ଚର୍ଚ୍ଚା ହେବାର କାରଣ ଅଛି !ପ୍ରଥମ କଥା,ୟୁରୋପୀୟ ସଂଘ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ କିଏ,ତାଙ୍କୁ ଏ ଅଧିକାର ଦେଲା କିଏ ?ଏଇଠି କଥାଟିଏ, ୟୁରୋପୀୟ ସଂଘର ଏକ ବିଶିଷ୍ଟସଦସ୍ୟ ବ୍ରିଟେନ ଯିଏ ପାଖାପାଖି ୩୦୦ବର୍ଷ ଆମଦେଶକୁ ପରାଧୀନ ରଖିଥିଲା,ଆଉ ସେଇ ପରାଧୀନ ସମୟରେ ଯେତେବେଳେ ବର୍ମା(ମିଆଁମାର) ଓ ଭାରତ ସବୁ ଏକ ଥିଲା,ସେତେବେଳେ ତତ୍କାଳୀନ ଵର୍ମାର କୁକି(ଆଜିର ମଣିପୁରର)ଙ୍କୁ ଡାକିଆଣି ଭାରତରେ ଵସଵାସର ସୁଯୋଗ ଦେଇଥିଲେ ।ସେଇମାନେ କାଳକ୍ରମେ ଅଧିକ ସଂଖ୍ୟାରେ ଚାଲିଆସିଲେ ଓ ବର୍ତ୍ତମାନ ମିଆଁମାରର ରୋହିଙ୍ଗ୍ୟା ଓ ବାଙ୍ଗଲାଦେଶୀଙ୍କ ସହ ମିଶି ମଣିପୁରରେ ଯେତେ ପ୍ରକାର ଗଣ୍ଡଗୋଳର ସୂତ୍ରପାତ କରୁଛନ୍ତି ।ଏସଵୁପାଇଁଁ ପ୍ରଚୁର ପଇସା ଆସୁଛି ବିଦେଶରୁ,ଆଇଏସଆଇ-ଚୀନ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି ଗଣ୍ଡଗୋଳ ସୃଷ୍ଟି କରାଇବାକୁ,ବିଶେଷକରି ପାଶ୍ଚାତ୍ୟଗୋଷ୍ଠୀ ସରକାରକୁ କ୍ଷମତାଚ୍ୟୁତ କରାଇବାକୁ ନିରନ୍ତର ଉଦ୍ୟମରତ ଏବଂ ଦେଶ ଅଭ୍ୟନ୍ତରରୁ ମଧ୍ୟ ଭରପୁର ସମର୍ଥନ ମିଳୁଛି ଏସକାଶେ ଏବେ ୟୁରୋପୀୟ ସଂଘ ସେ ସମ୍ବନ୍ଧରେ ଆଲୋଚନା କରୁଛନ୍ତିମାନେ ନିଜଦୋଷ ଘୋଡା- ଇଵା କଥା,ଭାରତ ସ୍ବାଧୀନତାପୂର୍ବରୁ ଓ ପରେମଧ୍ୟ ଆମ ଆମଭିତରେ ଗଣ୍ଡଗୋଳ ଭିଆଇ ବାର ଯଥେଷ୍ଟ ପ୍ରୟାସ କରିଥିଲେ ବ୍ରିଟିଶ ଓ ସଫଳ ହୋଇଥିଲେ ମଧ୍ୟ । ଉଲ୍ଲେଖଯୋଗ୍ୟ ମଣିପୁରରେ ସଂଖ୍ୟାଗରିଷ୍ଠ ମୈତେଇ ମଣିପୁରର ରାଜଧାନୀ,ଇମ୍ଫାଲ ଚତୁଃପାର୍ଶ୍ଵରେ ମଣିପୁରର ସର୍ବମୋଟ ୧୦% ସ୍ଥାନରେ ବସବାସ କରୁଥିବାବେଳେ କୁକି- ମାନେ,ଯାହାଙ୍କ ସଂଖ୍ୟା ମୈତେଇଙ୍କର ଅଧାରୁ କମ୍ ସେମାନେ ମଣିପୁରର ୮୦%ରେ ବାସ କରୁଛନ୍ତି ।ମୈତେଇ ଜନସଂଖ୍ୟାର ପ୍ରାୟ ୯୦% ହିନ୍ଦୁ,କଥାଟା ସେଇଠି ରହିଲା।ସିଏ ଆଉ ଏକ କାଶ୍ମୀର,କାରଣ ଆପଣମାନେ ସମସ୍ତେ ବର୍ତ୍ତମାନ ସମ୍ବିଧାନର ଧାରା ୩୭୦ ଉଛେଦ ସମ୍ବନ୍ଧେ ଜାଣିଥିବେ ଏବଂ ତା’ର ପୁନଃପ୍ରଚଳନ ନିମନ୍ତେ ଏବେ ଥୋକାଏ ଦିବାସ୍ବପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି ।ଧାରା ୩୭୦ ଅନୁଯାୟୀ କାଶ୍ମୀର ଅଧିବାସୀ ଅବଶିଷ୍ଟ ଭାରତର ଯେକୌଣସି ସ୍ଥାନରେ ଜମି/ଘର କିଣିପାରିବେ ମାତ୍ର ଅବଶିଷ୍ଟଭାରତରକୌଣସି ନାଗରିକ କାଶ୍ମୀରରେ ଜମି/ଘର କିଣି ପାରିବେ ନାହିଁ ।ଠିକ୍ ଏମିତି ହୋଇଛି ମଣିପୁର କ୍ଷେତ୍ରରେ ୧୯୭୫ରେ ସମ୍ବିଧାନର ୨୭ତମ ସଂଶୋଧନ ମାଧ୍ୟମରେ,ଧାରା ୩୭୧(ଗ) ବଳରେ ।କୁକି(ପ୍ରାୟ ୯୦% ଖ୍ରୀଷ୍ଟିଆନ)ଅଧ୍ୟୁଷିତ ପାହାଡି ଅଞ୍ଚଳରେ କେହି, ଏମିତିକି ମୈତେଇମାନେ(ଅବଶିଷ୍ଟ ଭାରତ କଥା ପଛକୁ ଥାଉ)ମଧ୍ୟ ଜମି/ଘର କିଣି ପାରିବେ ନାହିଁ।ମୋ ଜାଣିବାରେ ଆମ ଦେଶରେ ଅର୍ଦ୍ଧାଧିକ ଲୋକେ ଏକଥା ଜାଣି ନଥିବେ, କେତେ ସାଙ୍ଘାତିକ କଥା କହିଲେ !ଏବେ ମୈତେଇମାନଙ୍କ ବହୁଦିନର ଦାବୀକୁ ବିଚାରକୁ ନେଇ ମଣିପୁର ହାଇକୋର୍ଟ ୧୯ ଏପ୍ରିଲରେ ମୈତେଇମାନଙ୍କର ଏହି ଦାବୀ(ଜନଜାତି ମାନ୍ୟତା-ଏହା ସହିତ ଜମି/ଘର କିଣା ମାନ୍ୟତା ଜଡିତ)ସପକ୍ଷରେ ରାୟ ଦେଇ ଏହାର କାର୍ଯ୍ୟ- କାରିତା ଦିଗରେ ଦୃଷ୍ଟିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ନିଜ ସ୍ବାର୍ଥରେ ଆଞ୍ଚ ଆସିବା ଆଶଙ୍କାରେ କୁକିମାନେ ପ୍ରଥମେ ଅହିଂସ ଓ ପରେ ହିଂସ୍ରକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଏଇଥିରୁ ଆପଣମାନେ ଅନୁମାନ ଲଗାନ୍ତୁ ଏସବୁ ଘଟଣାର ନେପଥ୍ୟ ନାୟକ କିଏ !ଆଉ ଯିଏ ସବୁବେଳେ ଵେଶୀ ପାଟି କରୁଥିବ,ଜାଣିବେ ତା’ର କ’ଣ ଦୁର୍ବଳତା ଥିବ ଜରୁର ।”ସମଝଦାର କୋ ଇସାରା କାଫି ।”

ଉପସ୍ଥାପନା ଲେଖକ : ଜୟନ୍ତ ପଟ୍ଟନାୟକ