![](https://i0.wp.com/www.samrudhaodisha.com/wp-content/uploads/2024/03/IMAGE_1711545120.jpg?resize=768%2C431&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଆଉ ୬ଟି ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ। ଏହା ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଏହିପରି ମୋଟ ୧୫ଟି ଲୋକସଭା ଆସନ ପାଇଁ ଆଜି ଦଳ ଘୋଷଣା କରିଛି ପ୍ରାର୍ଥୀ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି,ତା’ ମଧ୍ୟରେ ପୁରୀ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କଟକ ଓ ଯାଜପୁର ରହିଛି। ପୁରୀ ଲୋକସଭା ଆସନ ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କ ନାଁ ଘୋଷଣା କରିଥିବା ବେଳେ ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଅବିନାଶ ସାମଲ ଓ ସଂତୃପ୍ତ ମିଶ୍ର ହେଉଛନ୍ତି ନୂଆ ମୁହଁ। ଅବିନାଶ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା। ସେହିପରି ନିକଟରେ ବିର୍ଲା ଗ୍ରୁଫର ଉପସଭାପତି ପଦ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ଅରୂପ ପଟ୍ଟନାୟକ ୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ୨୦୧୯ରେ ବିଜେଡି ପୁରୀରୁ ପିନାକୀ ମିଶ୍ର, ଢେଙ୍କାନାଳରୁ ମହେଶ୍ୱର ସାହୁ ଓ କଟକରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେମାନେ ସମସ୍ତେ ବିଜୟୀ ହୋଇଥିଲେ। ପିନାକୀ ଓ ମହେଶ୍ୱରଙ୍କୁ ଟିକେଟ ମିଳି ନଥିବା ବେଳେ ଭର୍ତ୍ତୃହରି ମହତାବ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା ଓ ଆସିକାରୁ ରଞ୍ଜିତା ସାହୁଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ପ୍ରାର୍ଥୀଙ୍କ ମଧ୍ୟରେ ନୂଆ ମୁହଁ ହେଉଛନ୍ତି ଆସିକାରୁ ପ୍ରାର୍ଥୀ ହୋଇଥିବା ରଞ୍ଜିତା ସାହୁ ଓ ଭୁବନେଶ୍ୱରର ପ୍ରାର୍ଥୀ ମନ୍ମଥ ରାଉତରାୟ।
ରିପୋର୍ଟ : ରଜତ ମହାପାତ୍ର
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
(ବିଧାନସଭା)
- ବିଷକକଟକ -ଜଗନ୍ନାଥ ସାରକା
- ଗୁଣପୁର –ରଘୁନାଥ ଗମାଙ୍ଗ
- ରାୟଗଡା-ଅନୁସୂୟା ମାଝି
- ବରଗଡ-ଦେବେଶ ଆଚାର୍ଯ୍ୟ
- ବିଜେପୁର- ରୀତା ସାହୁ
- ଅତାବିରା-ସ୍ନେହାଙ୍ଗିନୀ ଝୁରିଆ
- ଭଟ୍ଲି- ସୁଶାନ୍ତ ସିଂହ
- ଜଳେଶ୍ବର-ଅଶ୍ବିନୀ କୁମାର ପାତ୍ର
- ବସ୍ତା-ସୁବାସିନୀ ଜେନା
- ଭଣ୍ଡାରିପୋଖରି-ସଞ୍ଜୀବ କୁମାର ମଲ୍ଲିକ
- ଭଦ୍ରକ-ପ୍ରଫୁଲ ସାମଲ
- ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ
- ଧାମନଗର-ଡ. ସଞ୍ଜୟ କୁମାର ଦାସ
- ଚାନ୍ଦବାଲି-ବ୍ୟୋମକେଶ ରାୟ
- ବିଞ୍ଝାରପୁର-ପ୍ରମିଳା ମଲ୍ଲିକ
- ଧର୍ମାଶାଳା-ପ୍ରଣବ ବଳବନ୍ତରାୟ
- ଯାଜପୁର-ସୁଜାତା ସାହୁ
- ସୁକିନ୍ଦା-ପ୍ରୀତିରଞ୍ଜନ ଘଢେଇ
- ଢେଙ୍କାନାଳ-ସୁଧୀର କୁମାର ସାମଲ
- କାମାକ୍ଷାନଗର – ପ୍ରଫୁଲ୍ଲ କୁମାର ମଲ୍ଲିକ
- ପରଜଙ୍ଗ-ଡ. ନୃସିଂହ ସାହୁ
- ପାଲଲହଡା-ମୁକେଶ କୁମାର ପାଲ
- ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା
- ସୋନପୁର-ନିରଞ୍ଜନ ପୂଜାରି
- ଲୁଇସିଂହା-ନିହାର ରଞ୍ଜନ ବେହେରା
- ପାଟଣାଗଡ-ସରୋଜ କୁମାର ମେହେର
- ବଲାଙ୍ଗିର- କଳିକେଶ ନାରାୟଣ ସିଂହଦେଓ
- ଟିଟିଲାଗଡ-ଟୁକୁନି ସାହୁ
- ନୂଆପଡା-ରାଜେନ୍ଦ୍ର ଢୋଲକିଆ
- ଉମରକୋଟ-ନବିନା ନାୟକ
- ଝରିଗାଁ-ରମେଶ ଚନ୍ଦ୍ର ମାଝି
- ନବରଙ୍ଗପୁର-କୌଶଲ୍ୟା ପ୍ରଧାନୀ
- ଡାବୁଗାଁ-ମନୋହର ରନ୍ଧାରୀ
- ଲାଞ୍ଜିଗଡ-ପ୍ରଦୀପ କୁମାର ଦିଶାରୀ
- ଜୁନାଗଡ-ଦିବ୍ୟ ଶଙ୍କର ମିଶ୍ର
- ଧର୍ମଗଡ-ପୁଷ୍ପେନ୍ଦ୍ର ସିଂହଦେଓ
- ଭବାନୀପାଟଣା-ଲତିକା ନୟକ
- ଜି.ଉଦୟଗିରି-ସାଲୁଗା ପ୍ରଧାନ
- କଣ୍ଟାମାଳ-ମହିଧର ରାଣା
- ବୌଦ୍ଧ-ପ୍ରଦୀପ କୁମାର ଅମାତ
- ବଡମ୍ବା-ଦେବୀ ପ୍ରସାଦ ମିଶ୍ର
- ବାଙ୍କି- ଦେବୀ ରଞ୍ଜନ ତ୍ରିପାଠୀ
- ଆଠଗଡ-ରଣେନ୍ଦ୍ର ପ୍ରତାପ ସ୍ବାଇଁ
- ଚୌଦ୍ବାର କଟକ-ସୌଭିକ ବିଶ୍ବାଳ
- ନିଆଳି-ପ୍ରମୋଦ କୁମାର ମଲ୍ଲିକ
- କଟକ ସଦର-ଚନ୍ଦ୍ର ସାରଥୀ ବେହେରା
- ପାଟକୁରା-ଅରବିନ୍ଦ ମହାପାତ୍ର
- ଆଳି-ପ୍ରତାପ କେଶରୀ ଦେବ
- ରାଜନଗର-ଧ୍ରୁବ ଚରଣ ସାହୁ
- ମହାକାଳପଡା-ଅତନୁ ସବ୍ୟସାଚୀ ନାୟକ
- ପୁରୀ-ସୁନିଲ ମହାନ୍ତି
- ବ୍ରହ୍ମଗିରି-ଉମା ସାମନ୍ତରାୟ
- ସତ୍ୟବାଦୀ-ସଞ୍ଜୟ ଦାସବର୍ମା
- ପିପିଲି-ରୁଦ୍ର ପ୍ରତାପ ମହାରଥୀ
- ଜଟଣୀ-ବିଭୂତି ବଳବନ୍ତରାୟ
- ରଣପୁର-ସତ୍ୟ ନାରାୟଣ ପ୍ରଧାନ
- ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା
- ନୟାଗଡ-ଅରୁଣ ସାହୁ
- ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ
- ପୋଲସରା-ଶ୍ରୀକାନ୍ତ ସାହୁ
- କବିସୂର୍ଯ୍ୟନଗର-ଲତିକା ପ୍ରଧାନ
- ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
- ସୋରଡା-ସଂଘମିତ୍ରା ସ୍ବାଇଁ
- ହିଞ୍ଜିଳି- ନବୀନ ପଟ୍ଟନାୟକ
- ଗୋପାଳପୁର-ବିକ୍ରମ କୁମାର ପଣ୍ଡା
- ଦିଗପହଣ୍ଡି-ବିପ୍ଳବ ପାତ୍ର
- ଚିକିଟି-ଚିନ୍ମୟାନନ୍ଦ ଶ୍ରୀରୂପ ଦେବ
- କୋଟପାଡ-ଚନ୍ଦ୍ରଶେଖର ମାଝି
- କୋରାପୁଟ- ରଘୁରାମ ପଡାଲ
- ମାଲକାନଗିରି- ମାନସ ମାଡକାମୀ
- ଘଷିପୁରା- ବଦ୍ରି ନାରାୟଣ ପାତ୍ର
- ପାଟଣା- ଜଗନ୍ନାଥ ନାୟକ
ଲୋକସଭା ପ୍ରାର୍ଥୀ
- କଳାହାଣ୍ଡି- ଲମ୍ବୋଧର ନିଆଲ
- ସମ୍ବଲପୁର-ପ୍ରଣବ ପ୍ରକାଶ ଦାସ
- ସୁନ୍ଦରଗଡ-ଦିଲୀପ ତିର୍କୀ
- ମୟୁରଭଞ୍ଜ-ସୁଦାମ ମାର୍ଣ୍ଡି
- କେନ୍ଦ୍ରାପଡା-ଅଂଶୁମାନ ମହାନ୍ତି
- ନବରଙ୍ଗପୁର-ପ୍ରଦୀପ କୁମାର ମାଝି
- ଭୁବନେଶ୍ବର-ମନ୍ମଥ ରାଉତରାୟ
- କୋରାପୁଟ-କୌଶଲ୍ୟା ହିକକା
- ଆସ୍କା-ରଞ୍ଜିତା ସାହୁ
- ପୁରୀ – ଅରୂପ କୁମାର ପଟ୍ଟନାୟକ
- ଢେଙ୍କାନାଳ- ଅବିନାଶ ସାମଲ
- ଜଗତସିଂହପୁର-ରାଜଶ୍ରୀ ମଲ୍ଲିକ
- କନ୍ଧମାଳ- ଅଚ୍ୟୁତ ସାମନ୍ତ
- କଟକ- ସଂତୃପ୍ତ ମିଶ୍ର
- ଯାଜପୁର-ଶର୍ମିଷ୍ଠା ସେଠୀ (ଆଉ ୬ ଟି ଘୋଷଣା ବାକି ରହିଛି )