ବିଶ୍ୱ ଜଳାନ୍ତକ ଦିବସରେ ୮୦ରୁ ଉର୍ଦ୍ଧ୍ଵ କୁକୁରଙ୍କୁ ପ୍ରତିଷୋଧକ ଇଞ୍ଜେକ୍ସନ ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଳାନ୍ତକ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ । ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି । ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ/ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ୱାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ଆମ ଦେଶରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ମହାମାରି ଜଳାନ୍ତକ ରୋଗର ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟକ ବର୍ଷ ଆଜିର ଦିନରେ ଅନୁଷ୍ଠିତ ହୋଇଥାଏ ଯାହାକୁ ବିଶ୍ୱ ଜଳାନ୍ତକ ଦିବସ ରୁପେ ପାଳନ କରାଯାଏ । ଆଜି ମଧ୍ୟ ବିଶ୍ୱ ଜଳାନ୍ତକ ଦିବସ ପଶୁ ଚିକିତ୍ସାଳୟ ପରିସରରେ ଇଣ୍ଡିଆନ୍ ଇମୁନୋଲଜିକାଲ୍ ଲିମିଟେଡ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଡ଼ା ରଜତ ନନ୍ଦଙ୍କ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ା କିରଣ କୁମାର ବିଶୋୟୀ, ଡ଼ା ସୌମିକ ସ୍ୱାଇଁ, ଡ଼ା ରବୀନ୍ଦ୍ର ପଣ୍ଡା ଏବଂ ପଶୁ ଚିକିତ୍ସା ଳୟର ଅନ୍ୟ କର୍ମଚାରୀ ଯଥା କଂନଗରେସ୍ ସାହୁ, ପାଣ୍ଡବ ବେହେରା, ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ହରିଶ୍ଚନ୍ଦ୍ର ନାହକ, ଗୋଵିନ୍ଦ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ଜୋନା ରାଣୀ ନାୟକଙ୍କ ସମେତ ସ୍ଵେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ରୋଗର ସଚେତନତା ଓ ଭୟାବହତା ଉପରେ ଅବଗତି କରାଇଥିଲେ । ପ୍ରାୟ ୮୦ରୁ ଉର୍ଦ୍ଧ୍ଵ କୁକୁରମାନଙ୍କୁ ଜଳାନ୍ତକ ପ୍ରତିଷୋଧକ ଇଞ୍ଜେକ୍ସନ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା