ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିମନ୍ତେ ସଚେତନତା କର୍ମଶାଳା…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବାଲେଶ୍ଵର ସଦରବ୍ଲକ ଅନ୍ତର୍ଗତ ରୁପ୍ସାସ୍ଥିତ ପାଟପୁର ଗ୍ରାମରେ ଏକତା କ୍ଳବ ଆନୁକୁଲ୍ୟରେ ଅବସରପ୍ରାପ୍ତ ଷ୍ଟେସନ ମ୍ୟାନେଜର ଶ୍ରୀପତି  ରାଉତଙ୍କ ଅଧ୍ୟକ୍ଷତାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ଵେଚ୍ଛାକୃତ ରକ୍ତଦାନର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ମୁଖ୍ୟତଃ ଯୁବ ସମାଜ ସ୍ଵେଚ୍ଛାକୃତ ରକ୍ତଦାନକୁ ଆନ୍ଦୋଳନରେ ପରିଣତ କରିବାପାଇଁ ଆହ୍ୱାନ ଦେଇଥିଲେ । ଏକତା କ୍ଲବର ସମ୍ପାଦକ ଶିକ୍ଷକ ଜଗଦୀଶ ବ୍ରହ୍ମଚାରୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲବର ସଭାପତି ହରିଶ ଚନ୍ଦ୍ର ବେହେରା, ସହ ସମ୍ପାଦକ ପଶୁପତି ରାଉତ, ରଜନୀକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମାଜସେବୀ ନନ୍ଦିନୀ ରାଉତ ସ୍ଵେଚ୍ଛାକୃତ ରକ୍ତଦାନର ଉପକାରୀତା ସମ୍ୱନ୍ଧରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟକୃଷ୍ଣ ବେହେରା, ଶିବଶମ୍ଭୁ, ଜଗନ୍ନାଥ ବେହେରା, ଚକ୍ରଧର ନାୟକ, ପୀତବାସ ବାରିକ, ସେକ ଶନିଆ ତଥା ଏକତା କ୍ଳବର ଅନ୍ୟ ସଦସ୍ୟ/ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କର୍ମଶାଳାଟି କୋଭିଡ-୧୯ ନିୟମକୁ ଲକ୍ଷରେ ରଖି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ  ଆୟୋଜିତ ହୋଇଥିଲା । ସର୍ବଶେଷରେ କ୍ଳବର ଉପ-ସଭାପତି ଶ୍ୟାମସୁନ୍ଦର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।