୫ ଅପରାଧୀଙ୍କୁ କାବୁ କଲା ଧାମନଗର ପୋଲିସ…

ଛତ୍ରପୁର (ସମୃଦ୍ଧ ଓଡିଶା) ୫ ଅପରାଧୀଙ୍କୁ କାବୁ କଲା ଧାମନଗର ପୋଲିସ । ସୂଚନା ଅନୁଯାୟୀ ଏକ ଘର ଉପରେ ଧାମନଗର ପୋଲିସ ଛତ୍ରପୁର ଥାନାର କର୍ମଚାରୀମାନଙ୍କ ସହଯୋଗରେ ଚଢାଉ କରି ୫ ଜଣ ଅପରାଧିଙ୍କୁ ଗିରଫ କରିଛି । ଏହି ଅପରାଧୀମାନେ ଭଦ୍ରକ ଜିଲ୍ଲାରେ ଅନେକ ଅପରାଧ ସହ ଜଡ଼ିତ ଥିବା ଜଣାପଡିଛି ଏବଂ ଛତ୍ରପୁର ସହରରେ କେଉଁ କାରଣରୁ ଏମାନେ ରହୁଥିଲେ ଏବଂ ଏମାନଙ୍କ ଛତ୍ରପୁରର ଲିଙ୍କ କଣ ସେ ନେଇ ପୋଲିସ ତନାଘନା ଚଲାଇଛି । ଏମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିବା ହେତୁ ଘଟଣାକୁ ଗୁରୁତ୍ୱର ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା