ରକ୍ତ ଦେଇ ଅଚିହ୍ନା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ରକ୍ତଦାତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୨ଜଣ ରକ୍ତଦାତା ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ନେହୁରୁ ନଗର ନିବାସୀ ରମେଶ ଚରଣ ପଣ୍ଡାଙ୍କ ପେଟରେ ମାଂସ ପିଣ୍ଡୁଳା ହେବା ଯୋଗୁ ରକ୍ତ ବାନ୍ତି ହେଉଥିଲା । ଏହାର ଚିକିତ୍ସା ପାଇଁ ସେ ବ୍ରହ୍ମପୁର ସ୍ଥିତ ଆସ୍ଥା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଅସ୍ତ୍ରୋପଚାର ନିମନ୍ତେ ବି ନେଗେଟିଭ୍ ଗ୍ରୁପର ଚାରି ଗୋଟି ବ୍ଳଡ଼ର ଆବଶ୍ୟକତା ଅଛି ବୋଲି ଡାକ୍ତର କହିଥିଲେ । ସେ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ନେଗଟିଭ୍ ବ୍ଲଡ୍ ଗ୍ରୁପ୍ ହୋଇଥିବା ଯୋଗୁ ସେ ଯୋଗାଡ କରି ପାରି ନ ଥିଲେ ସେହି ଖବର ବ୍ଲଡ୍ ଆର୍ମି ଗଞ୍ଜାମ୍ ଗ୍ରୁପକୁ ଜଣାଇବା ପରେ ବ୍ଲଡ୍ ଆର୍ମି ଗଞ୍ଜାମ ଗ୍ରୁପର ସଦସ୍ୟମାନେ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗଞ୍ଜାମ ଜିଲ୍ଲାରେ ବି ନେଗେଟିଭ୍ ବ୍ଲଡ୍ ରକ୍ତଦାତା ନ ମିଳିବା ଯୋଗୁ କାଭାତି ଆନ୍ଧ୍ରପ୍ରଦେଶରୁ ପି. ଭେଙ୍କଟେଶ ଏବଂ କୃଷ୍ଣ ପ୍ରସାଦ, ପୁରୀ ଜିଲ୍ଲାରୁ ସମୀର ମହାପାତ୍ର ଦୁଇ ରକ୍ତ ଦାତାକୁ କଲ୍ କରି ରକ୍ତ ଦାନ କରିବା ପାଇଁ ବ୍ଲଡ୍ ଆର୍ମି ଗଞ୍ଜାମ ଗ୍ରୁପର ସଦସ୍ୟ ଡାକିଥିଲେ । ଏହି ଦୁଇ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ଆସି ରକ୍ତ ଦାନ କରି ଅଚିହ୍ନା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ସାହାଯ୍ୟର ହାତ ବଢ଼ାଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା