ମହିଳା ସ୍ୱୟଂ ସହାୟୀକା ତଥା ମହିଳା ମୋର୍ଚ୍ଚା ଅନୁକୁଲ୍ୟରେ ସଭାଅନୁଷ୍ଠିତ ହୋଇଯାଇଛି …

ମୋଦି ସରକାରଙ୍କ ସଫଳତ ୮ବର୍ଷ ପୂର୍ତ୍ତି ଅବଶରରେ ସେବା ସୁଶାସନ ଏବଂ ଗରିବ କଲ୍ୟାଣ ପର୍ବ ପାଳନ ପରିପ୍ରକ୍ଷିରେ ଗୋପାଳପୁର ନିର୍ଵାଚନ ମଣ୍ଡଳୀ ପାଲୁର ହିଲ ଶିଖର ସ୍ଥିତ ମାଁ ସିଦ୍ଧଭୈରଵି ପାଦଦେଶରେ ମହିଳା ସ୍ବୟଂ ସହାୟୀକା ତଥା ମହିଳା ମୋର୍ଚ୍ଚା ଅନୁକୁଲ୍ୟରେ ସଭାଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଵିଭୂତିଭୂଷଣ ଜେନା, ଗଙ୍ଗାଧର ଶତପଥୀ, ରାଜେସସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନିଆଯାଇଥିଵା ଵିଭିର୍ଣ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ ଉଜ୍ଵଳା ଯୋଜନାରେ ୯କୋଟି ମହିଳାଙ୍କ ଗ୍ୟାସ ଯୋଗାଣ ମାଁ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ୧୨କୋଟି ସୌଚାଳୟ, ୨୦ କୋଟି ମହିଳାଙ୍କୁ ଜନଧନ ଯୋଜନାରେ ସାମିଲ, ୮୦କୋଟି ପରିଵାରକୁ ମାଗଣା ଖାଦ୍ୟ ଯୋଗାଣ, ମୁଦ୍ରା ଯୋଜନ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଏମଏସଏମଇ ଯୋଜନାରେ ୬୦ଭାଗ ମହିଳାଙ୍କୁ ଅଗ୍ରାଧିକାର, ୪୫କୋଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗଠନ ଆଦି ଯୋଜନା ଓଡିଶାରେ ଦଳୀୟ ଆଧାରରେସମ୍ପାଦିତ ହୋଇ ଵାଟମାରଣାହେଵା ଅଭିଯୋଗ ହେଉଛି । ନରେନ୍ଦ୍ର ମୋଦିଙ୍କ ମହିଳା କଲ୍ୟାଣ କାରି ଯୋଜନାର ସଫଳ ରୂପାୟନ ଓ ସଚେତନତା ପାଇଁ ଆଲୋଚନା କରିବାସହ ନିର୍ଵାଚନ ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜରକହି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ବିଜେଡିକୁ ଭୋଟଦେବାକୁ କହିବାପ ପ୍ରଵୃତ୍ତିକୁ ନିନ୍ଦା କରାଯାଇଥିଲା । ଏହି ସଭାରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା ସହିତ ସଭାନେତ୍ରି ଲକ୍ଷ୍ମୀ ନାୟକ, ପି.ପୂଷ୍ପାବତୀ କେ. ପଦ୍ମାଵତୀ ପୂର୍ବତନ ସରପଞ୍ଚ- ଏନ ଭାଗିରଥୀ ରେଡି, ଶିଵଶଙ୍କର ସେଠି ପୂର୍ଵତନ ସମିତି ସଭ୍ୟ ଭୈରଵରଣା, କେ.ମୋହନ କୈଳାସନାୟକ କେଦାରମାହାନ୍ତି ଇଶ୍ବରରାଓ ଦେବରାଜମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

 

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା