ମହେନ୍ଦ୍ରଗିରିରେ ଜାଗରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଛି ମହେନ୍ଦ୍ରଗିରି । ଓଡ଼ିଶା ଆନ୍ଦ୍ର ସୀମାନ୍ତରେ ଥିବା ମହେନ୍ଦ୍ରଗିରି ପର୍ବତକୁ ପ୍ରତି ବର୍ଷ ଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସମସ୍ତ ଶୈବପୀଠରେ ଶିବରାତ୍ରିରେ ଜାଗର ପାଳନ ହୋଇଥିବା ବେଳେ ଏଠାରେ କିନ୍ତୁ ଶିବରାତ୍ରି ପୂର୍ବ ଦିନ ଜାଗର ପାଳନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଶିବରାତ୍ର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ଠାରୁ ହିଁ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ସତ୍ୟଯୁଗରେ ମହାଦେବ ଗୋହତ୍ୟା ଦୋଷରୁ ମୁକ୍ତି ପାଇଁ ମହେନ୍ଦ୍ରଗିରିରେ ତପସ୍ୟା କରିବା ସହ ଗୋକଣ୍ଣେଶ୍ବରଙ୍କୁ ପ୍ରତିଷ୍ଠା କରିଥିଲେ । ସେପରି ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଅଞାତବାସ ସମୟରେ ଏଠାରେ ରହିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ତେଣୁ ସେମାନଙ୍କ ନାମରେ ମନ୍ଦିର ରହିଛି ଏହି ମନ୍ଦିର ଅନ୍ୟପକ୍ଷେ ତ୍ରେତୟା ଯୁଗରେ ପ୍ରଭୁ ପଶୁରାମଙ୍କ ତପସ୍ଥଳି ଓ ରାମାୟଣ ବର୍ଣ୍ଣିତ ହନୁମାନଙ୍କ ଲୋକଙ୍କୁ ଲମ୍ଫ ପ୍ରଦାନ ସ୍ଥଳି ବୋଲି କୁହାଯାଏ । ସେହିପରି ନୀଳମାଧବ ଓ ଦାରୁବ୍ରହ୍ମଙ୍କ ଆଦ୍ୟସ୍ଥଳି ମହେନ୍ଦ୍ରଗିରି ବୋଲି କଥିତ ରହିଛି । ତେଣୁ ଏଭଳି ଏକ ପୂନ୍ୟ ପୀଠରେ ମହାଶିବ ରାତ୍ରି ପାଳନ କରିବା ସହ ଶିବରାତ୍ରିର ପ୍ରଥମ ସୂର୍ଯ୍ୟ ଉଦୟ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରଖି ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ଭକ୍ତିଙ୍କ ପ୍ରବଳ ଜନସମାଗମକୃ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି । ସେହିଭଳି ପାରଳା ଖେମୁଣ୍ଡି ସମସ୍ତ ଶୈବପୀଠ ମାନଙ୍କରେ ଜାଗର ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆରମ୍ଭ ହୋଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା