ଅସହାୟ, ଅନାଥ ବୃଦ୍ଧା ମହିଳାଙ୍କ ଶବ ଦାହ କଲେ ବିପଦର ବନ୍ଧୁ ସ୍ଵେଚ୍ଛାସେବି ସଙ୍ଘଠନର ସଦସ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଦର ଥାନା ଅନ୍ତର୍ଗତ ଆଙ୍କୁଶ ପୁର ଗ୍ରାମର ଅସହାୟ, ଅନାଥ ଶସୀ ନାୟକ ନାମକ ଜଣେ ବୃଦ୍ଧ ମହିଳା କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥାଇ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଭିକ ମାଗିକି ବଞ୍ଚୁଥିଲେ l ଗତ ସପ୍ତାହ ତଳେ ଷ୍ଟେସନ ଠାରେ ଜଣେ ବ୍ୟକ୍ତି ଏହି ବୃଦ୍ଧାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇଥିବାରୁ ବିଜେପି ଯୁବମୋର୍ଚ୍ଚାର କିରଣ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ l ହଠାତ କିରଣ କୁମାର ସାହୁ ବିପଦର ବନ୍ଧୁ ସ୍ଵେଛାସେବି ସଙ୍ଘଠନର ରବୀନ କୁମାର ସାହୁଙ୍କୁ ଯୋଗାଯୋଗ କରିବା ପରେ ମୃତ ଶସୀ ନାୟକଙ୍କୁ ରବୀନ ସାହୁ ଓ ପି. କୃଷ୍ଣ ଚନ୍ଦ୍ର ନାୟକ ତୁରନ୍ତ ଏମକେସିଜି ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ l ଗତକାଲି ତା ୬/୭/୨୦୨୧ ରିଖ ମଙ୍ଗଳବାର ସନ୍ଧ୍ୟାରେ ଶଶୀ ନାୟକଙ୍କ ନିଜ ଝୋପର ପଟିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ପୁଣି ଆଙ୍କୁଶପୁର ଗ୍ରାମ ବାସିନ୍ଦା ରବୀନ କୁମାର ସାହୁଙ୍କୁ ଫୋନ କରିଥିବାରୁ ସଙ୍ଘର ବହୁ ଯୁବକ ପହଞ୍ଚି ପରମ୍ପରା, ରୀତିନୀତି ଅନୁଯାଇ ଅନାଥ ବୃଦ୍ଧ ମୃତ ମହିଳାଙ୍କ ଶବକୁ ସମ୍ମାନ ସହିତ ଶବଦାହ କରାଯାଇଥିବା ଜଣାଯାଇଛି l ଏଥିରେ ସଙ୍ଘ ସମ୍ପାଦକ ରବୀନ କୁମାର ସାହୁ, ସହ ସମ୍ପାଦକ ପି. କୃଷ୍ଣ ଚନ୍ଦ୍ର ପାତ୍ର, କିରଣ କୁମାର ସାହୁ, ଅନୁପ୍ରାସାଦ ମହାନ୍ତି, ରାକେଶ ରୋଶନ ସେନାପତି, ବିଜୟ ଗୋପାଳ ଗୌଡ଼, ଅଜୟ ସାହୁଙ୍କ ସମେସ୍ତ ଆଙ୍କୁଶପୁର ଗ୍ରାମର ବାସିନ୍ଦା ମୁନା ଡୋରା, ସୁଶାନ୍ତ ସେଠି, ହୀନ ସେଠି, ପ୍ରଦୀପ କୁମାର ବେହେରା, କାଳିଆ ସେଠି, ସୁଦର୍ଶନ ନାୟକ, ଦଣ୍ଡପାଣି ନାୟକ, ସିମାଞ୍ଚଳ ନାୟକ ଉପସ୍ଥିତ ରହି ଶବଦାହ କରିଥିଲେ l ମୃତ ଶଶୀ ନାୟକଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ନେବାଠାରୁ ଶବଦାହ ପର୍ଯ୍ୟନ୍ତ ଟାଉନ ଥାନା ଅଧିକାର ସୁରେଶ ତ୍ରିପାଠୀ ଓ ସଦର ଥାନା ଅଧିକାରି ମହେନ୍ଦ୍ର ସାହୁ ମହୋଦୟ ପୂର୍ଣ୍ଣ ସହଯୋଗ କରିବା ସହିତ ଏହି ଭଳି କାର୍ଯ୍ୟ ପାଇଁ ଆମେ ତୁମ ସହିତ ଅଛୁ କହି ସାହସ ଦେଇଥିବାରୁ ବିପଦର ବନ୍ଧୁ ସଙ୍ଘ ତରଫରୁ ଆନ୍ତରିକତା ସହ କୃତଜ୍ଞତା ଜ୍ଞାପନ କରାଯାଇଥିବା ଜଣାପଡିଛି l