ଅକାଳରେ ଲିଭିଗଲା ଜୀବନ ଦୀପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମଳୁଆ ଗାଁର କମଳାକାନ୍ତ ଜେନାଙ୍କ ୧୮ବର୍ଷର ପୁଅ ତଥା ଦୀନକୃଷ୍ଣ କଲେଜର +୨ ୨ୟ ବର୍ଷର ଛାତ୍ର ରବିନ୍ଦ୍ର ଜେନାଙ୍କର କଟକସ୍ଥିତ ରୁଦ୍ର ନସିଂ ହୋମରେ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଯେ, ସେ ଗତ କିଛିଦିନ ଧରି ଜ୍ୱରରେ ଆକ୍ରାନ୍ତ ଥିବା ବେଳେ ପ୍ରଥମେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ବାଲେଶ୍ୱର ଏବଂ ଶେଷରେ ରୁଦ୍ର ନସିଂ ହୋମରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ନିମୁନିଆ ଟାଇଫଏଡରେ ଆକ୍ରାନ୍ତ ଥିବା ବେଳେ ତାଙ୍କଠାରେ ରକ୍ତହୀନତା ପରିଲକ୍ଷିତ ହୋଇଥିଲା । ବାଲେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଦିଆନଯାଇ କୋଭିଦ-୧୯ ପରୀକ୍ଷା କରାଯିବାରୁ ଅଧିକ ବିଳମ୍ବ ଘଟିଥିଲା । ଫଳରେ ରୋଗୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମେଧାବୀ ଓ ପରପୋକାରୀ ଛାତ୍ର ଥିବାରୁ ଶିକ୍ଷକ ଓ ସହପାଠୀ ମହଲରେ ଆଲୋଡନ ସୃଷ୍ଟି କରିଛି ।

ରିପୋର୍ଟ : ଭୂପତି କୁମାର ପରିଡା