ରାମକୃଷ୍ଣ ଆଶ୍ରମ ପରିସରରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦ ନଗର ପାଟଣା ପଞ୍ଚାୟତ ଅଧୀନ ଶେଖସରାଇ ଗ୍ରାମରେ ପ୍ରତିଷ୍ଠିତ ରାମକୃଷ୍ଣ ଆଶ୍ରମ ପରିସରରେ ଇନର ହୁଇଲ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ସୁକୁମାର ରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଇନରହୁଇଲ ଡିଷ୍ଟ୍ରିକ୍ଟ -୩୨୬ର  ଚେୟାରମ୍ୟାନ ଟି. ଚିରଞ୍ଜିବି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ସଙ୍ଗେ ସଙ୍ଗେ ଉତ୍ତମ ଚରିତ୍ର ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । କ୍ଲବର ସଭାପତି ସୁଷମା ରାଣୀ ଭୂୟାଁ, ପ୍ରତିଷ୍ଠାତା ସଭାପତି ଆରତୀ ଦାସ, ସମ୍ପାଦିକା ଅଞ୍ଜନା କର, ପ୍ରଦୀପ କୁମାର ବେହେରା, ବଳରାମ ରାଉଳ ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ହରି ନାରାୟଣ ସେନାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଓ ଶିକ୍ଷୟତ୍ରୀ ତିଲ୍ଲୋତ୍ତମା ନାୟକ, ଅନିମା ଜେନା, ମୀନାକ୍ଷୀ ଗିରି, ପ୍ରତିଭା ଦତ୍ତ, କ୍ରିଷ୍ଣା ପାଲ, ଲାବଣ୍ୟପ୍ରଭା ଦେ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଓ ମହାତ୍ମା ଗାନ୍ଧୀ ଏବଂ ଆଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ସୁରେନ୍ଦ୍ର ନାଥ ଦାସଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ ।