‘ଅନୁପମ ଭାରତ’ର ବିଜ୍ଞାପନ ଅଧିକାରୀ ଉମେଶ ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକର ଛାୟା

ଭୁବନେଶ୍ବର(ସମୃଦ୍ଧଓଡିଶା)୧/୫: ଦୈନିକ ଖବର କାଗଜ ଅନୁପମ ଭାରତର ବିଜ୍ଞାପନ ଅଧିକାରୀ ଉମେଶ ମହାନ୍ତିଙ୍କ ସୋମବାର ମଧ୍ଯ ରାତ୍ରରେ ଅକାଳ ବିୟୋଗ ଖବର ପ୍ରସାରିତ ହେବାକ୍ଷଣି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ବର୍ଗତ ମହାନ୍ତି ସମସ୍ତଙ୍କର ପ୍ରିୟଭାଜନ ଥିଲେ। ମୃତ୍ଯୁ ସମୟରେ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି ତାଙ୍କ କର୍ମମୟ ଜୀବନ ୨୦୦୦ ମସିହାରୁ ହେମରାଜ୍ ଏଡ୍ ଏଜେନ୍ସୀରୁ ଆରମ୍ଭ କରି ପରବର୍ତ୍ତି ସମୟରେ ‘ଓଡିଶା ଭାସ୍କର’, ‘ଖବର’ ପତ୍ରିକାରେ ବିଜ୍ଞାପନ ପରିଚାଳକ ଦାୟିତ୍ବ ସଂପାଦନ କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ଜନ୍ମ ସାଲେପୁର ଠାରେ ହୋଇଥିବା ବେଳେ ତାଙ୍କ ପାଠପଢ଼ା ହିରାକୁଦ ଠାରେ ହୋଇଥିଲା। ସ୍ବର୍ଗତ ମହାନ୍ତିଙ୍କ ଅମାୟିକ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଖବରକାଗଜ ସସ୍ଥାର କର୍ମଚାରୀଙ୍କ ମଧ୍ଯରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଶୋକସଭାରେ ଅନ୍ୟମାନଙ୍କ ମଧ୍ଯରେ ଅନୁପମ ଭାରତର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ବିନୋଦ ପଟ୍ଟନାୟକ, ରଜତ ମହାପାତ୍ର, ଗଣେଷ ପ୍ରଧାନ, ସନ୍ତୋଷ ସେନାପତି, ନବ ଦ୍ବିବେଦୀ, ରାଜୀବ ପଣ୍ଡା, ସୁଦେଶ ପଟ୍ଟନାୟକ, ଲିଟୁ, ପିଣ୍ଟୁ, ରାଜେନ୍ଦ୍ର, ଅଭିଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କ କର୍ମମୟ ଜୀବନ ସ୍ମୃତିଚାରଣ କରିବା ସହ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର