ରାଶିଫଳ

ମେଷ : ଆଜି ସାଂସାରିକ ବିଷୟଗୁଡ଼ିକରୁ ଦୂରରେ ରହିକରି ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ। ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ପ୍ରତି ଆଜି ଆପଣଙ୍କର ଅଧିକ ଆକର୍ଷଣ ରହିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ମଧ୍ୟ ଯୋଗ ଅଛି। ତଥାପି ମଧ୍ୟ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ତେବେ ବିପତ୍ତିଗୁଡ଼ିକରୁ ଦୂରରେ ରହି ପାରିବେ। ଶତ୍ରୁମାନଙ୍କୁ ସମ୍ଭାଳିକରି ଚାଲିବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ଆକସ୍ମିକ ଧନଲାଭ ହୋଇପାରେ।

ବୃଷ : ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ। ବ୍ୟାପାରୀଗଣଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବ। ଆକସ୍ମିକ ଧନଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି।

ମିଥୁନ : କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ। ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ। ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି। ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। ଶାରୀରିକ ଏବଂ ମାନସିକରୂପରେ ସୁସ୍ଥତା ଅନୁଭବ ହେବ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ନହେଲେ ମନକୁ ଆଘାତ ପହଁଚି ପାରେ। କାର୍ଯ୍ୟାଳୟରେ ସହକର୍ମଚାରିମାନଙ୍କର ସହକାର ପ୍ରାପ୍ତ ହେବ। ମାନ-ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

କର୍କଟ : ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ। ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ। ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି। କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ। ସମ୍ଭବ ହେଲେ ଯାତ୍ରା କରନ୍ତୁ ନାହିଁ। ଅଜୀର୍ଣ୍ଣ, ଅରୁଚି ପରି ରୋଗ କଷ୍ଟ ଦେଇପାରେ। ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ।

ସିଂହ : ଆଜିର ଦିନ ଆପଣ ସାବଧାନ ଏବଂ ସତର୍କତାରେ କଟାଇବାକୁ ଚେଷ୍ଟା କରନ୍ତୁ। ବାଣୀ ବା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ଏବଂ କୌଣସି ଭାବରେ ବିବାଦରୁ ଦୂରରେ ରୁହନ୍ତୁ। ମାତାଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି। ନକାରାତ୍ମକତା ନିଜର ମନରେ ଯେପରି ଚାପ ନ ପକାଇବ ସେଥିପାଇଁ ଚେଷ୍ଟା କରିବେ। ସ୍ଥାୟୀ ସଂପତ୍ତି କାଗଜପତ୍ର ଉପରେ ହସ୍ତାକ୍ଷର ସାବଧାନ ପୂର୍ବକ କରିବେ। ଜଳରୁ ଦୂରରେ ରୁହନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଆଜି ବିଶେଷ ଧ୍ୟାନ ରଖିବେ।

କନ୍ୟା : ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ। କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ। ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ। ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ଗୂଢ଼ ଏବଂ ଆଧ୍ୟାତ୍ମିକ ବିଷୟରେ ସିଦ୍ଧି ପ୍ରାପ୍ତ ହେବ।

ତୁଳା : କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ। ବ୍ୟବହାରରେ ଅଲଗାପଣ ଛାଡ଼ି ସ୍ନେହଭାବ ରଖିଲେ ପରିଣାମ ସକାରାତ୍ମକ ଆସିବ। ପରିଜନମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ରୂପରେ ଲାଭ ହେବ।

ବିଚ୍ଛା : ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ। ପରିବାର ସୁଖ-ଶାନ୍ତିର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ। କୌଣସି ରମଣୀୟସ୍ଥଳକୁ ଯାତ୍ରା କିମ୍ବା ପର୍ଯ୍ୟଟନର ସମ୍ଭାବନା ଅଧିକ ଅଛି।

ଧନୁ : ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ। କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ। କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି। ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଈଶ୍ଵରଙ୍କର ଆରାଧନା ଏବଂ ଆଧ୍ୟାତ୍ମିକତାରେ ସହାୟତା ମିଳିବ।

ମକର : ଆଜିର ଦିନ ଲାଭଦାୟୀ ଅଟେ। ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ। ବିବାହୋତ୍ସୁକଙ୍କୁ ଉଚିତ ପାତ୍ର ମିଳିବାରରୁ ଆନନ୍ଦରେ ବୃଦ୍ଧି ହେବ। ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ। ଯାତ୍ରା କିମ୍ବା ପର୍ଯ୍ୟଟନ ହେବ ତଥା ମିତ୍ରମାନଙ୍କ ଉପହାର ପ୍ରାପ୍ତ ହେବ। ନୂଆ ବସ୍ତୁ କିଣିବା ପଛରେ ଧନ ବ୍ୟୟ ହେବ।

କୁମ୍ଭ : ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ। ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ। ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି। ବଡ଼ମାନଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ରହିବ। ଧନପ୍ରାପ୍ତିର ଯୋଗ ଅଛି। ଗୃହସ୍ଥ-ଜୀବନରେ ଆନନ୍ଦ ପ୍ରାପ୍ତ ହେବ।

ମୀନ : ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି। ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ। ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆବଶ୍ୟକ ନିର୍ଣ୍ଣୟ ନେବା ଆଜି ଉଚିତ ନୁହେଁ। ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ। ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ।