୨୫ଲକ୍ଷ ମୂଲ୍ୟର ୨୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ୍‌ : ଜଣେ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଜଳେଶ୍ୱର ବ୍ରାଉନ୍‌ସୁଗରର ହବ୍ କୁହାଯାଉଥିବା ବେଳେ ପୋଲିସ୍ ଖବର ପାଇ ପୌରରପାଳିକାର ରାଜପୁରରେ ଗାଁରେ ଚଢାଉ କରିଥିଲା । ସେଠାରୁ ୨୫୦ଗ୍ରାମ ଧଳଜହର ଜବତ୍ କରିଥିବା ବେଳେ, ପୋଲିସ୍ ଜଣକୁ ଗିରଫ କରିଛି । ଘଟଣା ସହିତ ସଂପୃକ୍ତ ମହିଳା ଜଣକ ଫେରାର ହୋଇ ଯାଇଛି । ପ୍ରତିଦିନ ଜଳେଶ୍ୱର ଅଂଚଳରୁ ଧଳାଜହର ବାହାର ସ୍ଥାନକୁ ଚାଲାଣ ହେଉଥିବା ବେଳେ ଆଜି ଭୋର ପୋଲିସ୍ ଖବର ପାଇ ରାଜପୁର ଗାଁର ସେକ୍ ଆସିକ୍‌ଙ୍କ ଘରେ ଚଢାଉ କରିଥିଲା । ତାଙ୍କ ପୁଅ ସେକ୍ ସାଦିର (୨୪) ୨୫୦ ଗ୍ରାମର ବ୍ରାଉନ୍‌ସୁଗର ଧରି ଘରୁ ବାହାରୁଥିବା ବେଳେ ତାକୁ ପୋଲିସ୍ କାବୁ କରିଥିଲା । ଜବତ୍ ହୋଇଥିବା ବ୍ରାଉନ୍‌ସୁଗରର ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ସେକ୍ ସାଦିରର ଶାଶୁ ଖାଦି ବିବି ସଂପୃକ୍ତ ଥିଲେ ମଧ୍ୟ ଘଟଣାସ୍ଥଳରୁ ସେ ଫେରାର ହୋଇ ଯାଇଥିବା ପୋଲିସ୍ ସୂତରୁ ପ୍ରକାଶ । ପୋଲିସ୍ କୌଶଳକ୍ରମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜାଲ ବିଛାଇଥିଲା । ନିର୍ଦ୍ଦିଷ୍ଟ ସ୍ଥାନରେ ପୋଲିସ୍ ଚଢାଉ କରିବା ପୂର୍ବରୁ ତାର ଶାଶୁ ଖବର ପାଇଯାଇଥିଲା । ଫଳରେ ପୋଲିସ୍ ପହଞ୍ଚିବା ପୂର୍ବରୁ ଶାଶୁ ଫେରାର ହେବାରେ ସମ୍ଭବ ହୋଇଥିଲା । ତେବେ ଏହା କିପରି ସମ୍ଭବ ହୋଇ ପାରୁଛି ତାହା ଆଲୋଚ୍ୟର ବିଷୟ ହୋଇଛି । ଏପରିକି ବିଭିନ୍ନ ସମୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ପାଖରେ ଖବର ପହଞ୍ଚିବା ଏବଂ ଏଥିରେ ସଂପୃକ୍ତ କେତେକ ବ୍ୟକ୍ତି ଘଟଣାସ୍ଥାନରେ ପହଞ୍ଚି ଯାଉଥିବା ଦେଖିବାକୁ ମିଳୁଛି । ଆଜିର ଘଟଣାରେ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁ, ଏସ୍‌ଆଇ ନଗରଦିପ ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା