ଅସହାୟ ବୃଦ୍ଧାକୁ ସହାୟ ହେଲା କାହ୍ନା ଚାରିଟେବୁଲ ଟ୍ରଷ୍ଟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହରଡା ଖଣ୍ଡି ନିକଟରେ ଥିବା ଆନନ୍ଦ ନଗରରେ ଜଣେ ବୃଦ୍ଧା ସାତଦିନ ହେଲା ଅତି ଅସହାୟ ଅବସ୍ଥାରେ କିଛି ଦିନ ହେଲା ଖାଇବାକୁ ନ ପାଇ ଅସୁସ୍ଥ ହୋଇ ପଡି ଯାଇଥିଲା । ଏହି ଖବର ସ୍ଥାନୀୟ କିଛି ଲୋକ ସମାଜସେବୀ ତଥା କାହ୍ନା ଚାରିଟେବୁଲ ମୁଖ୍ୟ ରଞ୍ଜନା ମିଶ୍ର ଯୋଗାଯୋଗ କରି ଜଣାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେ ତାଙ୍କ ଟିମ ସହ ସେଠାରେ ପହଂଚି ପ୍ରଥମେ କିଛି ଖାଇବାକୁ ଦେଇଥିଲେ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଟିମରେ ମନମୋହନ ଚୌଧୁରୀ, ବିଶ୍ୱନାଥ ପାତ୍ର, ସସ୍ମିତା ମିଶ୍ର, ସୌମ୍ୟରଂଜନ ମହାପାତ୍ର, କଳ୍ପନା ନାୟକ, ତନ୍ମନl ନାୟକ, ସୁରଜ ସୁବୁଦ୍ଧି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା