ରାଶିଫଳ

ମେଷ-ଦୃଢ଼ ସଂକଳ୍ପ ଓ ସ୍ଥିରଚିତ୍ତ ଆପଣଙ୍କୁ ଧୀରେ ଧୀରେ ସଫଳତା ଆଡ଼କୁ ଆଗେଇ ନେଇଯିବ। ଅପ୍ରେଲରୁ ଜୁଲାଇ ଓ ନଭେମ୍ବର ମାସରେ ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ଯେଉଁମାନେ ନୂଆ ବ୍ୟବସାୟ ଉଦ୍ୟୋଗ କରିବାକୁ ଯୋଜନା କରି ରହିଛନ୍ତି ସେମାନେ ଅପ୍ରେଲ, ମଇ ମାସରେ ସରକାରୀ ସହଯୋଗ ପାଇପାରିବେ। ସେୟାର୍‌ ବଜାରରେ ଆପଣଙ୍କୁ ନିରାଶ ମିଳିପାରେ। ଚାକିରିଆଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧ ଏକ ମନଲାଖି ପରିବର୍ତ୍ତନ ଆଣିଦେବ। ପଦୋନ୍ନତି ବା ଦରମା ବୃଦ୍ଧି ହେବା ସହିତ ମନ ଚାହୁଥିବା ଅଞ୍ଚଳକୁ ବଦଳି ହୋଇପାରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବର୍ଷଟି ଭଲ ରହିବ। ଦଳ ଓ ସଂଗଠନରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ପାରିବାରକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ସହିତ ସାମୟିକ ମତଭେଦ ସତ୍ତେ୍ଵ ସମ୍ବନ୍ଧ ମଧୁର ରହିବ। ବର୍ଷର ଦ୍ଵିତୀୟାର୍ଦ୍ଧରେ ନୂଆ ଘର ବା ଯାନବାହନ କିଣିବେ। ଅବିବାହିତମାନଙ୍କ ପାଇଁ ଜୁନ୍‌, ଅଗଷ୍ଟ ଓ ନଭେମ୍ବର ମାସରେ ପ୍ରେମ ଓ ରୋମାନ୍‌ସ୍‌ ଅପେକ୍ଷା କରି ରହିଛି। ଛାତ୍ରଛାତ୍ରୀ ଚମତ୍କାର ଫଳାଫଳ କରିବେ। ବିଶେଷକରି ଡାକ୍ତରୀ ଏବଂ ଏମ୍‌.ବି.ଏ. ଛାତ୍ର। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ୍‌, ଫିକା ହଳଦିଆ ଓ ନାରଙ୍ଗୀ। ଶୁଭସଂଖ୍ୟା: ୧, ୨, ୩, ୬ ଓ ୯। ଶୁଭରାଶି: ସିଂହ ଓ ଧନୁରାଶି। ଶୁଭରତ୍ନ: ରକ୍ତପ୍ରବାଳ, ମାଣିକ୍ୟ ଓ ପଖୋରାଜ। ପୂଜାର୍ଚ୍ଚନା: କାର୍ତ୍ତିକେୟ ଓ ପ୍ରଭୁ ହନୁମାନ। ଶୁଭଯନ୍ତ୍ର: ମଙ୍ଗଳ ଯନ୍ତ୍ର।

ବୃଷ-ଏ ବର୍ଷଟି ଆପଣଙ୍କ ଲାଗି ଧନାଗମ ଓ ନୂତନ ସୁଯୋଗର ପଥ ଉନ୍ମୁକ୍ତ କରିଦେବ। ମଇ, ଜୁନ୍‌ ମାସ ବେଳକୁ କୌଣସି ବୈଦେଶିକ ବେପାର ବଣିଜର ସୁବିଧା ପାଇପାରିବେ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ସରକାରୀ ସହଯୋଗ ମଧ୍ୟ ପାଇପାରିବେ। ପ୍ରଫେସ୍‌ନାଲ୍‌ ବ୍ୟବସାୟୀମାନେ କୌଣସି ପୁରସ୍କାର ଦ୍ଵାରା ସମ୍ମାନିତ ହୋଇପାରନ୍ତି। ଚାକିରିଜୀବୀଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧ ଓ ସେପ୍‌ଟେମ୍ବର, ଅକ୍‌ଟୋବର ଦି’ମାସ ଦରମା ବୃଦ୍ଧି ବା ପଦୋନ୍ନତି ଲାଗି ସମୟ ଅନୁକୂଳ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଏବର୍ଷ ବଢ଼ିଆ ଚାକିରି ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଫେବ୍ରୁଆରି ଓ ଜୁନ୍‌ ମାସରେ କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ବାପା ବା କୌଣସି ଆତ୍ମୀୟଙ୍କର ଅସୁସ୍ଥତା, ଛୋଟ ଭାଇ ଭଉଣୀ ଓ ଜୀବନସାଥୀଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ମନକୁ ଅଶାନ୍ତ କରି ତୋଳିବ। ୨୪ରୁ ୩୩ ବର୍ଷ ବୟସର ଯୁବତୀଙ୍କ ପାଇଁ ବିବାହ ସୁଯୋଗ ରହିଛି। କିନ୍ତୁ ଜୀବନସାଥୀ ମନୋନୟନ କରିବାରେ ବିଳମ୍ବ କରିପାରନ୍ତି। ଏବର୍ଷ ଛାତ୍ରୀମାନେ ଭଲ କରିବେ। ପ୍ରତିଯୋଗିତା ପରୀକ୍ଷାରେ ଆପଣ ଖୁବ୍‌ ଭଲ କରିବେ। ଯେଉଁମାନଙ୍କର ପେଟରୋଗ ଅଛି ସେମାନେ ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। ଗର୍ଭବତୀ ମହିଳାମାନେ ଅଗଷ୍ଟ ଓ ଡିସେମ୍ବର ମାସରେ ସତର୍କ ରହିବେ। ଶୁଭରଙ୍ଗ: ଧଳା, କ୍ରିମ୍‌ ଓ ନୀଳ। ଶୁଭସଂଖ୍ୟା: ୪, ୫, ୬ ଓ ୮। ଶୁଭରାଶି: ମକର, କନ୍ୟା ଓ ବୃଷରାଶି। ଶୁଭରତ୍ନ: ହୀରା ଓ ପାନ୍ନା। ପୂଜାର୍ଚ୍ଚନା: ମହାଲକ୍ଷ୍ମୀ ଓ ଧନପତି କୁବେର। ଶୁଭଯନ୍ତ୍ର: ଲକ୍ଷ୍ମୀ ଯନ୍ତ୍ର ଓ ଶ୍ରୀଯନ୍ତ୍ର।

ମିଥୁନ-ଏ ବର୍ଷଟି ଆପଣଙ୍କ କ୍ୟାରିୟର୍‌ ଓ ଅର୍ଥାଗମ ଦୃଷ୍ଟିରୁ ଖୁବ୍‌ ଭଲ। ବେଶି ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଜାନୁଆରି, ଅପ୍ରେଲ ଓ ଜୁନ୍‌ ମାସରେ ବହୁ ବ୍ୟାବସାୟିକ ସୁଯୋଗ ପାଇବେ। ବ୍ୟବସାୟ ବା ପେସାରେ ଢିଲା ହୁଅନ୍ତୁ ନାହିିଁ। ଅଗଷ୍ଟ ସେପ୍‌ଟେମ୍ବର ଦି’ମାସ ସତର୍କ ନ ରହିଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ଚାକିରିରେ ଜାନୁଆରି, ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବା ସହିତ ପଦୋନ୍ନତି ମିଳିପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଏବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ଓ ଦଳର ସର୍ବୋଚ୍ଚପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କ ସହିତ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ଓ ଶାନ୍ତିମୟ ହେବ। ଜୁନ୍‌ରୁ ଡିସେମ୍ବର ମାସ ଭିତରେ ନୂଆ ଘର ବା କାର୍‌ କିଣିବା ପାଇଁ ପ୍ରବଳ ଯୋଗ ରହିଛି। ମାର୍ଚ୍ଚ, ମଇ ଓ ଜୁନ୍‌ ମାସରେ ସପରିବାର ବାହାରକୁ ଛୁଟି କଟାଇବାକୁ ଯାଇପାରନ୍ତି। ଅବିବାହିତମାନେ ମଇ ଅକ୍‌ଟୋବର ଓ ନଭେମ୍ବର ମାସରେ ବିବାହ କରିବାର ସମ୍ଭାବନା ରହିଛି। ୨୩ରୁ ୩୨ ବର୍ଷର କୁମାରୀମାନେ ବିଦେଶରେ ବିବାହ କରି ପାରନ୍ତି। ଖେଳାଳିମାନେ ଜାତୀୟ ଦଳରେ ସ୍ଥାନ ବଜାୟ ରଖିବା ପାଇଁ କଠିନ ପରିଶ୍ରମ କରନ୍ତୁ। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ସଫଳତା ପାଇବେ। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା ଓ ସବୁଜ। ଶୁଭସଂଖ୍ୟା: ୧,୫, ୬ ଓ ୮। ଶୁଭରାଶି: ସିଂହ, କନ୍ୟା, ତୁଳା ଓ କୁମ୍ଭରାଶି। ଶୁଭରତ୍ନ: ପାନ୍ନା, ହୀରା ଓ ନୀଳା। ପୂଜାର୍ଚ୍ଚନା: ଧନପତି କୁବେର ଓ ଭଗବାନ ବିଷ୍ଣୁ। ଶୁଭଯନ୍ତ୍ର: ବୁଧ ଯନ୍ତ୍ର ଓ ଲକ୍ଷ୍ମୀ ଯନ୍ତ୍ର।

କର୍କଟ-ଏବର୍ଷ ଆପଣ ସବୁ ଦିଗରୁ ସଫଳତା ଓ ଲାଭ ପାଇପାରିବେ। ବର୍ଷର କିଛି ମାସରେ ଆପଣଙ୍କ ଉପାର୍ଜନ ଆପଣଙ୍କ ଆଶାକୁ ମଧ୍ୟ ଟପିଯିବ। ଗତବର୍ଷରୁ ଯେଉଁମାନେ ନୂଆ ବ୍ୟବସାୟ ଉଦ୍ୟୋଗ କରିବାକୁ ଯୋଜନା କରିଛନ୍ତି ସେମାନେ ଏବର୍ଷ ସରକାରୀ ସହଯୋଗ ପାଇପାରିବେ। ଫେବ୍ରୁଆରିରୁ ଜୁନ୍‌ ମାସ ଭିତରେ ଚାକିରିଜୀବୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ଏଇ ସମୟରେ ପଦୋନ୍ନତି ପାଇପାରିବେ। ମହିଳା ଶିଳ୍ପୋଦ୍ୟୋଗୀମାନେ ଏବର୍ଷ ଖୁବ୍‌ ଭଲ କରିପାରିବେ। ଏବର୍ଷ ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପୂରା ସକ୍ରିୟ ରହିବେ। ଶକ୍ତି ପ୍ରଦର୍ଶନ, ଧାରଣା ଓ ଆନ୍ଦୋଳନରେ ଆପଣଙ୍କର ଭୂମିକା ପ୍ରମୁଖ ରହିବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ଅବିବାହିତମାନେ ସେପ୍‌ଟେମ୍ବରରୁ ଡିସେମ୍ବର ମାସ ଭିତରେ ରୋମାନ୍‌ସ୍‌ର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷଟି ଖୁବ୍‌ ଭଲରହିବ। ପରୀକ୍ଷାରେ ଯଥେଷ୍ଟ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ରକ୍ତଚାପ ଓ ହୃଦ୍‌ରୋଗୀ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଶୁଭରଙ୍ଗ: ଧଳା, ଫିକା ହଳଦିଆ ଓ ଲାଲ। ଶୁଭସଂଖ୍ୟା: ୧, ୨ ଓ ୯। ଶୁଭରାଶି: ବିଛା ଓ ମୀନରାଶି। ଶୁଭରତ୍ନ: ମୁକ୍ତା, ରକ୍ତପ୍ରବାଳ ଓ ପଖୋରାଜ। ପୂଜାର୍ଚ୍ଚନା: ହର ପାର୍ବତୀ। ଶୁଭଯନ୍ତ୍ର: ମଙ୍ଗଳ ଯନ୍ତ୍ର ଓ ଲକ୍ଷ୍ମୀ ଯନ୍ତ୍ର।

ସିଂହ-ଅର୍ଥନୈତିକ ଦୃଷ୍ଟିରୁ ଏ ବର୍ଷଟି ଆପଣଙ୍କ ପାଇଁ ଚମତ୍କାର। ବିଶେଷ କରି ଜାନୁଆରି, ଫେବ୍ରୁଆରି, ଅପ୍ରେଲ, ଅଗଷ୍ଟ, ସେପ୍‌ଟେମ୍ବର ଓ ନଭେମ୍ବର ମାସରେ ପାଣ୍ଠି ବିନିଯୋଗର ସୁଯୋଗ ଆସିବ। ଏଥିପାଇଁ ବୈଦେଶିକ ସୁବିଧାର ଆମନ୍ତ୍ରଣ ପାଇ ପାରନ୍ତି। ଶିଳ୍ପୋଦ୍ୟୋଗୀମାନେ ସେପ୍‌ଟେମ୍ବର ଓ ନଭେମ୍ବର ମାସରେ କୌଣସି ପୁରସ୍କାର ଦ୍ଵାରା ସମ୍ମାନିତ ହୋଇପାରନ୍ତି। ଚାକିରିଜୀବୀଙ୍କ ପାଇଁ ଅଗଷ୍ଟରୁ ଅକ୍‌ଟୋବର ମାସ ମଧ୍ୟରେ ପଦୋନ୍ନତିର ପ୍ରବଳ ଯୋଗ ରହିଛି। ବର୍ଷର ପ୍ରଥମାର୍ଦ୍ଧରେ ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ରାଜନୀତି କରୁଥିବା ବ୍ୟକ୍ତି ଏବର୍ଷ କୌଣସି ଉଚ୍ଚପଦକୁ ମନୋନୀତ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଅଗଷ୍ଟ ମାସ ବେଳକୁ ଗୃହ ପରିବର୍ତ୍ତନ ସମ୍ଭାବନା ରହିଛି। ବଦେଶ ଭ୍ରମଣର ସୁଯୋଗ ରହିଛି। ପ୍ରେମିକ ପ୍ରେମିକାମାନେ ଏବର୍ଷ ବିବାହସୁଖ ଲାଭ କରିବେ। ଛାତ୍ରମାନେ ଚମତ୍କାର ଫଳାଫଳ କରିବେ। ବିଶେଷକରି ଇଞ୍ଜିନିୟରିଂ ଓ ଡାକ୍ତରୀ ଛାତ୍ର। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନଙ୍କର ପେଟରୋଗ ଅଛି, ସେମାନେ ଦୃଷ୍ଟି ଦିଅନ୍ତୁ। ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଗୋଲାପୀ, ଲାଲ ଓ ହଳଦିଆ। ଶୁଭସଂଖ୍ୟା: ୧, ୨, ୩, ୫ ଓ ୯। ଶୁଭରାଶି: ମେଷ, ସିଂହ ଓ ଧନୁରାଶି। ଶୁଭରତ୍ନ: ମାଣିକ୍ୟ ପଖୋରାଜ ଓ ରକ୍ତପ୍ରବାଳ। ପୂଜାର୍ଚ୍ଚନା: ବାବା ଆଖଣ୍ଡଳମଣି ଓ ସୂର୍ଯ୍ୟଦେବ। ଶୁଭଯନ୍ତ୍ର: ମହାମୃତ୍ୟୁଞ୍ଜୟ ଯନ୍ତ୍ର, ସୂର୍ଯ୍ୟ ଯନ୍ତ୍ର ଓ କନକଧାରା ଯନ୍ତ୍ର।

କନ୍ୟା-ବର୍ଷ ପ୍ରାରମ୍ଭରୁ ଆପଣ ନିଜ କାର୍ଯ୍ୟ ଓ ଅର୍ଥନୈତିକ ପରିସ୍ଥିତି ପ୍ରତି ସଚେତନ ରହନ୍ତୁ। କଠିନ ପରିଶ୍ରମ ସତ୍ତେ୍ଵ ସେତେ ସଫଳ ହେବାର ସମ୍ଭାବନା ନାହିଁ। ଏପରିକି ଯେଉଁ ଯୋଜନା କରିଥିବେ ତାହା ହାତଛଡ଼ା ହୋଇଯାଇପାରେ। ଅନ୍ୟମାନଙ୍କର ଅସହଯୋଗ ଓ ଅର୍ଥାଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ଜୁଲାଇ ଅଗଷ୍ଟ ମାସ ବେଳକୁ ଗ୍ରହଚଳନ ଦୃଷ୍ଟିରୁ ହଠାତ୍‌ ପରିବର୍ତ୍ତନ ହେବ ଏବଂ କ୍ୟାରିୟର୍‌ରେ ସଫଳତା ଆସିବ। ଦୁଇରୁ ପାଞ୍ଚବର୍ଷ ପାଇଁ ବୈଦେଶିକ ବେପାର ବଣିଜର ସୁବିଧା ପାଇ ପାରିବେ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ସରକାରୀ ସହଯୋଗ ମଧ୍ୟ ପାଇପାରିବେ। ମଇରୁ ଅଗଷ୍ଟ ମାସ ଭିତରେ ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ ଏବର୍ଷ ଭାଗ୍ୟ ପୂରା ସାଥ ଦେବ। ସେମାନେ ନିଜର ସୌଭାଗ୍ୟ ସ୍ଥଳରେ ପହଞ୍ଚିପାରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଆପଣଙ୍କର ବିବାହଯୋଗ୍ୟ କନ୍ୟା/ପୁତ୍ରଙ୍କର ବିବାହ ଉତ୍ସବ ସଂପନ୍ନ ହୋଇଯିବ। ୨୮ରୁ ୩୨ ବର୍ଷର କେତେକ ଯୁବକ ଯୁବତୀ ବିଦେଶରେ ବିବାହ କରିବେ। ଛାତ୍ରଛାତ୍ରୀ ଏ ବର୍ଷ ଖୁବ୍‌ ସଫଳତା ହାସଲ କରିପାରିବେ। ଯେଉଁମାନଙ୍କର ଗଣ୍ଠିବାତ, ପାଦପୀଡ଼ା, ଦନ୍ତ ଓ ଚକ୍ଷୁରେ ସମସ୍ୟା ଲାଗି ରହିଛି ସେମାନେ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ। ଶୁଭରଙ୍ଗ: ସବୁଜ ଓ ଧଳା। ଶୁଭସଂଖ୍ୟା: ୫, ୬ ଓ ୮। ଶୁଭରାଶି: ମିଥୁନ, କନ୍ୟା ଓ ମକରରାଶି। ଶୁଭରତ୍ନ: ପାନ୍ନା। ପୂଜାର୍ଚ୍ଚନା: ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀ। ଶୁଭଯନ୍ତ୍ର: ଶ୍ରୀ ଯନ୍ତ୍ର ଓ କୁବେର ଯନ୍ତ୍ର।

ତୁଳା-ଏକ ଚମତ୍କାର ସୌଭାଗ୍ୟର ବର୍ଷ ଆପଣଙ୍କୁ ଅପେକ୍ଷା କରି ରହିଛି। ଆପଣଙ୍କ କ୍ୟାରିୟର୍‌ ପାଇଁ ନୂଆ ସୁଯୋଗ। ଆୟ ବୃଦ୍ଧି, ନୂଆ ଚାକିରି ସବୁକିଛି ଆପଣ ଏ ବର୍ଷଟିରେ ପାଇପାରିବେ। ବ୍ୟବସାୟରେ ପ୍ରଥମ ଚାରିମାସ ପ୍ରଚୁର ଲାଭ ପାଇବେ। ଆପଣ ବେପାର ବୃତ୍ତିରେ ଢିଲା ହୁଅନ୍ତୁ ନାହିଁ। ବିଶେଷକରି ମଇ, ଜୁନ୍‌ ଅକ୍‌ଟୋବର ଓ ନଭେମ୍ବର ମାସରେ ଟିକେ ସତର୍କ ନ ରହିଲେ ହଇରାଣରେ ପଡ଼ିଯାଇପାରନ୍ତି। ଚାକିରିରେ ପଦୋନ୍ନତି ମିଳିବ। ଏଥିପାଇଁ ବର୍ଷର ପ୍ରଥମ ତିନିମାସ ଓ ଜୁଲାଇ, ନଭେମ୍ବର ଦି’ମାସ ସମୟ ଅନୁକୂଳ ରହିବ। ମଇ ଅକ୍‌ଟୋବର ଓ ନଭେମ୍ବର ମାସରେ ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବର୍ଷର ଶେଷ ତିନିମାସ ମଧ୍ୟରେ କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଅବିବାହିତମାନେ ଜାନୁଆରି, ଅଗଷ୍ଟ ଓ ଅକ୍‌ଟୋବର ମାସରେ ରୋମାନ୍‌ସ୍‌ ପାଇଁ ସୁଯୋଗ ପାଇବେ। ହେଲେ କୌଣସି ସ୍ଥିର ସଂପର୍କ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଛାତ୍ରଛାତ୍ରୀ ଏକାଗ୍ରତା ସହିତ ପ୍ରଥମ କେତେମାସ ଅଧିକ ପରିଶ୍ରମ କରନ୍ତୁ। ଏଇ ରାଶିର କେତେକ ଛାତ୍ରଛାତ୍ରୀ ସେପ୍‌ଟେମ୍ବର ଅକ୍‌ଟୋବର ମାସ ମଧ୍ୟରେ ଉଚ୍ଚଶିକ୍ଷା ଲାଗି ବିଦେଶ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ମଇ, ଜୁନ୍‌ ମାସରେ ବାହାର କାମରେ ଗଲାବେଳେ ଗାଡ଼ି ସାବଧାନ ସହ ଚଳାନ୍ତୁ। ଶୁଭରଙ୍ଗ: କ୍ରିମ୍‌, ଆକାଶୀ ନୀଳ ଓ ଫିକା ସବୁଜ। ଶୁଭସଂଖ୍ୟା: ୫, ୬ ଓ ୮। ଶୁଭରାଶି: ତୁଳା, ମିଥୁନ ଓ ମକରରାଶି। ଶୁଭରତ୍ନ: ହୀରା ଓ ଶ୍ୱେତବୈକା୍ରନ୍ତମଣି। ପୂଜାର୍ଚ୍ଚନା: ମାଆ ଲକ୍ଷ୍ମୀ ଓ ଶ୍ରୀଗଣେଶ। ଶୁଭଯନ୍ତ୍ର: ଲକ୍ଷ୍ମୀ ଯନ୍ତ୍ର ଓ କୁବେର ଯନ୍ତ୍ର।

ବିଛା-ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଏ ବର୍ଷ ଆପଣ ଅର୍ଥନୈତିକ ସଫଳତା ପାଇବା ସାଙ୍ଗେ ସଙ୍ଗେ ବୃତ୍ତିଗତ ଉନ୍ନତି ମଧ୍ୟ କରିପାରିବେ। ପ୍ରଥମ ଦୁଇମାସ ମଧ୍ୟ ଅର୍ଥଗତ ସଫଳତା ପ୍ରଚୁର ମିଳିପାରିବ। ଜୁନ୍‌ରୁ ଅକ୍‌ଟୋବର ମଧ୍ୟରେ ଆୟ ବୃଦ୍ଧି ଓ ଅନ୍ୟାନ୍ୟ ସୁଯୋଗ ମିଳିବ। ଚଳଚ୍ଚିତ୍ର, ପ୍ରସାଧନ ସାମଗ୍ରୀ ଓ ହୋଟେଲ୍‌ ରେସ୍ତୋରାଁ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଜ ନିଜର ସୌଭାଗ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଚାକିରିଜୀବୀଙ୍କ ପାଇଁ ବର୍ଷଟି ଭଲ। ଯଦିଓ ସହକର୍ମୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ତଥାପି ଆପଣଙ୍କର ପଦୋନ୍ନତି ହେବ। ଜୁନ୍‌, ଜୁଲାଇ ଓ ଅକ୍‌ଟୋବରରୁ ଡିସେମ୍ବର ମାସ ଭିତରେ ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବର୍ଷଟି ଭଲ ରହିବ। ଦେଶର ଜଣାଶୁଣା ନେତାଙ୍କସହିତ ସଂପର୍କ ମଜଭୁତ ହେବ। ଆପଣ ନିଜ କ୍ଷେତ୍ରରେ ବିକାଶ କାର୍ଯ୍ୟ କରିବାରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ଗ୍ରହ ଚଳନ ଦୃଷ୍ଟିରୁ ଜୁନ୍‌ରୁ ଅଗଷ୍ଟ ମାସ ଭିତରେ ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣାର ଅଭାବ ରହିବ। ଅବିବାହିତମାନେ ଫେବ୍ରୁଆରି ଓ ନଭେମ୍ବର ମାସରେ ନୂଆ ରୋମାନ୍‌ସ୍‌ର ସୁଯୋଗ ପାଇପାରିବେ। ସ୍ୱାସ୍ଥ୍ୟ ଭଲ ରହିବ। ହୃଦ୍‌ରୋଗୀ ଜାନୁଆରି ଫେବ୍ରୁଆରି ମାର୍ଚ୍ଚ ଓ ମଇ ମାସରେ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ, ଫିକା ହଳଦିଆ ଓ କ୍ରିମ୍‌। ଶୁଭସଂଖ୍ୟା: ୩, ୨ ଓ ୯। ଶୁଭରାଶି: କର୍କଟ, ମୀନରାଶି। ଶୁଭରତ୍ନ: ରକ୍ତପ୍ରବାଳ, ପଖୋରାଜ ଓ ମୁକ୍ତା। ପୂଜାର୍ଚ୍ଚନା: ମାଆ ବଗଳାମୁଖୀ ଓ ମାଆ ଭୈରବୀ। ଶୁଭଯନ୍ତ୍ର: ମଙ୍ଗଳ ଯନ୍ତ୍ର ଓ ବଗଳାମୁଖୀ ଯନ୍ତ୍ର।

ଧନୁ-ଆପଣଙ୍କ ପାଇଁ ଏହା ଏକ ଫଳପ୍ରଦ ବର୍ଷ। ଧନ, ସଂପତ୍ତି ସବୁ କ୍ଷେତ୍ରରେ ସୁଫଳାଫଳ ଅପେକ୍ଷା କରି ରହିଛି। ଉଦ୍ୟୋଗ, କର୍ପୋରେଟ୍‌ ଓ ଜମି କ୍ରୟବିକ୍ରୟ ବ୍ୟବସାୟ କରୁଥିବା ଧନୁରାଶିର ବ୍ୟକ୍ତି ପ୍ରଚୁର ଲାଭ ପାଇବେ। ହେଲେ ଆଇନ ବିରୁଦ୍ଧରେ କିଛି କାମ କରନ୍ତୁ ନାହିଁ। ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ଆୟକର ଓ ବାଣିଜ୍ୟକର ଅଧିକାରୀ ତଦାରଖ କରିପାରନ୍ତି। ଚାକିରିରେ ଏ ବର୍ଷଟି ଆପଣଙ୍କ ମନ ଚାହୁଥିବା ସ୍ଥାନକୁ ବଦଳି ବା ପରିବର୍ତ୍ତନ ଆଣିଦେବ। ଅକ୍‌ଟୋବର ମାସରେ ନୂଆ ଚାକିରିର ସୁଯୋଗ ରହିଛି। ଟେଲି ଓ ସିନେ କଳାକାରଙ୍କ ପାଇଁ ବର୍ଷଟି ଢେର୍‌ ଶୁଭଫଳ ଆଣିଦେବ। ବଡ଼ ପ୍ରଡକ୍ସନ୍‌ ସଂସ୍ଥାରେ କାମ କରିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଅପେକ୍ଷା କରନ୍ତୁ, ଅକ୍‌ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କୁ କୌଣସି ପ୍ରଦେଶ ସ୍ତରର ପଦ ମିଳିପାରେ। ପରିବାରରେ ହର୍ଷ ଉଲ୍ଲାସ ତଥା ଖୁସିର ବାତାବରଣ ରହିବ। ପ୍ରେମିକ ପ୍ରେମିକାମାନେ ଅକ୍‌ଟୋବରରୁ ଡିସେମ୍ବର ମାସ ମଧ୍ୟରେ ବିବାହସୁଖ ଲାଭ କରିବେ। ଖେଳାଳିମାନେ କେତେକ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷଟି ଖୁବ୍‌ ଭଲ। ଏଇ ରାଶିର କେତେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ମଧ୍ୟ ଯାଇପାରନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏବର୍ଷ କୌଣସି ବିଶେଷ ସମସ୍ୟା ସୃଷ୍ଟି ହେବ ନାହିଁ। ଶୁଭରଙ୍ଗ: ଫିକା ହଳଦିଆ, ଗୋଲାପୀ ଓ ଲାଲ। ଶୁଭସଂଖ୍ୟା: ୩, ୧ ଓ ୯। ଶୁଭରାଶି: ଧନୁ, ମେଷ ଓ ସିଂହରାଶି। ଶୁଭରତ୍ନ: ପଖୋରାଜ ଓ ମାଣିକ୍ୟ। ପୂଜାର୍ଚ୍ଚନା: ସୂର୍ଯ୍ୟଦେବ ଓ ବାବା ଗୁପ୍ତେଶ୍ୱର। ଶୁଭଯନ୍ତ୍ର: ବୃହସ୍ପତି ଯନ୍ତ୍ର ଓ କୁବେର ଯନ୍ତ୍ର।

ମକର-ଅର୍ଥ ଓ ବ୍ୟବସାୟ ଦୃଷ୍ଟିରୁ ଏ ବର୍ଷଟି ଆପଣଙ୍କ ପାଇଁ ସ୍ମରଣୀୟ। ଏଥିପାଇଁ ଫେବ୍ରୁଆରି, ମାର୍ଚ୍ଚ ଓ ଜୁନ୍‌ରୁ ଅକ୍‌ଟୋବର ମାସ ବିଶେଷ ଲାଭପ୍ରଦ। ଉଦ୍ୟୋଗପତି, ମିଲ୍‌ ମାଲିକ ସୁନାଗହଣା ବ୍ୟବସାୟ ଓ ବୈଦେଶିକ ବେପାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ପ୍ରଚୁର ଲାଭ ପାଇପାରିବେ। ଚାକିରିଆଙ୍କ ପାଇଁ ବର୍ଷଟି ଭଲ ରହିବ। ଅପ୍ରେଲ, ଜୁଲାଇ ଅକ୍‌ଟୋବରରୁ ଡିସେମ୍ବର ମାସ ଭିତରେ ପଦୋନ୍ନତି ବା ଦରମା ବୃଦ୍ଧି ହେବ। ବର୍ଷର ପ୍ରଥମ ପାଞ୍ଚ ମାସରେ ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହେବାର ପ୍ରବଳ ଯୋଗ ରହିଛି। ମନ ଚାହୁଥିବା ଅଞ୍ଚଳକୁ ବଦଳି ମଧ୍ୟ ହୋଇପାରନ୍ତି। ଏଇ ରାଶିର କେତେକ ବ୍ୟକ୍ତି ବିଦେଶରେ ଚାକିରି ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳରେ ଆଧିପତ୍ୟ ବଢ଼ାଇବେ। ଆପଣ କ୍ୟାବିନେଟ, ରାଜ୍ୟମନ୍ତ୍ରୀ ଥିଲେ, ଆପଣଙ୍କ ବିଭାଗ ବଦଳାଇ ଆପଣଙ୍କୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅର୍ପଣ କରାଯାଇପାରେ। କଳାକାରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବଡ଼ ପ୍ରଡକ୍ସନ୍‌ ସଂସ୍ଥାର ଫିଲ୍ମ ଓ ଟେଲି ଧାରାବାହିକ ପାଇଁ ଅନୁବନ୍ଧ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଏ ବର୍ଷଟି ଭଲ। ସାକ୍ଷାତକାର ଓ ପରୀକ୍ଷାରେ ଆପଣ ଖୁବ୍‌ ଭଲ କରିବେ। ଖେଳାଳିମାନେ ସଫଳତା ପାଇବେ। ଜୁନ୍‌ରୁ ଅକ୍‌ଟୋବର ମାସ ଭିତରେ ଦୁର୍ଘଟଣାରେ ଶିକାର ହୋଇପାରନ୍ତି। ଅଜୀର୍ଣ୍ଣ ଓ ଯୁରିନାରି ଇନ୍‌ଫେକ୍‌ସନ୍‌ର ସମ୍ଭାବନା ରହିଛି। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: କଳା, ଆକାଶୀ ନୀଳ ଓ ଫିକା ସବୁଜ। ଶୁଭସଂଖ୍ୟା: ୪, ୬ ଓ ୮। ଶୁଭରାଶି: ବୃଷ, ତୁଳା ଓ କନ୍ୟାରାଶି। ଶୁଭରତ୍ନ: ନୀଳା, ହୀରା ଓ ପାନ୍ନା। ପୂଜାର୍ଚ୍ଚନା: ବାବା ଚନ୍ଦନେଶ୍ୱର ଓ ଧନପତି କୁବେର। ଶୁଭଯନ୍ତ୍ର: କୁବେର ଯନ୍ତ୍ର ଓ କନକଧାରା ଯନ୍ତ୍ର।

କୁମ୍ଭ-ଧନସମ୍ପଦ ଓ ଚାକିରି ବୃତ୍ତି ଦୃଷ୍ଟିରୁ ଏ ବର୍ଷଟି ଆପଣଙ୍କ ମନ ସିଲଟରେ ଅଲେଖା କାଳିରେ ଲେଖିହୋଇ ରହିଯିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଯେଉଁମାନେ ଗତ ବର୍ଷରୁ ନୂଆ ବେପାର ଉଦ୍ୟୋଗ କରିବାକୁ ଯୋଜନା କରି ରହିଛନ୍ତି, ସେମାନେ ଏ ବର୍ଷ ସବୁ ଦିଗରୁ ସାହାଯ୍ୟ ସହଯୋଗ ପାଇପାରିବେ। ଆପଣଙ୍କୁ ବେପାର ବୃତ୍ତି କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଜାନୁଆରି, ଫେବ୍ରୁଆରି, ମଇ ଓ ଜୁନ୍‌ ମାସରେ ଟିକେ ସତର୍କ ନ ରହିଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ଚାକିରିଆଙ୍କର ଅପ୍ରେଲ ଓ ଅକ୍‌ଟୋବରରୁ ଡିସେମ୍ବର ମାସ ଭିତରେ ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ। ବ୍ୟକ୍ତିଗତ ଜୀବନରେ ଗତବର୍ଷ ଯେଉଁ ସମସ୍ୟାର ମେଘ ସୃଷ୍ଟି ହୋଇଥିଲା, ତାହା ଏ ବର୍ଷ ଅପସରି ଯିବ ଏବଂ ନୂତନ ବୁଝାମଣା ମଧ୍ୟ ସୃଷ୍ଟି ହୋଇପାରିବ। ଗତବର୍ଷ ଯେଉଁମାନେ ପ୍ରେମ ଓ ପ୍ରଣୟରେ ଅସଫଳ ହୋଇଥିଲେ ସେମାନେ ନୂଆ ରୋମାନ୍‌ସ୍‌ର ସୁଯୋଗ ପାଇବେ। ଯୁବଦମ୍ପତିମାନେ ନୂଆ ପରିବାର ଗଢ଼ିବାର ସୁଯୋଗ ପାଇପାରିବେ। ଖେଳାଳିମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସମୟ ଅଭ୍ୟାସ କରନ୍ତୁ। ଛାତ୍ରଛାତ୍ରୀ ନିଜ ନିଜର ଯୋଗ୍ୟତା ଅନୁସାରେ ସଫଳତା ହାସଲ କରିବେ। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ନୀଳ ଓ ଫିକା ସବୁଜ। ଶୁଭସଂଖ୍ୟା: ୪, ୬ ଓ ୮। ଶୁଭରାଶି: ମିଥୁନ ଓ ତୁଳାରାଶି। ଶୁଭରତ୍ନ: ନୀଳା ଓ ପାନ୍ନା। ପୂଜାର୍ଚ୍ଚନା: ମାଆ ଭଦ୍ରକାଳୀ ଓ ବାବା ଲିଙ୍ଗରାଜ। ଶୁଭଯନ୍ତ୍ର: ଶନି ଯନ୍ତ୍ର ଓ ବଗଳାମୁଖୀ ଯନ୍ତ୍ର।

ମୀନ-ଆପଣଙ୍କ ପାଇଁ ଏ ବର୍ଷଟି ଉଲ୍ଲେଖନୀୟ ହେବ। ଆପଣ ପ୍ରତିଟି କାର୍ଯ୍ୟ ଉତ୍ସାହର ସହିତ କରିବେ। ଶିକ୍ଷଣ ସଂସ୍ଥାନ, ଚିକିତ୍ସାଳୟ ଓ ଔଷଧ ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବର୍ଷର କିଛି ମାସ ପ୍ରଚୁର ମାତ୍ରାରେ ଲାଭ ପାଇପାରିବେ। ଚାକିରିଜୀବୀଙ୍କ ପାଇଁ ଜାନୁଆରି, ଫେବ୍ରୁଆରି, ମଇ ଓ ଡିସେମ୍ବର ମାସ ଅନୁକୂଳ ରହିବ। ଏ ସମୟ ଅଫିସ୍‌ରେ ଆପଣଙ୍କର କର୍ତ୍ତୃତ୍ଵ ବଢ଼ିବ ଏବଂ ଉଚ୍ଚାଧିକାରୀଙ୍କ ସହିତ ସଂପର୍କ ମଜଭୁତ ହେବ। ଜୁନ୍‌ରୁ ଅକ୍‌ଟୋବର ମାସ ଭିତରେ ଟିକେ ସତର୍କ ନ ରହିଲେ ହଇରାଣରେ ପଡ଼ିଯାଇପାରନ୍ତି। ଜାନୁଆରି ଓ ଫେବ୍ରୁଆରି ମାସରେ ନୂଆ ଚାକିରିର ସୁଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବର୍ଷଟି ଭଲ ରହିବ। ଦଳରେ ଆପଣଙ୍କ ପରାମର୍ଶକୁ କେହି ବିରୋଧ କରିବା ପାଇଁ ସାହସ କରି ପାରିବେ ନାହିଁ। କଳା, ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଏ ବର୍ଷଟି ସୁଖଦ ପରିଣାମ ଆଣିଦେବ। ଖେଳାଳିମାନେ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ଦଳରେ ନିଜର ସ୍ଥାନ ମଜଭୁତ କରିନେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅକ୍‌ଟୋବର ମାସ ବେଳକୁ ଗୃହ ପରିବର୍ତ୍ତନର ସମ୍ଭାବନା ରହିଛି। ବିପରୀତ ଲିଙ୍ଗ ଲୋକଙ୍କ ଦ୍ଵାରା ଆପଣ ଗୁଜବର ଶିକାର ହୋଇପାରନ୍ତି ଓ ଏହା ପ୍ରେମକୁ ମଧ୍ୟ ଆକ୍ରାନ୍ତ କରିବ। ଛାତ୍ରମାନେ ଗ୍ରହର ଶୁଭଦୃଷ୍ଟି ହେତୁ ଅନ୍ୟ କୌଣସି ପ୍ରତିଭା ପାଇଁ ସମ୍ମାନିତ ହୋଇପାରନ୍ତି। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନଙ୍କର ପେଟରୋଗ ଅଛି, ସେମାନେ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା, ଫିକା ହଳଦିଆ ଓ ଲାଲ। ଶୁଭସଂଖ୍ୟା: ୨, ୩ ଓ ୯। ଶୁଭରାଶି: କର୍କଟ, ବିଛା ଓ ଧନରାଶି। ଶୁଭରତ୍ନ: ପଖୋରାଜ, ରକ୍ତପ୍ରବାଳ ଓ ମୁକ୍ତା। ପୂଜାର୍ଚ୍ଚନା: ସତ୍ୟନାରାୟଣ। ଶୁଭଯନ୍ତ୍ର: ବୃହସ୍ପତି ଯନ୍ତ୍ର ଓ କୁବେର ଯନ୍ତ୍ର।