ଅବକାରୀ ଚଢାଉ : ୩୦କେ.ଜି,୧୫୦ଗ୍ରାମ ଗଞ୍ଜେଇ ଜବତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ଅବକାରୀ ଉପ ଆୟୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସଦର ମହକୁମା ଓ.ଆଇ.ସି ଇନିସ୍ପେକଟର ଓ ଏମ.ଡି.ଏସ ଟିମ୍ ଲିଡର ସେଲିମ ଏସ୍କସେଟିଭ ମାଜିଷ୍ଟ୍ରେଟ ଆଡିସ୍ନାଲ ତହସିଲଦାରଙ୍କ ସହିତ ମିଳିତ ଭାବେ ଅବକାରୀ ଚଢାଉ କରାଯାଇଥିବା ଜଣାଯାଇଛି । ଏ‌ହି ଚଢାଉ ସମୟରେ ରଘୁନାଥପୁର ଛକ ନିକଟସ୍ଥ ଏକ ଘରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ଉକ୍ତ ଟିମ୍ ଚଢାଉ କରି ଆସାମୀ ଜଗବନ୍ଧୁ ସେଠୀଙ୍କ ଠାରୁ ୩୦କେଜି, ୧୫୦ଗ୍ରାମ ଓଜନର ଗଞ୍ଜେଇ ବରାମତ କରି ଜବତ କରିଛନ୍ତି । ଆସାମୀକୁ କୋର୍ଟ ଚାଲାଣ କରାଯାଇଅଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏହି ଚଢାଉରେ ଏମ.ଡି.ଏସ ଟିମ୍ ଲିଡର ଏସ୍କସେଟିଭ ମାଜିଷ୍ଟ୍ରେଟ, ଆଡିସ୍ନାଲ ତହସିଲଦାର ଜସ୍ମିନ କୁମାର ପରିଡ଼ା, ଇନିସ୍ପେକଟର ଅଫ ଏସ୍କୁଜ୍ ଛତ୍ରପୁର ରାଞ୍ଜ ଦିପ୍ତିମୟୀ ସାହୁ, ଓ.ପି.ସି ଅଫ ଏସ୍କୁଜ୍ ସଦଭ ମୋହନ ପ୍ରଧାନ, ଏ.ଏସ.ପି ଅଫ ଏସ୍କୁଜ୍ ସଦଭ ଅଭିରାମ ପଟ୍ଟନାୟକ, ଏସ୍କୁଜ୍ କନେଷ୍ଟବଳ:- ଶିବ ଶଙ୍କର ଜେନା, ଜଗନ୍ନାଥ ଶତପଥୀ, ବସନ୍ତ ଜେନା, ରାଜେଶ ସେନାପତି, ଅନନ୍ତ ପାଲୋର, ଅଞ୍ଜନ କୁମାର ଦାସ ପ୍ରଭୃତି ସାମିଲ ଥିଲେ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା