ବିଶିଷ୍ଟ ଶିକ୍ଷାବିତ୍ ଏସ.ଶିବପ୍ରସାଦ ରାଓଙ୍କ ବିୟୋଗରେ ଏସଏମଆଇଟିରେ ଶୋକସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଏସ.ଶିବ ପ୍ରସାଦ ରାଓଙ୍କ ଅକାଳ ବିୟୋଗ ହୋଇଯାଇଛି l ସେ ଆଜକୁ କିଛିଦିନ ହେଲା କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହୋଇ ଆସୁଥିଲେ l ଗତ ୨ ତାରିଖ ଦିନ ସେ ମୃତ୍ୟୁବରଣ କରିଛନ୍ତି l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ଉପସ୍ଥିତ ଥିଲେ l ରାଓ ବାବୁ ଦୀର୍ଘ ୩୦ ବର୍ଷ ଧରି ଏସଏମଆଇଟି ଅନୁଷ୍ଠାନରେ କାର୍ଯ୍ୟ କରି ଆସୁଥିଲେ l ଅବସର ପରେ ସେ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ l ଏସଏମଆଇଟିର ବିକାଶ ଦିଗରେ ତାଙ୍କର ଅବଦାନ ଯଥେଷ୍ଟ ରହିଥିଲା l ସେ ଜଣେ ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ଥିଲେ l ଆଜି ଏସଏମଆଇଟି ଅନୁଷ୍ଠାନ ତରଫରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ, ସଂପାଦକ ଜାମ୍ମୁଲା ଶଙ୍କର ନାରାୟଣ, ପ୍ରଶାସନିକ ଅଧିକାରୀ ବିନାୟକ ପାତ୍ର, ରବି ପଟ୍ଟନାୟକ, ମିସ ଶ୍ରଦ୍ଧାରାଣୀ ଦାସ, କେଦାରନାଥ ଦାସ, ବିଜୟ ଚନ୍ଦ୍ର ଚୌଧୁରୀ, କେ.ପ୍ରସାଦ ରାଓ, ମିସ ସୁସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ତାଙ୍କର ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ l