ମୁମ୍ବାଇସ୍ଥିତ ଉତ୍କଳ ମହାରଣା ସମାଜର ବୈଠକ

ମୁମ୍ବାଇ: ମୁମ୍ବାଇ ସାକିନାକା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ମହାରଣା ସମାଜ ମୁମ୍ବାଇର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁମ୍ବାଇ ଉତ୍କଳ ସମିତିର ଉପ ସଭାପତି ସୂର୍ଯ୍ୟନାରାୟଣ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ସୁଖ ଦୁଖ ବିଷୟରେ ଆଲୋକପାତ କରିଥିଲେ ।ସମାଜର ସଭାପତି ଦୁଃଖିଶ୍ୟାମ ମହାରଣା, ଆଡଭାଇଜର ନରସିଂହ ମହାରଣା, ଉପ ସଭାପତି ରାଜେନ୍ଦ୍ର ମହାରଣା, ସାଧାରଣ ସମ୍ପାଦକ ରଘୁନାଥ ମହାରାଣା, ସୀମାଞ୍ଚଳ ମହାରାଣା, ପ୍ରଦୀପ ମହାରଣା, ଚିତ୍ରସେନ ମହାରଣା, କୋଷାଧ୍ୟକ୍ଷ ଆଦିକନ୍ଦ ମହାରଣା, ମହିଳା ସଭାପତି ରୁନୁ ମହାରଣା, କାମିନି ମହାରଣା, କମିଟି ସଦସ୍ୟ ସୀମାଞ୍ଚଳ ମହାରଣା, ବାବୁଲା ମହାରଣା, ନକୁଳ ମହାରଣା, ପ୍ରକାଶ ମହାରଣା, ନାରାୟଣ ମହାରଣା, ରବୀନ୍ଦ୍ର ମହାରଣା, ଯୋଗିନ୍ଦ୍ର ମହାରଣା, ସୁଶାନ୍ତ ମହାରଣାଙ୍କ ସମେତ ସମାଜର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମୁମ୍ବାଇର ବିଭିନ୍ନ ପ୍ରାନ୍ତରେ ରହୁଥିବା ସମସ୍ତ ସଦସ୍ୟ ଏଠାରେ ଏକତ୍ରିତ ହେବା ସହ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ ଆଲୋଚନା କରିଥିଲେ ।