ଅତଏବର ସମ୍ପାଦକ ସୁଶୀଲ କୁମାର ପଣ୍ଡାଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ଅତଏବ ଖବରକାଗଜର ସମ୍ପାଦକ ସୁଶୀଲ କୁମାର ପଣ୍ଡା ଚେନ୍ନାଇ ଠାରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ପଣ୍ଡାଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନ ଜଣେ ଲଢ଼ୁଆ ନେତାଙ୍କୁ ହରାଇଲା ବୋଲି କହିଥିଲେ । ଅତଏବ ଖବରକାଗଜର ସମ୍ପାଦନା ଦାୟିତ୍ୱ ତୁଲାଉଥିବା ବେଳେ ବିଭିନ୍ନ ଖବରକାଗଜରେ ସାମ୍ବାଦିକତା କରି ଆସୁଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା