ସିପିଆଇ ଅଫିସ୍ ପୋଡିକୁ ଜଳେଶ୍ୱର ସିପିଏମ୍‌ର ନିନ୍ଦା ଓ ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ତ୍ରିପୁରାରେ ବିଜେପି ଶାସନ କ୍ଷମତାକୁ ଆସିବାପରେ ସିପିଆଇ(ଏମ୍‌)ର କାର୍ଯ୍ୟାଳୟ, କର୍ମୀମାନଙ୍କ ଘର ଭାଂଗିବା. କର୍ମୀମାନଙ୍କୁ ହତ୍ୟା କରିବା, ମହାପୁୁରୁଷ ପ୍ରତିମୂୂର୍ତ୍ତୀ ଭାଂଗିବା ଇତ୍ୟାଦି ଫାସିଷ୍ଟବାଦ କାର୍ଯ୍ୟ କରିଆସୁଛନ୍ତି । ଗତ ବୁଧବାର ବିଜେପି ଓ ଆର୍‌ଏସ୍‌ଏସ୍‌ର କେତେକ କର୍ମୀ ସିପିଆଇ(ଏମ୍‌) ରାଜ୍ୟ ଓ ଜିଲା କାର୍ଯ୍ୟାଳୟରେ ନିଆଁ ଲଗାଇ କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ୨୦୧୪ରେ ବିଜେପି କ୍ଷମତାକୁ ଆସିବାପରେ ହିଂସା ବଢିବାରେ ଲାଗିଛି । ଏହା ବିରୁୁଦ୍ଧରେ ଆଜି ଗୁରୁବାର ଦିଳ୍ଲିପ କୁମାର ଗିରିଙ୍କ ସଭାପତିତ୍ୱରେ ସିତାଂଶୁ ସେନାପତି, ପଲ୍ଟୁ ଦାସ, ଦିଲ୍ଲିପ ପରିଡ. ପ୍ରକାଶ ଦେ. ରବିନ୍ଦ୍ର ବାରିକ, ଯତିନ୍ ଜେନା, ଗଣେଶ ପାତ୍ର. ଜଗନ୍ନାଥ ପରିିଡା, ସବିିତା ଭୂୟାଁ, ସୁନିଲ ମହାନ୍ତି. ମନ୍ମଥ ପଣ୍ଡିତ, ବାସନ୍ତି ବାରିକ, ବରେନ୍ଦ୍ର ମହାନ୍ତି, ଭବଶଂକର ବାଗ, ବ୍ରଜଗୋପାଳ ପାଳ, ଜିତାଂଶୁ ନନ୍ଦି ପ୍ରମୁଖ ପ୍ରତିବାଦ କରି ବିକ୍ଷୋଭ କରିଥିଲେ ।

ରିପୋର୍ଟ : ଭୂପତି ପରିଡା