ସ୍କୁଲ ଘର ନିର୍ମାଣରେ ଦୁର୍ନିତୀ : ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବିଭିନ୍ନ କାର୍ଯ୍ୟରେ ବାରମ୍ବାର ଅନିୟମିତତା, ଦୁର୍ନିତୀର ଅଭିିଯୋଗ ହୋଇ ଆସୁୁଛିି । ନିକଟରେ ଏକ ଆବାସଘର ନିର୍ମାଣରେ ୯୦ହଜାର ଟଙ୍କା ହଡପ ହୋଇଥିଲା । ଏବେ ବ୍ଳକର ଦେବକୁମାର ପଞ୍ଚାୟତର ଗୌରଦେଇ ପାଟଣା ଗ୍ରାମରେ ଥିବା ସ୍କୁଲଘର ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଗ୍ରାମବାସୀ, ବିିଦ୍ୟାଳୟ ଆଲୁୁମିନି ଓ ପରିଚାଳନା କମିଟି ଅଭିଯୋଗ କରିଛନ୍ତି । ସ୍କୁଲ ଘର ଲାଗି ୫ଲକ୍ଷ୩୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମାତ୍ର ୨୭୨ ବର୍ଗଫୁଟ ଏକ ଛୋଟ ଓ ନିମ୍ନମାନର ହୋଇଥିବାର ଦେଖିବାକୁ ମିଳିଛି । ୨୦୧୮-୧୯ରେ ଏହି ଘରର ନିଅଁ କାର୍ଯ୍ୟ ଆରମ୍ଭ ହୋଇଥିବା ଓ ୨୦୨୦ ନଭେମ୍ବର ମାସରେ ଏହାର ଛାତ ପଡି ଅସଂପୂୂର୍ଣ୍ଣ ରହିଛି । ଏହାର ବାରଣ୍ଡା ନଥିବାରୁ ଛାତ୍ରଛାତ୍ରୀମାନେ ବ୍ୟବହାର କରିବା ଅସମ୍ଭବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଗୋଷ୍ଠୀ ଶିକ୍ଷାଅଧିକାରୀ, ଜଳେଶ୍ୱର ବିଧାୟକ, ଜିଲାପାଳ, ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି । କେଉଁ ଯୋଜନାରେ ଉକ୍ତ ଗୃହ ନିର୍ମାଣ ହୋଇଛି ତାର ଫଳକ, ଆକଳନ ମୂଲ୍ୟ, ସମୟସୀମାର ଫଳକ ନଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟର ଭିଜିଲାନ୍ସ ଓ କ୍ରାଇମ୍‌ବ୍ରାଞ୍ଚତଦନ୍ତଲାଗି ଆଜି ଗ୍ରାମବାସୀମାନେ ଦାବି କରିଛନ୍ତି ।