— ‘ଅଲକ୍ଷଣୀ’ —

ମାନବୀୟ ସଦାଚରଣ, ନୈତିକ ଜ୍ଞାନ ବହିର୍ଭୁତ ସ୍ୱେଚ୍ଛାଚାରି ମନୋଭାବ
ପୋଷଣ କରୁଥିବା ମହିଳାଙ୍କୁ ଅଲକ୍ଷଣୀ ବୋଲି କୁହା ଯାଇଥାଏ ।
ସେମାନଙ୍କ କାର୍ଯ୍ୟଧାରାରେ ଅସନ୍ତୁଷ୍ଟ ପରିପାର୍ଶ୍ଵିକ ସଜ୍ଜନ ସେମାନଙ୍କ
ଆଚରଣରେ କ୍ଷୁବ୍ଧ ହୋଇ ସେମିତି କହିଥା’ନ୍ତି ! କାହିଁକି ??!! 

ପରିବାରରେ ପୁତ୍ର ସନ୍ତାନ ଅପେକ୍ଷା କନ୍ୟାର ଆବିର୍ଭାବ ଠାରୁ ଅନ୍ୟତ୍ର ବିଦା ହେବା ମଧ୍ୟରେ ପାରିବାରିକ ସମ୍ପର୍କ ତଥା ଆନ୍ତରିକ ମନୋଭାବ କେଉଁ ସ୍ତରରେ ରହିଥାଏ ପ୍ରାୟତଃ ଉଭୟ ପକ୍ଷ ନିଜେ ଭୁକ୍ତଭୋଗୀ ରହିଥିବେ ଯାହା ବିସ୍ତୃତ ବ୍ୟାଖ୍ୟା କରିବା ସଠିକ ମନେ ହେଉନାହିଁ ଆମକୁ । ତଥାପି ଆଜି ସମୟର ଅନେକ ସଚେତନ ବାର୍ତ୍ତାରେ ଅଭିଷିକ୍ତ କେତେକ ପରିବାର ନିଜର କନ୍ୟା ସନ୍ତାନ ପ୍ରତି ବାହ୍ୟ ପ୍ରଦର୍ଶନୀ ଜନିତ ଆନ୍ତରିକ ମନୋଭାବ ବ୍ୟକ୍ତ କରୁଥିବା ବେଳେ ଖୁବ୍ ବିରଳ ମଣିଷ ବାସ୍ତବରେ କନ୍ୟା ସନ୍ତାନଙ୍କ ପ୍ରତି ପ୍ରକୃତ ଆନ୍ତରିକ ସଦ୍ଭାବ ରଖିଥା’ନ୍ତି ଯାହା ବୁଝିବା ଅତ୍ୟନ୍ତ ଜଟିଳ । କାନ୍ୟ ସନ୍ତାନ ପ୍ରତି ଆନ୍ତରିକତା ନରହିବା ପଛର ମୂଳ ଉଦ୍ଦେଶ୍ୟ ହେଲା ସେମାନେ ଦିନେ ଜନ୍ମଦାତ୍ରୀ ମାତା ପିତାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବେ ଯାହା ଆମ ସମାଜର ଗୋଟିଏ ପ୍ରାଚୀନ ପ୍ରଥା । ତେଣୁ ସେମାନଙ୍କ ବିଦାୟ ପରେ ସମାନ୍ତରାଳ ଆନ୍ତରିକତା ନରହିବା ତଥା ଅନ୍ୟ ଏକ ପରିବାରର ଶୋଭା ବର୍ଦ୍ଧନ କରିବା ଲକ୍ଷ୍ୟ ରଖି ସେମାନଙ୍କ ପ୍ରତି ଗୋଟିଏ ପ୍ରକାର ଅନାଗ୍ରହ ସୃଷ୍ଟି ହେଉଥିବା ମଣିଷ ମନର ଏକ ପ୍ରାକୃତିକ ଚରିତ୍ର ଭାବେ ଗ୍ରହୀତ । ଏମିତିକି କନ୍ୟା ସନ୍ତାନ ଜନ୍ମ ହେବା ପୂର୍ବରୁ ତାକୁ ମାତୃ ଗର୍ଭରୁ ସ୍ୱର୍ଗ ପ୍ରାପ୍ତି କରିବା ପାଇଁ କୁଣ୍ଠାବୋଧ କରୁନଥିବା ଅମାନୁଷିକ ବିଚାରଧାରା ଆଜି ସମୟରେ ବ୍ୟାପକ ନିୟନ୍ତ୍ରଣାଧୀନ ରହିଥିବା ବେଳେ କେତେକ କ୍ଷେତ୍ରରେ ସେଭଳି ଘଟୁଥିବା ଲୁକାୟିତ ଘଟଣା ମଧ୍ୟ ଶୁଣିବାକୁ ମିଳେ ଅନେକ ସମୟରେ ଯାହା ଆମେ ସମସ୍ତେ ଜାଣୁ । ସମାଜକୁ ବଞ୍ଚାଇ ରଖିବା ପାଇଁ ନାରୀର ପ୍ରାଧାନ୍ୟତା ସମାଜରେ କେଉଁ ସ୍ଥାନ ଅଧିଗ୍ରହଣ କରିଥାଏ ସମସ୍ତେ ଜାଣି ମଧ୍ୟ ଅଜଣା ଭଳି ଅଭିନୟ କରୁଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ବିଷୟ ! ତଥାପି ଆମେ ଏକଦିଗମୁଖି ହୋଇ ଚିରାଚରିତ ସାମାଜିକ ଚେତନାରେ ବ୍ରତୀ ହୋଇଥାଉ ଯାହା ସେମାନଙ୍କ ଭାବଧାରାକୁ ବିପରୀତମୁଖୀ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ କେମିତି ବିଚାର କରିବା………….ମଣିଷ ମନରେ ଆନ୍ଦୋଳିତ ହେଉଥିବା ସମସ୍ତ ଭାବଧାରା ଗୁଡିକ ବାହ୍ୟାରେ ଅଭିବ୍ୟକ୍ତ ହେଉନଥିଲେ ମଧ୍ୟ ପ୍ରକାଶ୍ୟ ବ୍ୟବହାରିକ ଚିନ୍ତନରୁ ଉନ୍ମୁକ୍ତ ହୋଇଥାଏ ଆନ୍ତରିକତାର ମାତ୍ରା । ଫଳତଃ ପରିବାରରେ ପୁତ୍ର ସନ୍ତାନ ଅପେକ୍ଷା କନ୍ୟା ସନ୍ତାନ ପ୍ରତି ରହିଥିବା କ୍ଷୀଣ ମାନସିକତାର ପ୍ରତିଛବି ପ୍ରତ୍ୟେକ ମୁହୂର୍ତରେ ଆଙ୍କି ହେଉଥାଏ ମନ ମାନସରେ ଯାହା ଅପ୍ରକାଶ୍ୟ ଉଦ୍‌ବେଗର ଲହରୀ ସୃଷ୍ଟି କରୁଥାଏ ପ୍ରତ୍ୟେକ ସମୟରେ କନ୍ୟା ସନ୍ତାନ ମନରେ । ଇତି ମଧ୍ୟରେ ନିଜର ଦୁର୍ବଳତା ହେତୁ ଚାପ ପ୍ରୟୋଗ କରି ପରିବାରରେ ପ୍ରାଧାନ୍ୟତା ସାବ୍ୟସ୍ତ କରିବାରେ ଅକ୍ଷମ, ନିଜର ଆକାଂକ୍ଷାକୁ ଚରିତାର୍ଥ କରିବା ସମ୍ଭବ ହେଉନଥିବା ହେତୁ ଅନେକ ଶୈତାନି ବିଚାର ସୃଷ୍ଟି ହୋଇଥାଏ କନ୍ୟା ସନ୍ତାନ ମନରେ ଯାହା ସାଧାରଣତଃ ପୁରୁଷଙ୍କୁ ଅଗୋଚର ରହିଥବା ବେଳେ ନାରୀ ସମାଜ ମଧ୍ୟ ସେଗୁଡିକୁ ଅଣଦେଖା କରି ମନକୁ ନେଇନଥା’ନ୍ତି ! କାରଣ ମହିଳାଙ୍କ ସ୍ମରଣ ଶକ୍ତି ପୁରୁଷଙ୍କ ତୁଳନାତ୍ମକ କମ୍ ଥିବାବେଳେ ସେମାନଙ୍କ ବାଲ୍ୟ ସମୟର ଅନୁଭୂତି ଗୁଡିକୁ ପ୍ରତିଶୋଧାତ୍ମକ ବିଚାର ଅବଚେତନ ମନରେ ସୃଷ୍ଟି ହୋଇଥାଏ ଯାହା ସେମାନଙ୍କ ଜ୍ଞାତ, ଭାବଧାରା ବହିର୍ଭୁତ ହୋଇଥାଏ ! ଅର୍ଥାତ ନାରୀ ମନରେ ସୃଷ୍ଟି ହେଉଥିବା ବିଚାରଧାରା ଗୁଡିକ ଅନେକ ସମୟରେ ସମାନଙ୍କ ନିୟନ୍ତ୍ରଣରେଖା ପରିସରଭୁକ୍ତ ହୋଇନଥାଇ ପରିସ୍ଥିତି, ପରିବେଶକୁ ସଂଯୋଜିତ ହେଉଥିବା ବିଷୟ ସେମାନଙ୍କ ଭାବବହିର୍ଭୁତ ବିଷୟ ହୋଇଥାଏ । ତେଣୁ ସେମାନେ ମଧ୍ୟ ନିଜ ବାଲ୍ୟ ସମୟର ଅନୁଭୂତି ଗୁଡିକୁ ସ୍ମରଣ କରି ନପାରି ନିଜର କନ୍ୟା ସନ୍ତାନ ପ୍ରତି ନିରସ ମନୋଭାବ ପୋଷଣ କରୁଥିବା ଦଖିବାକୁ ମିଳେ ସର୍ବତ୍ର ଯାହା କେହି ବାହ୍ୟାରେ ଗ୍ରହଣ କରି ନପାରିଲେ ମଧ୍ୟ ନିଜକୁ ନିଜ ମନରେ ଅସ୍ୱୀକାର କରିପାରିବେ ନାହିଁ । ଇତିମଧ୍ୟରେ କନ୍ୟା ସନ୍ତାନଟି ପ୍ରଥମେ ନିଜ ଜନ୍ମଦାତ୍ରୀ ମା’ ପାଖରେ ଅବହେଳିତ ମାନସିକତାକୁ ଲକ୍ଷ୍ୟକରି ନିଜକୁ ପରିବାରର ଜଣେ ଅପ୍ରତ୍ୟାଶିତ ଅତିଥି ଭଳି ଅନୁଭବ କରିଥାଏ ! ସେହି ଅନୁଭୂତି ସମ୍ପୃକ୍ତ କନ୍ୟାର ନୈତିକ, ମାନବିକ ବିଚାରଧାରା ଉପରେ ପ୍ରଖର ପ୍ରତିକୂଳ ପ୍ରଭାବ ପକାଇ ତାହାର ଆଚରଣ ବିଧିକୁ ବିଯୁକ୍ତାତ୍ମକ ଦିଗରେ ପରିଚାଳିତ କରିବାରେ ତା’ର ଆଚରଣ, ଲକ୍ଷଣରେ ପ୍ରତିଫଳିତ ଅଲକ୍ଷଣ ଗୁଡିଏ ଦେଖା ଦେଇଥାଏ ଯାହାକୁ ଆମେ ଅଲକ୍ଷଣୀ ବୋଲି କହିଥାଉ । ପିତା ମାତାଙ୍କ ଆନ୍ତରିକ ସଦ୍ଭାବ ତଥା ସଂସ୍କାର ଅଭାବରୁ ସାଧାରଣତଃ କନ୍ୟା ସନ୍ତାନ ମାନେ ଅନେକ ଅଲକ୍ଷଣୀ ଆଚରଣ କରିବାରେ ନିଜକୁ ନିଜେ ମଧ୍ୟ ବୁଝିନପାରି ଅନେକ କ୍ଷେତ୍ରରେ ଅପଦସ୍ଥ ହୋଇଥା’ନ୍ତି । ହେଲେ ପ୍ରାୟତଃ ସମସ୍ତ କନ୍ୟା ଶିଶୁ ସେମାନଙ୍କ ପରିବାରରେ ଏହିଭଳି ପରିସ୍ଥିତି, ପରିବେଶରେ ବଢ଼ିଥିବା ବେଳେ କେତେକଙ୍କ କ୍ଷେତ୍ରରେ ଅଲକ୍ଷଣ ଗୁଡିଏ ପ୍ରଚୁର ପରିମାଣରେ ପରିଲକ୍ଷିତ ହେଉଥିବା ବେଳେ ଅଧିକାଂଶ ନାରୀ ଉତ୍ତମ ଚରିତ୍ର ପ୍ରବାହ କରି ନିଜ ପରିବାରକୁ ଯଥେଷ୍ଟ ସହଯୋଗ କରିବାରେ ସକ୍ଷମ ହେଉଥିବା ପଛର ରହସ୍ୟ ଅତ୍ୟନ୍ତ ଅଲୌକିକ ! ଅର୍ଥାତ ନାରୀ, ସମାଜରେ ଏତେ ଅବହେଳିତ ହୋଇଥାଇ ମଧ୍ୟ କିପରି ନିଜର ସହନଶୀଳତା ମାଧ୍ୟମରେ ସମାଜରେ ବଂଚିବା ଶିଖିଥା\’ନ୍ତି ତାହା ସେମାନଙ୍କ ଗୋଟିଏ ସମ୍ବେଦନଶୀଳ ଚରିତ୍ର ଯାହା ପ୍ରକୃତିଦତ୍ତ । କିନ୍ତୁ ସେହି ସହନଶୀଳତାରୁ ବଂଚିତ ନାରୀ, ସମାଜରେ ଅଲକ୍ଷଣୀ ଭାବେ ପରିଚିତ ହୋଇଥାଏ ଯାହା ନାରୀ ସମାଜ ପ୍ରତି ଏକ କଳଙ୍କିତ ଅଧ୍ୟାୟ ଭାବେ ବିବେଚିତ ହୋଇଥାଏ । ପୁରୁଷାନୁ କ୍ରମିକ କେଉଁ ପିଢ଼ିରୁ ଆଗତ ଜିନ୍‌ଗତ ଅଲକ୍ଷଣୀ ସ୍ୱଭାବଧାରୀ ଜନ୍ମିତ କନ୍ୟାଙ୍କ ପ୍ରତି ମାତା ପିତାଙ୍କ ଅନାଗ୍ରହ ରହୁଥିବା ଏକ ସାଧାରଣ ସ୍ୱାଭାବିକ ଦୃଶ୍ୟ ଦେଖିବାକୁ ମିଳେ ଯେତେବେଳେ ଅନ୍ୟଦିଗରେ ମାତା ପିତାଙ୍କ ସ୍ୱତଃପ୍ରବୃତ ଅନାଗ୍ରହରୁ କନ୍ୟାର ଅଲକ୍ଷଣୀ ସ୍ୱଭାବ ବର୍ଦ୍ଧିତ ହେଉଥିବା ମଧ୍ୟ ଲକ୍ଷ କଲେ ଜାଣି ହେବ । ନାରୀ କୋଳରୁ ଜନ୍ମିତ ପୁରୁଷ ପ୍ରାଧାନ୍ୟ ସମାଜରେ ଏତେ ଅବହେଳିତ ନାରୀ ନିଜକୁ ପରିବାର ସହିତ ଖାପ ଖୁଆଇ ବଂଚିବା ପ୍ରାୟତଃ ସ୍ୱତଃପ୍ରବୃତ ଭାବେ ନିଜେ ଶିକ୍ଷା କରିଥାଏ ଏବଂ ସେମାନଙ୍କୁ ନେଇ ସଂସାର ଗଢିବା, ବାଟ ଚାଲିବା ଶିକ୍ଷା କରିଥଏ ନିଜକୁ ନିଜେ ଯାହା ପୁରୁଷଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । କିନ୍ତୁ ସେହି ଭାବଧାରା ନରଖି ନିଜର ପ୍ରାଧାନ୍ୟତା ବିସ୍ତାର କରିବା ତଥା ଅସହିଷ୍ଣୁ ମନୋଭାବ ପ୍ରଦର୍ଶନ କରୁଥିବା ନାରୀ ନିଜର ପ୍ରାଧାନ୍ୟତା ବିସ୍ତାର ପୂର୍ବକ ସାଧାରଣ ସାମାଜିକ ଅଗ୍ରହଣୀୟ ଆଚରଣ ପ୍ରଦର୍ଶନ କଲେ ତାକୁ ଅଲକ୍ଷଣୀ ବୋଲି କହିଥାଏ ସମାଜ । ଆବହମାନ କାଳରୁ ପ୍ରଚଳିତ ଆମ ସମାଜର ସମସ୍ତ ପ୍ରାଚୀନ ପ୍ରଥା ଗୁଡିକ ସମ୍ପୂର୍ଣ୍ଣଭାବେ ଠିକ ହୋଇ ନଥିଲେ ମଧ୍ୟ ପରିସ୍ଥିତି, ପରିବେଶ ଦୃଷ୍ଟିରୁ ସେଗୁଡିକୁ ଅନିଚ୍ଛା ସତ୍ୱେ ମାନି ଚଳିବାକୁ ପଡିଥାଏ ଅନେକ ସମୟରେ । ସେଗୁଡିକୁ ପ୍ରତ୍ୟାଖ୍ୟାନ କରି ନିଜ ଭାବଧାରାରେ ପ୍ରଚଳିତ ପୁରୁଷଙ୍କ କ୍ଷେତ୍ରରେ କୌଣସି ସାମାଜିକ କଟକଣା ନଥିଲେ ମଧ୍ୟ ନାରୀର କୌଣସି ଅସାମାଜିକ, ଅସଦାଚରଣ ସହଜରେ ଗ୍ରହଣୀୟ ହୋଇନଥାଏ ଆମ ସମାଜରେ ଯାହାଙ୍କୁ ଅଲକ୍ଷଣୀର ଆଖ୍ୟା ଦିଆଯାଇଥାଏ । ଏମିତି ହେବାରେ ସମଗ୍ର ନାରୀ ସମାଜକୁହିଁ ଦାୟୀ କରାଯାଇପାରିବ, କାରଣ ସେମାନେହିଁ ପ୍ରଥମେ ସ୍ୱଜାତି ପରଶ୍ରୀ କାତରତା ଭାବ ପୋଷଣ କରି ପଦାରେ ପକାଇଥା’ନ୍ତି ଅନ୍ୟଜଣେ ନାରୀର ଚରିତ୍ର ଯାହା ପୁରୁଷଙ୍କୁ ପ୍ରାୟତଃ ଅଗୋଚର ଥାଏ । ସମସ୍ତ ନାରୀ ସମାଜ ଯଦି ଏକଦିଗମୁଖୀ ହୋଇ କାର୍ଯ୍ୟ କରିଥା’ନ୍ତେ ହୁଏତ ପାଶ୍ଚାତ୍ୟ ଦେଶ ଗୁଡିକ ଭଳି ଆମ ଦେଶରେ ମଧ୍ୟ ଅନୁରୂପ ବିଚାରଧାରା ସୃଷ୍ଟି ହୋଇ ପାରିଥା’ନ୍ତା । କି’ନ୍ତୁ ଯେହେତୁ ଖୁବ କମ୍ ସଂଖ୍ୟକ ନାରୀ ନିଜକୁ ଆଗ ଧାଡ଼ିରେ ରଖିବା ପାଇଁ ଚେଷ୍ଟା କରି ଅନେକ ସାମାଜିକ ଅଗ୍ରହଣୀୟ ଭାବ ପ୍ରଦର୍ଶନ କରୁଛନ୍ତି ତେଣୁ ସଂଖ୍ୟା ଗରିଷ୍ଠ ଦୁର୍ବଳ ନାରୀ ସମାଜ ସେଗୁଡିକୁ ସହଜରେ ଗ୍ରହଣ କରି ନପାରି ସେମାନଙ୍କୁ ଅଲକ୍ଷଣୀ ବୋଲି ସମାଜରେ ଦର୍ଶାଉଥିବା ଏକ ସାଧାରଣ ଘଟଣା ଆମ ସମାଜରେ ପରିଲକ୍ଷିତ ହେଉଛି ସର୍ବତ୍ର । ଭିନ୍ନ ଏକ ଦୃଷ୍ଟିକୋଣରୁ ବିଚାର କରାଗଲେ ଭାରତୀୟ ସଂସ୍କୃତି, ପରମ୍ପରା, ପରିବେଶ ଏବଂ ପରିସ୍ଥିତିକୁ ନେଇ ଯେଉଁ ସାମାଜିକ ବ୍ୟବସ୍ଥା ତଥା ମାନବୀୟ ଭାବଧାରା ସୃଷ୍ଟି ହୋଇଥିଲା ସେଗୁଡିକ ହୁଏତ ପାଶ୍ଚାତ୍ୟ ଦେଶ ଗୁଡିକର ଚଳଣି ସହିତ ତୁଳନା କରାଯାଇ ନପାରେ । କାରଣ ଭୁପୃଷ୍ଠର ପ୍ରତ୍ୟେକ ଅଂଚଳର ପ୍ରାକୃତିକ ପରିବେଶରେ ଅନେକ ଅସାମଞ୍ଜସ୍ୟ ପରିଲକ୍ଷିତ ହେଉଅଛି ଯାହାସବୁ ତୁଳନାତ୍ମକ ଅନେକ ବ୍ୟବଧାନ ସୃଷ୍ଟି କରୁଛି ମଣିଷର ପ୍ରକାଶ ଏବଂ ବିଚାରଧାରା ଉପରେ । ତେଣୁ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳର ଜୀବନ ଯାପନ ଶୈଳୀକୁ ସାର୍ବଜନୀନ କରାଯାଇ ବିଶ୍ୱବ୍ୟାପୀ ପ୍ରଚଳନ କରାଯିବା ସମ୍ଭବ ନୁହେଁ । ତେଣୁ ଆମ ଦେଶ ପରିବେଶ ପରିସ୍ଥିତି ତଥା ସାମାଜିକ ବିଚାରଧାରାକୁ ନେଇ ଆମେ ଜୀବନ ଯାପନ କରିବା ଯୌକ୍ତିକ ବିଚାର । ଅତଏବ ଆମ ଦେଶ ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରି କୌଣସି ପାଶ୍ଚାତ୍ୟ ପରମ୍ପରାକୁ ଆପଣେଇ ନେଇ ଅନୁରୂପ ବିଚାରଧାରା, କାର୍ଯ୍ୟଧାରା ପ୍ରବାହ କରାଯିବା ଅସାମାଜିକ ଭାବେ ଗ୍ରହୀତ ହେବା ନିଶ୍ଚିତ ଯାହାକୁ ଅଲକ୍ଷଣ ବୋଲି ବିବେଚିତ କରାଯାଉଥିବା ଅଯୌକ୍ତିକ ନୁହେଁ ବୋଲି ଆମ ବିଚାର ! କିନ୍ତୁ କେତେକ ମଣିଷ ବିଭିନ୍ନ ଆନ୍ତର୍ଦେଶୀୟ ଖବର ଉପରେ ଯଥେଷ୍ଟ ପ୍ରଭାବିତ ହୋଇ ସ୍ୱଦେଶ ଚରିତ୍ର ଗୁଡିକୁ ଘୃଣାଭାବ ପ୍ରଦର୍ଶନ ପୂର୍ବକ ଭିନ୍ନ ଏକ ଚରିତ୍ର ପ୍ରବାହ କରୁଥିବା ଲକ୍ଷ କରା ଯାଉଅଛି ଯାହାକୁ ଅଲକ୍ଷଣ ବୋଲି ସାଧାରଣରେ ବିଚାରକୁ ନିଆଯାଇ ଥାଏ । ସେହିଭଳି ଚରିତ୍ର ପ୍ରବାହ କରୁଥିବା ନାରୀକୁ ଅଲକ୍ଷଣୀ ବୋଲି କୁହାଯାଇ ଥାଏ ଯାହା ବର୍ତ୍ତମାନ ସମୟରେ ପୁରୁଷଙ୍କ ଅପେକ୍ଷା ନାରୀ ମାନଙ୍କ କ୍ଷେତ୍ରରେ ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି । ତଥାପି ଆମ ଦେଶର କେବଳ ହାତ ଗଣତି କେତେକ ନାରୀଙ୍କୁ ଛାଡିଦେଲେ ଅଧିକାଂଶ ଭାରତୀୟ ସଂସ୍କାରକୁ ଅସମ୍ମାନ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁନାହିଁ ବର୍ତ୍ତମନ ସମୟରେ ଯାହା ଆଗକୁ ଅତ୍ୟନ୍ତ କଠୋର ହେବା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଅସ୍ୱୀକାର କରିହେବ ନାହିଁ ! ତେଣୁ ସମୟ ପୂର୍ବରୁ ନାରୀ ସମାଜକୁ ପରିମାର୍ଜିତ, ସଂସ୍କୃତ କରି ରଖିବା ଲକ୍ଷ ଧାର୍ଯ୍ୟ କରା ନଗଲେ ଆଗକୁ ପରିସ୍ଥିତି କଠୋର ହେବ ଯାହା ଅଧିକାଂଶ କ୍ଷେତ୍ରରେ ଦୂରଦର୍ଶନର ପ୍ରଭାବ ଜନିତ ହେଉଥିବା ଲକ୍ଷ କରାଯାଉଅଛି । ଦୂରଦର୍ଶନରେ ପ୍ରଚାର, ପ୍ରସାର କରାଯାଉଥିବା ଚାରିତ୍ରିକ ଧାରାବାହିକ ଗୁଡିକ ଯଥେଷ୍ଟ କୁପ୍ରଭାବ ପକାଉଥିବା ପୁରୁଷ ଅପେକ୍ଷା ନାରୀ ସମାଜ ସହଜରେ ପ୍ରଭାବିତ ହୋଇ ଅନେକ କୁସଂସ୍କାର ତଥା ଅଲକ୍ଷଣୀ ଚରିତ୍ର ପ୍ରବାହ କରୁଥିବା ପ୍ରାୟତଃ ସମସ୍ତ ପରିବାରରେ ବର୍ତ୍ତମାନର ଗୋଟିଏ ସାଙ୍ଘାତିକ ସମସ୍ୟା ଯାହା କେହି ଅସ୍ୱୀକାର କରି ପାରିବେ ନାହିଁ । ବାଲ୍ୟ କାଳରୁ ପିତା, ମାତା ଏବଂ ପରିବାର ବର୍ଗଙ୍କ ଠାରୁ ଆନ୍ତରିକ ସଦ୍ଭାବ ତଥା ସଂସ୍କାର ଶିକ୍ଷା କରିବାରେ ଅବହେଳିତା ନାରୀ ଯେ ସହଜରେ ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ସମୟୋପୋଯୋଗୀ ବିଚାରଧାରା, କାର୍ଯ୍ୟଧାରା ପ୍ରବାହ କରିଥା’ନ୍ତି ଏକଥାରେ ଦ୍ୱିମତ ନାହିଁ । ତେଣୁ ପାରିବାରିକ କ୍ଷେତ୍ର ଠାରୁ ଆରମ୍ଭ କରି ସାମାଜିକ ତଥା ସାମ୍ବିଧାନିକ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତେ ନାରୀ ଶିକ୍ଷା ତଥା ସଂସ୍କାର ଉପରେ ପ୍ରାଧାନ୍ୟତା ନରଖିଲେ ଭବିଷ୍ୟତରେ ସେମାନେ ବାଟବଣା ହେବା ସହିତ ସେମାନଙ୍କ କୋଳରୁ ଜନ୍ମିତ ସନ୍ତାନ ମଧ୍ୟ ଅନୁରୂପ ଚରିତ୍ର ପ୍ରବାହ କରିବାରେ ସକ୍ଷମ ହେବେ ଯାହା ଆମ ଦେଶ ସଂସ୍କାର, ସଂସ୍କୃତିକୁ ବିଲୀନ କରି ନୂତନ ଏକ ଅମାନୁଷିକ ପରିବେଶ ସୃଷ୍ଟି କରିବ, ଏହି କଥାରେ କୌଣସି ସନ୍ଦେହ ନାହିଁ । ତେଣୁ ନାରୀକୁ କେବଳ ବ୍ୟକ୍ତିଗତ ଶୈଖିକତା ମଧ୍ୟରେ ସୀମିତ ନରଖି ବିଭିନ୍ନ ଦିଗରୁ ସେମାନଙ୍କ ଚାରିତ୍ରିକ ସଂସ୍କାର ଦିଗରେ ଯଥୋଚିତ କାର୍ଯ୍ୟ କରାଯିବା ଆବଶ୍ୟକ ଯାହା ସେମାନଙ୍କୁ ପ୍ରକୃତ ଭାରତୀୟ ନାରୀଭଳି ଲକ୍ଷଣୀ କରିବାରେ ସାହାଯ୍ୟ କରିପାରିବ । ନହେଲେ ବର୍ତ୍ତମାନର ସଂଖ୍ୟାଲଘୁ ଅଲକ୍ଷଣୀ ଆସନ୍ତା ଭବିଷ୍ୟତରେ ଶତ ପ୍ରତିଶତରେ ପରିବର୍ତ୍ତିତ ହୋଇ ଯେ ସମାଜରେ ଅସଂଖ୍ୟକ ଅମାନୁଷିକ ଚରିତ୍ର ପ୍ରବାହ କରିବାରେ ସମର୍ଥ ହୋଇପାରିବେ ବୋଲି ଆମ ବିଚାରଧାରାରେ ଆପଣଙ୍କ ମତବ୍ୟକ୍ତ କରିବେ ବୋଲି ଆଶା……..!!

ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.