ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମୋ ପରିବାର ତରଫରୁ ଗତ କିଛି ଦିନ ହେଲା ବ୍ରହ୍ମପୁର ସହରର ପ୍ରତେକ ଗରିବ ପରିବାରକୁ ବ୍ରହ୍ମପୁର ସାଂସଦ ଏବଂ ବିଧାୟକଙ୍କ ପ୍ରତେକ୍ଷ୍ୟ ତତ୍ଵାବଧାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ସେହି ପରିପ୍ରେକ୍ଷୀରେ ଆଜି ଅର୍ଥାତ ୨୦-୬-୨୧ରେ ଓ.ଏସ. ଆର.ଟି.ସି. ଗ୍ୟାରେଜ ଠାରେ ଓ.ଏସ.ଆର.ଟି.ସିର କିଛି ଷ୍ଟାଫ ମାନଙ୍କୁ ଏବଂ ଅଯୋଧ୍ୟା ନଗର କଲ୍ୟାଣ ମଣ୍ଡପ ଠାରେ ନିୟୁଜ ପେପର ହକର୍ଷ ମାନଙ୍କୁ ପ୍ରାୟ ୭୦୦ ପକେଟ ଶୁଖିଲା ଖାଦ୍ୟ ସାଂସଦ ଏବଂ ବିଧାୟକଙ୍କ ତତ୍ଵାବଧାନରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପୂର୍ବତନ ବିଧାୟକଏବଂ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ସଂଜିତ ପାଣିଗ୍ରାହୀ, ଟି. ଗୋପୀ, ସଂଘମିତ୍ରା ଦଳେଇ, କେ. ମାଧବୀ, ଶ୍ରୀନିବାସ ରାଓ, ଅଜିତ ପଣ୍ଡା, ଜ୍ୟୋତି ସାହୁ, ଜଗନ୍ନାଥ ସାବତ, ତ୍ରିପତି ପାତ୍ର, ବନମାଳୀ ସେଠି, ମଳୟ ବିଶୋଇ, ଶୂନ୍ୟ ଚନ୍ଦ୍ର ଦାଶ, ନିରଞ୍ଜନ ଜେନା, ରଜନୀଷ ମିଶ୍ର, ଭଗବାନ ଗନ୍ତାୟତ, ମୁକୁନ୍ଦ ଗୌଡ଼, ଆଦିତ୍ୟ ପଟ୍ଟନାୟକ, ଆଦି ବିଜୁ ଜନତା ଦଳର ବହୁ ସଭ୍ୟ ଉପସ୍ଥିତ ଥିଲେ ।