ଅନ୍ୟାୟ ଭାବେ ଛଟେଇ କରାଯାଇଥିବା ଆହାର କେନ୍ଦ୍ର କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବୀରେ ଗଣ ଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆହାର କେନ୍ଦ୍ର କର୍ମଚାରୀ ସଂଗଠନ ପକ୍ଷରୁ ଅନ୍ୟାୟ ଭାବେ ଛଟେଇ କରାଯାଇଥିବା ଆହାର କେନ୍ଦ୍ର କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବୀରେ ଗଣ ଧାରଣା ଦିଆଯାଇଛି । ଏଥିରେ ଆଜି ତା ୨୩ ନଭେମ୍ବର ୨୦୨୦ ରିଖ ଦିବା ୧୧ଘ ସମୟରେ ବିଜେପିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ଆହାର କେନ୍ଦ୍ର କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ କୌଣସି ସୂଚନା ନ ଦେଇ ଛଟେଇ କରିଥିବା ପ୍ରତିବାଦରେ ଦୀର୍ଘ ୪ ଦିନ ହେଲା ଚାଲିଥିବା ଅହୋରାତ୍ର ଧାରଣା ସ୍ଥଳରେ ବିଜେପି ପ୍ରତିନିଧି ଦଳ ପହଞ୍ଚି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ତାଙ୍କୁ ନାର୍ଯ୍ୟ ଦାବୀକୁ କର୍ତ୍ତୃପକ୍ଷ ତୁରନ୍ତ ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳ ଜିଲ୍ଳା ଉପସଭାପତି ପ୍ରଭାତ କିରଣ ଷଡଙ୍ଗୀଙ୍କ ନେତୃତ୍ୱରେ ଜିଲ୍ଳା ଯୁବ ମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ, ଜିଲ୍ଳା ମହିଳା ମୋର୍ଚ୍ଚା ସଧାରଣ ସମ୍ପାଦିକା ଏସ.ରାଣୀ, ମଣ୍ଡଳ ସଭାପତି ବିନାୟକ ରଥ ଓ ଏସ୍ ଶ୍ରୀନିବାସ ରାଓ, ଜଗଦୀଶ ପ୍ରଧାନ, ଚିତ୍ତରଞ୍ଜନ ପଣ୍ଡା, ସନ୍ତୋଷ ପାତ୍ର, କୁନି ଦାଶ, ଲିପିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଆନ୍ଦୋଳନକୁ ଜିଲ୍ଳା ବିଜେପି ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା