ଶ୍ରୀରାମକୃଷ୍ଣ ଆଶ୍ରମର ଭକ୍ତ ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଯେଉଁ ଧର୍ମ ହେଉ ଯେ ମୋତେ ହେଉ ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି, ସେଥିପାଇଁ କୌଣସି ଧର୍ମ, କୌଣସି ମତକୁ ଅଶ୍ରଦ୍ଧା ବା ଘୃଣା କରିବାନାିଁ ବୋଲି ଶ୍ରୀରାମକୃଷ୍ଣ ଦେବ ପ୍ରକାଶ କରିଥିଲେ । ସେ ବିଚାରକୁ ଆଧାର କରି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣା ଅଧିନ ସେକ୍‌ସରାଇଠାରେ ପ୍ରତିଷ୍ଠା ହୋଇଥିବା ଶ୍ରୀରାମକୃଷ୍ଣ ଆଶ୍ରମରା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଦାସଙ୍କ ପ୍ରଚେଷ୍ଟା ଓ ନିଷ୍ଠାପର ଉଦ୍ୟମ ଏବେବି ଅଂଚଳବାସୀଙ୍କୁ ସେମା ଯୋଗାଇ ଆସୁଛି ବୋଲି ପୁରୀସ୍ଥିତ ରାମକୃଷ୍ଣ ମିଶନ ଆଶ୍ରମର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ଆପ୍ତେଶ୍ୟରାନନ୍ଦଜୀ ମହାରାଜ ପ୍ରକାଶ କରିଛନ୍ତି । ୨ ଦିନ ବ୍ୟାପି ଆଶ୍ରମର ଭକ୍ତ ସମ୍ମିଳନୀ ଓ ବାର୍ଷିର୍କ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ସେ ସ୍ୱାମୀ ବିବେକାନନ୍ଦ ଓ ମା ସାରଦା ଦେବୀଙ୍କ ଜୀବନ ବୃତାନ୍ତ ସଂପର୍କାରେ ଆଲୋକପାତ କରିଥିଲେ । ମେଦିନୀରପୁରସ୍ଥିତ ରାମକୃଷ୍ଣ ମଠ ଓ ମିଶନର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ଅମର୍ତ୍ତା ନନ୍ଦଜୀ ମଧ୍ୟ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ । ଆଶ୍ରମର ସଂପାଦକ ବିମଳେନ୍ଦୁ ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ସୁବାସିଷ କରଣ, ଉତ୍ପଳ ମାଇତି, ଅରୁପ ସତ୍ୟ ମାଇତି, ଡା. ନିତାଇ ଚନ୍ଦ୍ର ମଣ୍ଡଳ, ଡା. କଲ୍ୟାଣ ମିର୍ଦ୍ଦା, ସୁକୁମାର ରଣା, ଡ. ଅଜିତ୍ କୁମାର ମହାନ୍ତି, ପାରମିତା ଦାସ, ପଶୁପତି ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଆଶ୍ରମ ପରିସରରେ ପ୍ରତିଷ୍ଠା କରାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନ ଅଧିବେଶନରେ ଓଡିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ପୂର୍ବତନ ଆବାହକ ଡ. ଉପେନ୍ଦ୍ର କୁମାର ଦାସ, ଶ୍ରୀମତୀ ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଧ୍ୟାରେ ହାଓଡାସ୍ଥିନ ମା ସାରତ ନାଟ୍ୟତିର୍ଥ ବିର ସନ୍ୟାସୀ ବିବେକାନନ୍ଦ ଗୀତିଆଲେଖ୍ୟ ପରିବେଶିତ ହୋଇଥିଲା । ଉଦ୍‌ଯାପନ ଦିବସରେ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା