ମତ୍ସ୍ୟଜୀବୀ ସଂଗଠନର ବିଶ୍ୱ ମତ୍ସ୍ୟ ଦିବସ ପାଳିତ…

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଶ୍ୱ ମତ୍ସ୍ୟ ଦିବସ ରାଜ୍ୟ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଚିଲିକା ମାଛର ଚାହିଦା ସାରା ପୃଥିବୀରେ ଆଦରଣୀୟ ହୋଇପାରିଛି । ଏଥିରେ ବିଭିନ୍ନ ପ୍ରୋଟିନ ତୈଳ ସାର, ଭିଟାମିନ ଭରପୁର ରହିଥାଏ ୨ହଜାର ମସିହାରେ ଚିଲିକା ମାଛ ପାଇଁ ରାମସର ପୁରସ୍କୃତ ହୋଇଥିଲା । ନଦୀ, ସମୁଦ୍ର ଓ ହ୍ରଦ ମଧ୍ୟରେ ମତ୍ସ୍ୟଜୀବୀ ନିଜ ଜୀବନକୁ ବାଜି ଲଗାଇ ମାଛ ଧରେ । ମାନବ ଜାତିକୁ ଖାଦ୍ୟ ରୂପେ ଜଳରେ ମାଛର ସନ୍ତୁଳନ କରିଥାଏ । ଏହା ଔଷଧୀୟ ଭାବେ ଖିଆଯାଏ । ଏଣୁ ସର୍ବଦା ତଟକା ମାଛ ବ୍ୟବହାର କରି ସୁସ୍ଥ ରୁହନ୍ତୁ । ପ୍ରତେକ ମନୁଷ୍ୟ ସୁଖମୟ, ନିରାମୟ ଜୀବନ ଯାପନ ଆଶା କରେ । ପରିବେଶ, ଜଳବାୟୁର ନିୟନ୍ତ୍ରଣ ଏକାନ୍ତ ଆବଶ୍ୟକ । ତେଣୁ ସ୍ୟାସ୍ଥ୍ୟ ହିଁ ସମ୍ପଦ, ମତ୍ସ୍ୟ ହିଁ ସମ୍ପଦ ଓ ମତ୍ସ୍ୟଜୀବୀ ହିଁ ସମ୍ପଦ ଅଟେ । ଖାଦ୍ୟରେ ଭେଦଭାବ ନ ରଖିବା ଉଚିତ । ଏହିସବୁ ବିଷୟ ଆଲୋଚନା କରିଥିଲେ । ଏହି ସଭାରେ ଗଞ୍ଜାମ ଜିଲ୍ଲାର ସଂଗଠନ କାର୍ଯ୍ୟକର୍ତ୍ତା ଓ ଛପନ ତାଳୁକାର କାର୍ଯ୍ୟକର୍ତ୍ତା ବ୍ରଜବନ୍ଧୁ ବେହେରା, ସେନାପତି ବେହେରା, ଗଦାଧର ବେହେରା, ରାଧାମୋହନ ପୃଷ୍ଟି, ଗୁଣ୍ଡିଚା ବେହେରା, ରଞ୍ଜନ ମଲିକ, ଲମ୍ବୋଦର ବେହେରା ନାରାୟଣ ବେହେରା, ଅଭିରାମ ବେହେରା, ରଘୁନାଥ ବେହେରା, ଚିନ୍ତାମଣି ବେହେରା, ନାରାୟଣ ଦାସ, ନରସିଂହ ଦାସ ଓ ବୁଲୁ ବେହେରାଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତି ଥିଲେ ।

ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା