ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୩ଶ ରାଜ୍ୟ ସମ୍ମିଳନୀ ଉଦଯାପିତ…

ବାଲେଶ୍ଵର/ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭାରତ ବର୍ଷର ଏକ ଲଢୁଆ ଓ ସଂଗ୍ରାମୀ ସଙ୍ଗଠନ । ଗଣତାନ୍ତ୍ରିକ ଧାରାରେ ମହିଳା ମାନଙ୍କର ସାମାଜିକ ନିରାପତ୍ତା, ଅର୍ଥନୈତିକ ସ୍ୱାଧୀନତା ଓ ରାଜନୈତିକ ଅଧିକାର ଯୋଗାଇଦେବା ପାଇଁ ଅଙ୍ଗୀକାର ବଦ୍ଧ, ତା ସହିତ ସାମାଜିକ ପରିବର୍ତ୍ତନ, ଦେଶର ଅଭିବୃଦ୍ଧି, ବେକାରୀ, ଋଣଭାର, ଚିଟଫଣ୍ଡ, ଜିଏସଟିକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ବସାଇବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ପ୍ରହାର ସୃଷ୍ଟି କରୁଛି । ଏହି ପ୍ରରିପେକ୍ଷୀରେ ସଂଗଠନର ୧୩ ତମ ରାଜ୍ୟ ସମ୍ମିଳନୀ ବାଲେଶ୍ଵର ସହରର ମାହେଶ୍ୱରୀ ଭବନରେ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ସାମ୍ବିଧାନିକ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଜୀବନ ଜୀବିକା ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ମାନ ଗ୍ରହଣ କରା ଯାଇଅଛି । ମହିଳା ମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ମନୁବାଦୀ ଆଭିମୁଖ୍ୟ ବିରୋଧରେ ସଚେତନତା ସୃଷ୍ଟି କରିବା, ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ପ୍ରସ୍ତାବ ମାନ ଗ୍ରହଣ କରାଯାଇଅଛି । ଉକ୍ତ ସମ୍ମିଳନୀରେ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ସର୍ବ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସଭାନେତ୍ରୀ ପ୍ରଫେସର ଡ.ମାଲିନୀ ଭଟ୍ଟାଚାର୍ଯ୍ୟ, ସାଧାରଣ ସମ୍ପାଦିକା ମାରିୟମ ଧାଇଁଲେ, କେନ୍ଦ୍ରୀୟ ଯୁଗ୍ମ ସଂପାଦିକା ତାପସି ପ୍ରହରାଜ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ସହିତ ଦୁର୍ବାର ଆନ୍ଦୋଳନକୁ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ୨୭ ଜଣିଆ କମିଟି ନିର୍ବାଚିତ କରାଯାଇଛି । ରାଜ୍ୟ ସଭାପତି ଶୁଶୀଳା ମୁଣ୍ଡା, ସମ୍ପାଦିକା ସୁରଜିତା ନାୟକ ଓ କୋଷାଧ୍ୟକ୍ଷ ମିନତୀ ପାଣିଗ୍ରାହୀ ନିର୍ବାଚିତ କରାଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ବିନତୀ ପଣ୍ଡା ଓ ସଂପାଦକ ହରିପ୍ରିୟା ଜେନା ସମ୍ମିଳନୀକୁ ସଂଗ୍ରାମୀ ମାଟିରେ ସଫଳ କରିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଅଛି । ସାମ୍ବାଦିକ ସମ୍ମିଳନୀରେ ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ପ୍ରଭାକର ବେହେରା, ପ୍ରେମ ରଞ୍ଜନ ପାତ୍ର, ଭଗବାନ ମହାନ୍ତି, ସିକନ୍ଦର ଖାଁ, ସୁଦର୍ଶନ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା