ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଜାଗା ଚିହ୍ନଟ କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପରେ ଛତ୍ରପୁରରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଲାଗି ଜାଗା ଚିହ୍ନଟ କରିବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ଆସିବା ପରେ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଏକ ଟିମ୍ ହଷ୍ପିଟାଲ ପରିଦର୍ଶନ କରି ଅକ୍ସିଜେନ ପ୍ଲାଣ୍ଟ ନିମନ୍ତେ ଜାଗା ଚିହ୍ନଟ କରିଛନ୍ତି । ୨୦ କିଲୋ ଲିଟର ବିଷିଷ୍ଟ ଉକ୍ତ ପ୍ଲାଣ୍ଟରୁ ଏହି ଅକ୍ସିଜେନ ପାଇପ୍ ଯୋଗେ ହଷ୍ପିଟାଲର ରୋଗୀଙ୍କୁ ଯୋଗାଇ ଦିଆଯିବ । ଅନ୍ୟପଟେ ଅକ୍ସିଜେନ ପ୍ଲାଣ୍ଟ ଲାଗି ସାଇଟ ଚୟନ ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ଆସିଛି । ଯେଉଁଥିରେ ପ୍ଲାଣ୍ଟ ସଂପର୍କିତ ସବିଶେଷ ରିପୋର୍ଟ ସରକାରଙ୍କୁ ଦିଆଯିବା ନେଇ ଉଲ୍ଲେଖ କରାଯାଇଛି । ରାଜ୍ୟରେ ଗତବର୍ଷ ଠାରୁ ଚଳିତ ବର୍ଷ ତଥା କରୋନାର ଦ୍ୱିତିୟ ଲହର ଅତ୍ୟନ୍ତ ଭୟାନକ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଓ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ର ଚେନ୍ କୁ ରୋକିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥି ନିମନ୍ତେ ବିଭିନ୍ନ ପ୍ଲାନ ପ୍ରସ୍ତୁତି କରିଛନ୍ତି । ଏହି ସାଇଟ ସିଲେକ୍ସନ ସମୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ରାସ୍ତା ଓ କୋଠା ବାଡି ବିଭାଗ – ୨ର ନିର୍ବାହୀ ଯନ୍ତ୍ରୀ ଓ ଛତ୍ରପୁର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।