ଅନ୍ତର୍ଜାତୀୟ ଯୁବ କର୍ମଶାଳାରେ ଯୋଗ ଦେଲେ ସୋରଡ଼ାର ଯୁବ ପରିବେଶ କର୍ମୀ ଏନ୍.ନୀଳମାଧବ ପାତ୍ର

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ୟୁନିସେଫ୍ ର ସହଭାଗିତାରେ ୟୁଥ୍ ଫର୍ ୱାଟର ପ୍ଲସ ଦ୍ଵାରା ଭୁବନେଶ୍ୱର ରେ ଗତ ତିନି ଦିନ ଧରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପାଇଁ ଚାଲିଥିବା ‘ ଓଡ଼ିଶା କନଫରେନ୍ସ ଅଫ ୟୁଥ୍ -୨୦୨୩ ‘ ଆଲୋଚନା ଚକ୍ର ରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଯୁବ ସମାଜସେବୀ ତଥା ‘ ନୀଳମାଧବ ୟୁଥ୍ କ୍ଳବ୍ ‘ ଏନ ଜି ଓ ର ପ୍ରତିଷ୍ଠାତା ସଭାପତି ଶ୍ରୀ ଏନ୍.ନୀଳମାଧବ ପାତ୍ର ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି । ଏଥିରେ ଆମ ରାଜ୍ୟ ଓଡ଼ିଶା ଏବଂ ଦେଶ ଓ ବିଦେଶ ରୁ ବହୁ ଲୋକେ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ଦିନରେ ଜଳବାୟୁ ପରିବର୍ତ୍ତନ ର କାରଣ , ପରିବେଶ ସୁରକ୍ଷା ର ବାଧକ, ଯୁବ ପିଢ଼ି ଙ୍କ ଭୂମିକା , ମିଳିତ ଜାତିସଂଘ ଓ ସରକାରଙ୍କ ବିଭିନ୍ନ ନୀତି ନିୟାମକ ଉପରେ ଆଲୋଚନା ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରକୂଳ କୁ କ୍ଷେତ୍ର ପରିଦର୍ଶନ ରେ ଯାଇଥିଲେ । ଏଠାରେ ଘଟୁଥିବା ପ୍ରକୃତ ଜଳବାୟୁ ପରିବର୍ତ୍ତନ ର ବାସ୍ତବତା ଓ ଏହାର ପ୍ରଭାବ କୁ ମୁକାବିଲା କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଯୁବକ ଯୁବତୀ ମାନଙ୍କୁ ଜଣାଇବା ଏହାର ଉଦ୍ଦେଶ୍ୟ ଥିଲା । ଏବଂ ତୃତୀୟ ଦିନରେ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକିଙ୍ଗ , ଜଳବାୟୁ ଅନୁକୂଳ ରୋଷେଇ ଓ ସୋସିଆଲ ମିଡ଼ିଆ ର ସଠିକ୍ ଉପଯୋଗୀତା ଆଦି ପ୍ରସଙ୍ଗ ଉପରେ କର୍ମଶାଳା ଆଧାରିତ ଥିଲା । ବର୍ତମାନ ର ଏଇ ଘଡିସନ୍ଧି ମୁହୂର୍ତ୍ତ ରେ ଆମେ ଓ ଆମର ଆଗାମୀ ପିଢ଼ି ଙ୍କୁ ଘୋର ପ୍ରାକୃତିକ ବିପର୍ଯ୍ୟୟ ରୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିବାର ସମୟ ଆସିଛି ବୋଲି ମତ ପ୍ରକାଶ କରିବା ସହ ସବୁଜ ଚାକିରି ସୃଷ୍ଟି ପ୍ରତି ଯୁବ ଉଦ୍ୟୋଗୀ ମାନଙ୍କ ଅଂଶଗ୍ରହଣର ନିହାତି ଆବଶ୍ୟକ ବୋଲି ସେ ବାର୍ତ୍ତା ରଖିଛନ୍ତି । ଉଦଯାପନୀ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ ଅମର ପଟ୍ଟନାୟକ , ସମ୍ମାନିତ ଅତିଥି ରୂପେ ଅଭିନେତା ତଥା ମୋ କଲେଜ ର ଅଧକ୍ଷ ଆକାଶ ଦାସ ନାୟକ ଓ ୟୁନିସେଫ ଓଡ଼ିଶା ଚିଫ୍ ଅଫ ଫିଲ୍ଡ ୱିଲିଅମ ହାନଲନ୍ ଓ ୱାଶ୍ ସ୍ପେଶାଲିଷ୍ଟ ସିପ୍ରା ସକସେନା ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଜ୍ୟୋତି ଶର୍ମା ଆଦି ପ୍ରମୁଖ ସହିତ ବହୁ କଳାକାର ଓ ପେନେଲିଷ୍ଟ , ପରିବେଶ କର୍ମୀ ଗଣ ଉପସ୍ଥିତ ଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ