ସାରଙ୍ଗ ଧର ମହାପାତ୍ରଙ୍କ ପରଲୋକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରଙ୍ଗ ଧର ମହାପାତ୍ରଙ୍କ ପରଲୋକ ଘଟିଛି । ସୂଚନା ଅନୁଯାୟୀ ସେ ୧୯୭୦ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ମୁନିସିପାଲ୍ଟି କାଉଁସିଲର ତଥା ଭାଇସ୍ ଚେୟାରମ୍ୟାନ୍ ଏବଂ ମୀନାବଜାର ପୂଜା କମିଟିର ୩୦ ବର୍ଷ କାଳ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ । ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ଜଣେ ସମାଜସେବୀ ଭାବେ ଢେଙ୍କାନାଳ ସହରରେ ପ୍ରତିଷ୍ଠିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ବୋହୁ ଝିଅ ଜ୍ଵାଇଁ ସମସ୍ତେ ଉପସ୍ଥିତ ଥିଲେ । ଢେଙ୍କାନାଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଦବା ସହିତ ପରିବାରବର୍ଗଙ୍କ ସହିତ ସମବେଦନା ଜ୍ଞାପନ କରିଥିଲେ ।

ରିପୋର୍ଟ : ଶୁଭମ ପାଣି