ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା : ୧୯୧୮ଭଳି ପରିସ୍ଥିତି ଆଗକୁ ରହିଛି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ଦିଲ୍ଳୀରେ ଏ ନେଇ ସାରା ଦେଶରେ ପୁଣି ଆତଙ୍କ ଖେଳି ଯାଇଛି । ଅବଶ୍ୟ ଭାରତରେ ସଫଳ ଲକଡାଉନ ଯୋଗୁଁ ଏହି ମହାମାରୀ କରୋନା ସଂକ୍ରମଣ ଆଗକୁ ଯାଇପାରି ନାହିଁ । କିନ୍ତୁ ଆମେରିକା ଭଳି ରାଷ୍ଟ୍ରରେ କରୋନା ଯେଭଳି କ୍ଷତି ଘଟାଇବାରେ ଲାଗିଛି ତାହା ସାରା ବିଶ୍ୱକୁ ଆତଙ୍କିତ କରି ଦେଇଛି । ଭାରତରେ ମହାମାରୀ କରୋନା କଣ୍ଟ୍ରୋଲରେ ଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମୀକ୍ଷାକୁ ନେଇ ଭାରତ ବର୍ଷ ମଧ୍ୟ ଆତଙ୍କିତ ହୋଇଯାଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଯେତିକି ଜଟିଳ ପରିସ୍ଥିତି ସୃଷ୍ଟି କରିଛି ତାଠାରୁ ଆହୁରି ଯଥେଷ୍ଟ ବଢିବାର ସମ୍ଭାବନା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି । ସାରା ବିଶ୍ୱ କରୋନାର ପ୍ରକୃତ ଭୟଙ୍କର ରୂପ ଦେଖିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିବା ପରେ ସାରା ବିଶ୍ୱ ଭୟଭୀତ ହୋଇ ଯାଇଥିବା ଜଣାପଡିଛି । ବିଶ୍ୱରେ ୨୪ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ଏକ ଲକ୍ଷ ୬୬ ହଜାର ଲୋକ ପ୍ରାଣ ହରାଇ ସାରିଥିବା ରିପୋର୍ଟ ହସ୍ତଗତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନେକ ରାଷ୍ଟ୍ର ଲକଡାଉନ ଓ ଶଟଡାଉନ କରିଥିବାରୁ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି । ଏଥିପାଇଁ କିଛି ରାଷ୍ଟ୍ର କଟକଣା କୋହଳ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରୟେସୁ କହିଛନ୍ତି, “କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ୧୦୦ ବର୍ଷ ତଳେ ଏଭଳି ବିପତ ବିଶ୍ୱ ଉପରେ ପଡିଥିଲା । ସେତେବେଳେ ପାଖାପାଖି ଏକ କୋଟି ଲୋକ ପ୍ରାଣ ହରାଇଥିଲେ । ୧୯୧୮ରେ ଯେଭଳି ମହାବିପଦ ବିଶ୍ୱକୁ ପଡିଥିଲା ବର୍ତ୍ତମାନ କରୋନା ସେଭଳି ରୂପ ନେବାକୁ ଯାଉଛି । ସେଥିପାଇଁ ସମସ୍ତେ ଏବେଠାରୁ ସତର୍କ ରହିବାକୁ ପଡିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । କାରଣ ଆଗକୁ କରୋନା ଆହୁରି ସାଂଘାତିକ ରୂପ ନେବାକୁ ଯାଉଛି ବୋଲି ଆଶଙ୍କା ରହିଛି । ପୂର୍ବରୁ ଆମ ପାଖରେ ଟକ୍ନୋଲଜି ନ ଥିଲା । ଏବେ କିନ୍ତୁ ଆମ ପାଖରେ ସବୁ ପ୍ରକାରର ବୈଷୟିକ ସାମଗ୍ରୀ ରହିଛି । ତେଣୁ ଆମକୁ ଏହି ବିପର୍ଯ୍ୟୟକୁ ରୋକିବାକୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହ୍ୱାନ କରିଛି । ୧୯୧୮ ଭଳି ବିପତ୍ତିକୁ ଆମକୁ ବନ୍ଦ କରିବାକୁ ହେଲେ ବିଶ୍ୱାସର ସହିତ ଆମକୁ କାର୍ଯ୍ୟ କରିବାକୁ ହେବ ବୋଲି ଏହି ସଂଗଠନ ସୂଚନା ଦେଇଛି । ଆଗକୁ ଆହୁରି ଭୟଙ୍କର ରୂପେ ନେଉଥିବା ଏହି ପ୍ରାଣଘାତୀ ଭାଇରସ ବିଶ୍ୱକୁ ବିପୁଳ କ୍ଷତି କରାଇବା ବୋଲି ସଂଗଠନ ମୁଖ୍ୟ ଚେତାବନୀ ଦେଇଛନ୍ତି ।