ଅରବିନ୍ଦ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ବ୍ରହ୍ମପୁର-ଛୋଟ ଛୋଟ କୁନିଛୁଆ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଏକ ଉପଯୁକ୍ତ ପଦକ୍ଷେପ ବୋଲି ଶିକ୍ଷାବିତ ମାନେ ମତ ଦିଅନ୍ତି । ଶିକ୍ଷକ ହେଉଛନ୍ତି ଛୁଆ ମାନଙ୍କର ଉପଯୁକ୍ତ ମାର୍ଗଦର୍ଶକ ପୁଣି ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳାକୁ ବିଭିନ୍ନ ଢଂଗରେ ଉପସ୍ଥାପନା କରି ଶ୍ରୀକୃଷ୍ଣଙ୍କ ଦକ୍ଷତା ସମ୍ପର୍କରେ ଛୁଆମାନଙ୍କୁ ସଚେତନ କରାଇବା ଶିକ୍ଷକଙ୍କର ଏକ ପ୍ରଶଂସନୀୟ କାର୍ଯ୍ୟ । ପୁଣି ସେଥିରେ ଶିଶୁମାନଙ୍କର ମାଆ ମାନଙ୍କୁ ଯଦିସମିଲ କରାଯାଏ ତାହାଲେ ଶିକ୍ଷା ଓ ସଚେତନତା ଆହୁରି ସୁନ୍ଦରମୟ ହେବ । ଅରବିନ୍ଦାନାଗର ମା ସରସ୍ୱତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଖବର କାଗଜ ପ୍ରମେୟର ଡି.ଜି.ଏମ.ଅମ୍ବିକା ପ୍ରସାଦ ଦାଶ ପ୍ରଦ୍ବୀପ ପ୍ରଜ୍ବଳନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଭାରତୀୟ ବିଚାର ଧାରା, ଆଧ୍ୟାତ୍ମିକ ଚିନ୍ତା ଓ ଚେତନା, ଭାଗବତ ଗୀତା ର ସାରସତ୍ୱ ଉପରେ ସାରଗର୍ଭକ ଭାଷଣ ଗଳ୍ପ ମାଧ୍ୟମରେ ଉପସ୍ଥାପନା କରିଥଲେ । ମୁଖ୍ୟବକ୍ତା ରଙ୍ଗେଈଲୁଣ୍ଡା ବ୍ଲକ ଏ.ବି.ଓ.ଲୋକନାଥ ପାଢ଼ୀ ଶିଶୁ ମାନଙ୍କର ଭବିଷ୍ୟତ ଗଠନ ଉତ୍ତମ ଶିକ୍ଷକଙ୍କ ଉପରେ ନିର୍ଭର କରିଥାଏ ବୋଲି କହିଥିଲେ । ମହାମୟୀ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡାକ୍ତର ସ୍ଵର୍ଣ୍ଣଲତା ପାଢ଼ୀ ମଣିଷ ଜୀବନ ଦୁର୍ଲଭ ବୋଲି ଉପସ୍ଥାପନାକରି ଚିନ୍ତନ ଶକ୍ତି ଓ ଭାବନା ସମସ୍ତଙ୍କ ପାଖରେ ରହିଥିବାରୁ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । ଯଦ୍ୱାରା ଏକ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ଦୃଢ଼କତି ପ୍ରକାଶ କରିଥିଲେ . ଭାରତୀୟ ଶିକ୍ଷାବିକାଶ ସଂସ୍ଥାର ପ୍ରାଦେଶିକ ସଭାପତି ପଦ୍ମନାଭ ପଣ୍ଡା ବିଦ୍ୟାଳୟ ସମ୍ପାଦକ ଉଷା ରାଣୀ ତ୍ରିପାଠୀ ପ୍ରଧାନଚର୍ଯ୍ୟ କୁମୁଦରଞ୍ଜନ ପଣ୍ଡା, ରାଜେନ୍ଦ୍ର କୁମାର ପଟନାୟକ ପ୍ରମୁଖ ମଂଚାସୀନ ଥିବାବେଳେ, ଶିକ୍ଷୟତ୍ରୀ ସୁମିତ୍ରା ତ୍ରିପାଠୀ, ରେଣୁକା ଦଶ, ସୁକାନ୍ତି ମହାନ୍ତି, ଇତିଶ୍ରୀ ଦଶ, ଶିକ୍ଷକ ଶ୍ରୀକାନ୍ତ ପଟନାୟକ, ସସ୍ମିତା ପଣ୍ଡା, ନିଲଂଚଳ ଦଶ, ସୁନନ୍ଦା ପଢି, ପ୍ରଣତି ପଟନାୟକ ଅନ୍ନପୂର୍ଣ୍ଣା ଦଶ, ଗୌରୀ ଶଙ୍କର ପଢି, ଦେବଯାନୀ ମିଶ୍ର, ସରୋଜ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିଶୁମାନେ କୃଷ୍ଣବେଶ ଓ ରାଧାବେଶ ପରିଧାନ କରି ସାଂସ୍କୃତିକ ବିଚିତ୍ରା ଅଭିନୟ କରିଥିଲେ ।