ଅନଲାଇନ ଶିକ୍ଷାକୁ ନେଟୱ।ର୍କ ବାଧକ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଅନଲାଇନ ପାଠ ପାଇଁ ନେଟୱାର୍କ ସାଜିଛି ବାଧକ। ନେଟୱାର୍କ ଖୋଜି ଖୋଜି କିଏ ବିପଦ ଜନକ ଭାବେ ଗଛ ଉପରେ ତ କିଏ ଗାଁ ଠାରୁ ଅନେକ ଦୁର ନାଳ ପାଖରେ ନେଟୱାର୍କ ପାଇ ଆରମ୍ଭ କରି ଦେଇଛନ୍ତି ଅନଲାଇନ ପାଠ ପଢା । ହାତରେ ଏଣ୍ଡ୍ରଏଡ ମୋବାଇଲ ଖାତାଟିଏ ଓ କଲମଟିଏ ଧରି ପିଲାମାନେ ଲାଗି ପଡିଛନ୍ତି ନେଟୱାର୍କ ଖୋଜାରେ । ନେଟୱାର୍କ ପାଇଗଲେ ସେଠି ବସି ଆରମ୍ଭ ହୋଇଯାଉଛି ପାଠପଢା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନକୋଦଣ୍ଡା ପଞ୍ଚାୟତର ମହାଗୁଡା ଗାଁ’ରେ । ଏହା ଏକ ଅଭିଶପ୍ତ ଗାଁ କହିଲେ ଅତ୍ୟୁକ୍ତି ହେବନାହିଁ । କୈଣସି ନେଟୱାର୍କ ସେବା ଏଠାରେ ଉପଲବ୍ଧ ନଥିବା କାରଣରୁ ଗ୍ରାମବାସୀ ଆମ୍ବୁଲାନ୍ସ, ଫାୟାର କିମ୍ବା ପୋଲିସ ଭଳି କୈଣସି ସେବା ପାଇଁ ଫୋନ କଲଟିଏ ମଧ୍ୟ ହୋଇପାରୁନଥିବାରୁ ସବୁସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ମହାମାରୀ କରୋନା ପାଇଁ ଦୀର୍ଘ ମାସ ହେଲା ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର । କିନ୍ତୁ ଗାଁରେ ସମସ୍ତଙ୍କ ପାଖରେ ଏଣ୍ଡ୍ରଏଡ ମୋବାଇଲ ରହିଛି ହେଲେ ନେଟୱାର୍କ ନଥିବା କାରଣରୁ ସବୁ ଯେମିତି ଖେଳନା ପାଲଟିଛି । କିନ୍ତୁ ଶିକ୍ଷା ବାଧ୍ୟତାମୂଳକ ହୋଇଥିବାରୁ ଅଭିଭାବକ ମାନେ ନିଜ ପିଲାଙ୍କୁ ଗାଁ ନିକଟସ୍ଥ ଗୋଟିଏ ନାଳ ପାଖରେ ନେଟୱାର୍କ ର ସନ୍ଧାନ ପାଇ ପିଲାମାନଙ୍କୁ ସେଠାରେ ଛାଡିଥାଆନ୍ତି କିଛି ସମୟ ପାଠପଢି ସେମାନେ ଘରକୁ ଫେରିଥାଆନ୍ତି । କଲେଜ ପିଲାମାନେ ମଧ୍ୟ ଗାଁର ଏହି କୁଳୁକୁଳୁ ହୋଇ ବୋହି ଯାଇଥିବା ନାଳର ବାଲିଅଞ୍ଚଳରେ ବସି ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ କୈଣସି ନେଟୱାର୍କ ବ୍ୟବସ୍ଥା କରାଗଲେ ଜନସାଧାରଣ ତଥା ଅଞ୍ଚଳବାସୀଙ୍କ ହିତ ସାଧନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।