ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୮ମ ବାର୍ଷିକ କ୍ରିଡା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରୀଅରବିନ୍ଦଙ୍କ ଦର୍ଶନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟରେ କ୍ରୀଡା ଏକ ବିଶେଷସ୍ଥାନ ଅଧିକାର କରେ । ତେଣୁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୮ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ସମାଜସେବୀ ରବିନ୍ଦ୍ର ବେହେରା, ଶ୍ରୀଅରବିନ୍ଦ ପୂର୍ଣ୍ଣଙ୍ଗ ଶିକ୍ଷାକେନ୍ଦ୍ରରେ କ୍ରୀଡାର ଉପଯୋଗୀତା ଓ ସାମ୍ପ୍ରତିକା ପରିସ୍ଥିତିରେ ଜିବିକା ଅର୍ଜନରେ ସହାୟକ ହୋଇ ପାରୁଥିବା କହିଥିଲେ । ଅନୁଷ୍ଠାନର ସଂପାଦିକା ଅର୍ଚ୍ଚନା ସାମଲ, ଅଧ୍ୟକ୍ଷ ସନ୍ଦିପ କୁମାର ସାମଲ, ମଞ୍ଚଆହ୍ନନ, ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ପ୍ରଧାନ, ଅନୂପ ବେହେରା, ସୁରେଶ ବେହେରା, ସୁମତୀ ବେହେରା, ସୁସ୍ମିତା ବେହେରା, ବିଣା ଆଚାର୍ଯ୍ୟ, ରସ୍ମିତା ଜେନା, ପୂର୍ଣ୍ଣିା ବେହେରା, ସ୍ମିତା ସାମଲ ପରିଚାଳନା କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଖେଳ ଶିକ୍ଷକ ସୁଶାନ୍ତ କୁମାର ବେହେରା ଖେଳ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା